ଚିକିତ୍ସାଧିନ ଅବସ୍ଥାରେ କଏଦୀ ମୃତ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ

October 21, 2019, ଓଡ଼ିଶା, , Anupambharat News Bureau


 ଚିକିତ୍ସାଧିନ ଅବସ୍ଥାରେ କଏଦୀ ମୃତ  ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ
Anupambharat News Bureau
October 21, 2019

ସମ୍ବଲପୁର ୨୦ା ୧୦ (ଅନୁପମ ମିଡିଆ):ଆଜି ସମ୍ବଲପୁର ମଣ୍ଡଲ କରାଗାର ରେ ବନ୍ଦି ଜିବନ କାଟୁଥିବା ବୁର୍ଲା ଥାନା ୱାନର୍‌ କଲୋନିର ପୁରନ୍ଦର ସୁନା ଙ୍କ ପୁଅ ପ୍ରକାସ ସୁନା ଓରଫ ବଣ୍ଟି (୨୭) ଙ୍କ ଆଜି ବୁର୍ଲା ମେଡିକାଲ ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ପୁଲିସ ସୂଚନା ମତେ କିଡନୀ ଏବଂ ସିକ୍ଲିନ ରୋଗରେ ଆକ୍ରାନ୍ତ ଥିଲେ । ଗତ ୧୭ ତାରିଖ ଦିନ ଜେଲ ରେ ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ଠିକ୍‌ ନ ଥିବା କାରଣ ରୁ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ ଅଣାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ଜଟିଳ ଥିବା କାରଣ ରୁ ତାଙ୍କୁ ବୁର୍ଲା ମେଡିକାଲ ପୁରୁଷ ମେଡିସିନ ବିଭାଗ ରେ ଭର୍ତି କରାଯାଇଥିଲା । ତେବେ ଆଜି ଚିକିତ୍ସାଧିନ ଅବସ୍ଥାରେ ବଣ୍ଟି ର ମୃତ୍ୟୁ ହୋଇଛି । ପୁଲିସ ନିୟମ ମୁତାବକ ଭିଡିଓ ଗ୍ରାଫି କରିବା ସହିତ ପୁଲିସ ,ମାଜିଷ୍ଟ୍ରେଟ, ଡାକ୍ତର ଏବଂ ତାଙ୍କ ପରିବାର ଲୋକଙ୍କ ଉପସ୍ଥିତି ରେ ଶବପଂଚ ନାମା କରିବା ପରେ ଶବବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ମୃତ ବଣ୍ଟି ବୁର୍ଲା ପୁଲିସ ପାଇଁ ୱଣ୍ଟେଟ୍‌ ତାଲିକାରେ ରହିଥିଲା । ବଣ୍ଟି ନା ରେ ପୂର୍ବରୁ ୭ଟି ମାମଲା ରହିଥିବା ବୁର୍ଲା ଥାନା ଅଧିକାରୀ ବିଭୂତି ଭୁଷଣ ଭୋଇ ସୂଚନା ଦେଇଛନ୍ତି । ବଣ୍ଟି ଅନେକ ଚୋରି , ଡକାୟତି, ଧାରୁଆ ଅସ୍ତ୍ରରେ ଆକ୍ରମଣ କରୁଥିଲା ଅନେକ ଲୋକଙ୍କୁ ତେବେ ପୁଲିସ ବଣ୍ଟି କୁ ଅନେକ ଥର ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଗତ ୯ ସେପେଫମ୍ବର ରେ ବଣ୍ଟି କୁ କେସ ୩୬୪ ର ଧାରା ୩୯୯ ଏବଂ ୪୦୨ ଆପିସି ଅନୁଯାୟି ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ବଣ୍ଟି ର ବାପା ପୁରନ୍ଦର ଙ୍କ କହିବା କଥା ହେଲା ନିଜ ପୁଅ ଦେହ ରେ ଛୋଟ ସମୟରୁ ସିକ୍ଲିନ ସମଷ୍ୟା ରହିଥିଲା । ତାଙ୍କୁ ନିୟମିତ ଚିକିତ୍ସା କରାଯାଉଥିଲା । ମୋ ପୁଅ ଅନେକ ଥର ଜେଲ ଯାଇଛି ଏବଂ ଭଲ ଚିକିତ୍ସା ସୁବିଧା ମଧ୍ୟ ପାଇଛି କିନ୍ତୁ ଗତ ୯ ତାରିଖ ଦିନ ବୁର୍ଲା ପୁଲିସ ତାକୁ ଥାନା କୁ ଡକାଇ ଅଚାନକ କୋର୍ଟ ଚାଲାଣ କରିବା ଘଟଣା କୁ ସେ ନିନ୍ଦା କରିବା ସହିତ ଜେଲ ଭିତରେ ମୋ ପୁଅ କୁ ଉପଯୁକ୍ତ ଚିକତ୍ସା ଦିଆଯାଇ ନାହିଁ ଯେଉଁଥିପାଇଁ ମୋ ଏକ ମାତ୍ର ପୁଅ ର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ବଣ୍ଟି ର ବାପା ପୁରସ୍ତମ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 କେନ୍ଦୁଝର ରିଜର୍ଭ ପଡିଆଠାରେ ୬୦ତମ ପୋଲିସ ସହିଦ୍‌ ଦିବସ

କେନ୍ଦୁଝର ରିଜର୍ଭ ପଡିଆଠାରେ ୬୦ତମ ପୋଲିସ ସହିଦ୍‌ ଦିବସ

Read More...

ସରିଲା ପ୍ରଚାର , ସୋମବାର ଭୋଟ୍‌

ସରିଲା ପ୍ରଚାର , ସୋମବାର ଭୋଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page