ସିରିଜ୍‌ କ୍ଲିନ୍‌ ସୁଇପ୍‌ ଦ୍ୱାରରେ ଭାରତ

October 21, 2019, କ୍ରୀଡ଼ା, , Anupambharat News Bureau


 ସିରିଜ୍‌ କ୍ଲିନ୍‌ ସୁଇପ୍‌ ଦ୍ୱାରରେ ଭାରତ
Anupambharat News Bureau
October 21, 2019

ରାଞ୍ଚି,୨୧ ।୧୦: ପେସ୍‌ ଯୋଡ଼ି ମହମ୍ମଦ ସାମି ଓ ଉମେଶ ଯାଦବଙ୍କ ପୁଣିଥରେ ଘାତକ ବୋଲିଂ ବଳରେ ଭାରତ ଏଠାରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଏକ ବୃହତ୍‌ ବିଜୟର ନିକଟତର ହୋଇଛି । ସାମି-ଯାଦବଙ୍କ ଆଗରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ୍‌ ଅପ୍‌ ଆତ୍ମସମର୍ପଣ କରିଥିବାବେଳେ ଭାରତ ତିନି ମ୍ୟାଚ୍‌ ସିରିଜ୍‌କୁ ୩-୦ରେ କ୍ଲିନ୍‌ସୁଇପ୍‌ କରିବା ଦ୍ୱାରଦେଶରେ ପହଞ୍ଚିଯାଇଛି ।
ଭାରତର ବିଶାଳ ସ୍କୋର ୪୯୭/୯ (ଘୋଷିତ) ଜବାବ୍‌ରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ୍‌ରେ ୧୬୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଭାରତୀୟ ଅଧିନାୟକ ବିରାଟ କୋହଲି ଦକ୍ଷିଣ ଆଫ୍ରିକାକୁ ଫଲୋଅନ୍‌ ଦେଇଥିଲେ । ଫଲୋଅନ୍‌ ପରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ୍‌ରେ ବି ସାମି-ଯାଦବଙ୍କ ପେସ୍‌ରେ ଘାଇଲା ହୋଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ତୃତୀୟ ଦିବସର ଖେଳ ଶେଷ ବେଳକୁ ଦକ୍ଷିଣ ଆଫ୍ରିକାର ତାର ଦ୍ୱିତୀୟ ଇନିଂସ୍‌ରେ ୧୩୨ ରନ୍‌ରେ ୮ଟି ୱିକେଟ୍‌ ହରାଇ ଶୋଚନୀୟ ପରାଜୟ ଦ୍ୱାରଦେଶରେ ଉପନୀତ ହୋଇଛି । ଭାରତ ଏବେ ସିରିଜ୍‌ ୩-୦ରେ କ୍ଲିନ୍‌ସୁଇପ୍‌ କରିବାକୁ ଆଉ ୨ ୱିକେଟ୍‌ ଦୂରରେ ରହିଛି । ଚତୁର୍ଥ ଦିବସ ପ୍ରଥମ ସେସନ୍‌ରେ ଭାରତ ଏହି ଔପଚାରିକତା ପୂରଣ କରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବବୃହତ୍‌ ସିରିଜ୍‌ ବିଜୟର ନିକଟତର ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ପ୍ରଥମ ଥର ଭାରତ ମୂଳପୋଛ କରିବାକୁ ଯାଉଛି ।
ତୃତୀୟ ଦିବସରେ ଭାରତୀୟ ପେସର, ବିଶେଷକରି ସାମି ଓ ଯାଦବଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା । ଆଜି ଦକ୍ଷିଣ ଆଫ୍ରିକା ଦୁଇଥର ବ୍ୟାଟିଂ କରିଥିବା ବେଳେ ଦଳର ୧୬ ୱିକେଟ୍‌ ପତନ ଘଟିିଛି । ଏଥିମଧ୍ୟରୁ ସାମି ଓ ଯାଦବ ହିଁ ଅଧିକାଂଶ ୱିକେଟ୍‌ ଦଖଲ କରିଥିଲେ । ସାମି ଓ ଯାଦବଙ୍କ ପେସ୍‌ ଓ ସୁଇଂ ଆଗରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍‌ସମ୍ୟାନ୍‌ ସମ୍ପୂର୍ଣ୍ଣ ନିରୁପାୟ ମନେ ହୋଇଥିଲେ । ପ୍ରଥମ ଇନିଂସ୍‌ରେ ଯାଦବ ଦକ୍ଷିଣ ଆଫ୍ରିକାକୁ ଲହୁ ଲୁହାଣ କରିଥିବାବେଳେ ଦ୍ୱିତୀୟ ଇନିଂସ୍‌ରେ ସାମି କମାଲ କରିଥିଲେ । କ୍ୟାରିୟରର ପଦାର୍ପଣ ଟେଷ୍ଟ ଖେଳୁଥିବା ଶାହବାଜ ନଦୀମ୍‌ ଓ ରବୀନ୍ଦ୍ର ଜାଡେଜା ମଧ୍ୟ ପ୍ରଶଂସନୀୟ ପ୍ରଦର୍ଶନ ସହ ଦକ୍ଷିଣ ଆଫ୍ରିକା ଉପରେ ଚାପ ବଜାୟ ରଖିଥିଲେ । ଦୁହେଁ ପ୍ରଥମ ଇନିଂସ୍‌ରେ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ଭାରତ ଅତି ସହଜରେ ଦକ୍ଷିଣ ଆଫ୍ରିକାର ୱିକେଟ୍‌ ଖସାଇ ଚାଲିଥିଲା ।
ପୂର୍ବରୁ ଦକ୍ଷିଣ ଆଫ୍ରିକା ତାର ଅସମାପ୍ତ ପ୍ରଥମ ଇନିଂସ୍‌ ସ୍କୋର ୯/୨ରୁ ଖେଳ ଆରମ୍ଭ କରିଥିଲା । ହେଲେ ଦଳ ନିୟମିତ ବ୍ୟବଧାନରେ ୱ୍‌ିକେଟ୍‌ ହରାଇ ଲଞ୍ଚ୍‌ ବିରତି ସୁଦ୍ଧା ହିଁ ୬ ୱିକେଟ୍‌ ହରାଇ ବ୍ୟାକ୍‌ଫୁଟ୍‌କୁ ଠେଲି ହୋଇଯାଇଥିଲା । ଯାଦବ ପ୍ରଥମେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁ’ପ୍ଲେସିସ୍‌ (୧)ଙ୍କୁ କ୍ଲିନ୍‌ ବୋଲï କରି ତୃତୀୟ ଦିବସରେ ଭାରତର ଅଭିଯାନ ଆରମ୍ଭ କରିଥିଲେ । ଦକ୍ଷିଣ ଆଫ୍ରିକା ଚା’ପାନ ବିରତି ପୂର୍ବରୁ ପ୍ରଥମ ଇନିଂସ୍‌ରେ ୧୬୨ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକା ତରଫରୁ ପ୍ରଥମ ଇନିଂସ୍‌ରେ ଜୁବାୟର ହାମ୍‌ଜା ସର୍ବାଧିକ ୬୭ ରନ୍‌ କରିଥିବାବେଳେ ପଦାର୍ପଣକାରୀ ଜର୍ଜ ଲିଣ୍ଡେ ୩୭ ରନ୍‌ କରିଥିଲେ । ଭାରତ ପକ୍ଷରୁ ପ୍ରଥମ ଇନିଂସ୍‌ରେ ଯାଦବ ସର୍ବାଧିକ ୩ଟି ୱିକେଟ୍‌ ନେଇଥିବାବେଳେ ସାମି, ଜାଡେଜା ଓ ନଦୀମ୍‌ ୨ଟି ଲେଖାଏଁ ୱିକେଟ୍‌ ହାସଲ କରିଥିଲେ ।
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ୍‌ରେ ୧୬୨ ରନ୍‌ କରି ଅଲ୍‌ଆଉଟ୍‌ ହେବା ପରେ କୋହଲିଙ୍କ ପାଇଁ ନିଷ୍ପତ୍ତି ସହଜ ଥିଲା । କୋହଲି ଦକ୍ଷିଣ ଆଫ୍ରିକାକୁ ସିରିଜ୍‌ରେ କ୍ରମାଗତ ଦ୍ୱିତୀୟ ଥର ଫଲୋଅନ୍‌ ଦେଇଥିଲେ । ଫଲୋଅନ୍‌ ପରେ ପୁଣି ଭାରତୀୟ ପେସର୍‌ଙ୍କ ଘାତକ ପ୍ରଦର୍ଶନରେ ଦକ୍ଷିଣ ଆଫ୍ରିକା ଲହୁଲୁହାଣ ହୋଇଥିଲା । ଯାଦବ ପୁଣି ଦ୍ୱିତୀୟ ଇନିଂସ୍‌୍‌ରେ ବି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ଚଳିତ ଟେଷ୍ଟରେ ଓପନର ଭାବେ ଖେଳୁଥିବା କ୍ୱିଣ୍ଟନ୍‌ ଡି’କକ୍‌(୫)ଙ୍କୁ ସେ କ୍ଲିନ୍‌ ବୋଲï କରିଥିଲେ । ଏହାପରେ ସାମି ଦକ୍ଷିଣ ଆଫ୍ରିକାର ମଧ୍ୟକ୍ରମ ବ୍ୟାଟିଂକୁ ଧରାଶାୟୀ କରିଥିଲେ । ସେ ଜୁବାୟର ହାମ୍‌ଜା (୦)ଙ୍କୁ ବୋଲï କରିବା ପରେ ଡୁ’ପ୍ଲେସିସ୍‌ (୪)ଙ୍କୁ ଏଲ୍‌ବିଡବ୍ଲì୍ୟ କରାଇଥିଲେ । ପରବର୍ତ୍ତୀ ବଲ୍‌ରେ ସେ ତେମ୍ବା ବାଭୁମା (୦)ଙ୍କୁ ଆଉଟ୍‌ କରିଥିବାବେଳେ ଦକ୍ଷିଣ ଆଫ୍ରିକା ଚା’ପାନ ବିରତି ପୂର୍ବରୁ ୨୬ ରନ୍‌ରେ ୪ ୱିକେଟ୍‌ ହରାଇ ପରାଜୟ ଆଡକୁ ଗତି କରିଥିଲା । ଦକ୍ଷିଣ ଆଫ୍ରିକାକୁ ଆଉ ଏକ ବଡ଼ ଝଟ୍‌କା ଲାଗିଥିଲା ଯେତେବେଳେ ଯାଦବଙ୍କ ଏକ ଦ୍ରୁତ ବାଉନ୍ସର ଅଭିଜ୍ଞ ଓପନର ଡିନ୍‌ ଏଲ୍‌ଗାର୍‌ ରିଟାୟର ହର୍ଟ ହୋଇଥିଲେ । ରିଟାୟର ହର୍ଟ ହୋଇ ପଡିଆ ଛାଡ଼ିବା ବେଳକୁ ଏଲ୍‌ଗାର ୧୬ ରନ୍‌ କରିଥିଲେ । ନୂଆ ନିୟମ ମୁତାବକ ଏଲ୍‌ଗାରଙ୍କ ସ୍ଥାନରେ ବଦଳ ଖେଳାଳି ଥୁ୍ୟନିସ୍‌ ଡି’ବ୍ରୁଇନ୍‌ କ୍ରିଜ୍‌କୁ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ । ତେବେ ସେ ଶେଷ ଆଡକୁ ଆସିଥିଲେ । ତା’ପୂର୍ବରୁ ଦକ୍ଷିଣ ଆଫ୍ରିକାର ୱିକେଟ୍‌ ପତନ ଜାରି ରହିଥିଲା ।
ଅନ୍ୟତମ ପଦାର୍ପଣକାରୀ ହେନ୍‌ରୀ କ୍ଲାସେନ୍‌ (୫) ବି ଯାଦବଙ୍କ ଶିକାର ହୋଇଥିଲେ । ଜର୍ଜ ଲିଣ୍ଡେ (୨୭) ରନ୍‌ ଆଉଟ୍‌ ହୋଇଥିବାବେଳେ ଡେନ୍‌ ପିଡିଟ୍‌(୨୩)ଙ୍କୁ ଜାଡେଜା ବୋଲï କରିଥିଲେ । ଏଲ୍‌ଗାରଙ୍କ ସ୍ଥାନରେ ବଦଳ ଭାବେ ବ୍ୟାଟିଂ କରିବାକୁ ଆସିଥିବା ଥୁ୍ୟନିସ୍‌ ଡି’ବ୍ରୁଇନ୍‌ ତୃତୀୟ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ୩୦ ରନ୍‌ କରି ଅପରାଜିତ ରହିଥିବା ବେଳେ ତାଙ୍କ ସହ ଆନ୍‌ରିଚ ନର୍ଜେ ୫ ରନ୍‌ କରି ବ୍ୟାଟିଂ କରୁଛନ୍ତି । ଦ୍ୱିତୀୟ ଇନିଂସ୍‌ରେ ଭାରତ ପକ୍ଷରୁ ସାମି ୩ଟି ଓ ଯାଦବ ୨ଟି ୱିକେଟ୍‌ ନେଇଛନ୍ତି । ଜାଡେଜା ଓ ଅଶ୍ୱିନ୍‌ ଗୋଟିଏ ଲେଖାଏଁ ୱ୍‌ିକେଟ୍‌ ହାସଲ କରିଛନ୍ତି ।
ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ୍‌: ୪୯୭/୯ (ଘୋଷିତ) ।
ଦ.ଆଫ୍ରିକା ପ୍ରଥମ ଇନିଂସ୍‌: ୧୬୨ (ହାମ୍‌ଜା ୬୨, ଲିଣ୍ଡେ ୩୭, ବାଭୁମା ୩୨, ଯାଦବ ୪୦/୩, ସାମି ୪୦/୨, ନଦୀମ ୨୨/୨, ଜାଡେଜା ୧୯/୨) ।
ଦ.ଆଫ୍ରିକା ଦ୍ୱିତୀୟ ଇନିଂସ୍‌: ୧୩୨/୮ (ଡି’ବ୍ରୁଇନ୍‌ ୩୦*, ଲିଣ୍ଡେ ୨୭, ପିଡିଟ୍‌ ୨୩, ସାମି ୧୦/୩, ଯାଦବ ୩୫/୨ ) ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତୁ୍ୟ  ତଦନ୍ତ ବାଟବଣା କରୁଛି କିଏ?

ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତୁ୍ୟ ତଦନ୍ତ ବାଟବଣା କରୁଛି କିଏ?

Read More...

 ଶ୍ୱାସରୋଗର ବିଭିନ୍ନ କାରଣ ଓ ଲକ୍ଷଣ

ଶ୍ୱାସରୋଗର ବିଭିନ୍ନ କାରଣ ଓ ଲକ୍ଷଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page