ରୋଗୀପୁତ୍ରଙ୍କୁ ଡାକ୍ତରଙ୍କ ନିର୍ଯାତନା ଭିଡ଼ିଓ ଭାଇରାଲ ମାଡ଼ ମାରି, କାନ ଧରି ମୁଣ୍ଡିଆ ମରାଇଲେ

October 21, 2019, ଓଡ଼ିଶା, , Anupambharat News Bureau


 ରୋଗୀପୁତ୍ରଙ୍କୁ ଡାକ୍ତରଙ୍କ ନିର୍ଯାତନା ଭିଡ଼ିଓ ଭାଇରାଲ ମାଡ଼ ମାରି, କାନ ଧରି ମୁଣ୍ଡିଆ ମରାଇଲେ
Anupambharat News Bureau
October 21, 2019

ସମ୍ବଲପୁର, ୨୧ା୧୦ (ଅନୁପମମିଡ଼ିଆ): ଭିମସାରରେ ନ୍ତ୫ଟି’ ଉପରେ ସେତେବେଳେ ଶକ୍ତ ଚାପୁଡ଼ା ପଡ଼ିଛି ଯେତେବେଳେ କି ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତିରେ ଅନେକ ଜୁନିୟର ଡାକ୍ତର ଜଣେ ରୋଗୀଙ୍କ ପୁଅକୁ ମାଡ଼ ମାରିଛନ୍ତି, ମୋବାଇଲ କ୍ୟାମେରା ସାମ୍ନାରେ ନିଜ ଇଚ୍ଛା ଅନୁସାରେ ବକ୍ତବ୍ୟ ଆଦାୟ କରି ବେଇଜ୍ଜତ କରିଛନ୍ତି, କାନ ଧରି ମୁଣ୍ଡିଆ ମରାଇଛନ୍ତି । ଏହି ଦୃଶ୍ୟକୁ ମୋବାଇଲ କ୍ୟାମେରାରେ ଉତ୍ତୋଳନ କରି ବଡ଼ ବିଜୟ ଦର୍ପରେ ଅପଲୋଡ଼ କରିଛନ୍ତି । ତେବେ ଏହା ବୁମେରାଂ ସାଜିଛି । ଡାକ୍ତର ଭଳି ଏକ ମହାନ ପେଷାରେ ସମ୍ପୃପୃକ୍ତ ବ୍ୟକ୍ତି ବିଶେଷ ଆଇନକୁ ହାତରେ ନେଇ ଯେଭଳି ବ୍ୟଭିଚାର କରିଛନ୍ତି ଏହାର ଦୃଶ୍ୟ ଦେଖିବା ପରେ ସାରା ଓଡ଼ିଶାରେ ବିଶେଷ କରି ପଶ୍ଚିମ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତକାଲି ଭିମସାରରେ ଏକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ମଧ୍ୟରେ ଦୁଇ ଜଣ ଯୁବକ ଜଣେ ଡାକ୍ତରଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଥିଲେ ତଥା ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଜଣେ ଖସି ଯାଇଥିବା ବେଳେ ଅନ୍ୟ ଜଣେ ଧରାପଡ଼ି ପୋଲିସ ହାତରେ ଦିଆ ହୋଇଥିଲେ । ଏ ନେଇ ଯୁବକ ଦ୍ୱୟଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । ତେବେ ଅଭିଯୁକ୍ତଙ୍କୁ ନିର୍ଯାତନା ଦିଆଯିବା ଘଟଣାର ଦୃଶ୍ୟ ଆଜି ପଦାକୁ ଆସିବା ପରେ ପ୍ରକୃତ ଘଟଣା ଉପରୁ ଯେପରି ପରଦା ଉଠିଯାଇଛି । ନିର୍ଯାତିତ ଯୁବକ ମୁହଁ ଖୋଲିଛନ୍ତି । ତାଙ୍କ ବାପା ମଧ୍ୟ ଅଭିଯୋଗ ଆଣିଛନ୍ତି । ଏତଦ୍‌ ଅନୁସାରେ ଘଟଣାକ୍ରମଟି ଏହିପରି-ଝାରସୁଗୁଡ଼ା ଜିଲ୍ଲା ଲଇକେରା ରେଙ୍ଗାଲବେଡ଼ା ଗ୍ରାମ ଅର୍ଥାତ୍‌ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀର ଜଣେ ବାସିନ୍ଦା ଠଣ ସୁନ୍ଦର ସାହୁ ଚିକିିତ୍ସା ପାଇଁ ଭିମସାରକୁ ଆସିଥିଲେ । ମାତ୍ର ଉତ୍ତମ ଚିକିତ୍ସାର ଆଶ୍ୱାସନା ଦିଆଯାଇ ତାଙ୍କୁ ବୁର୍ଲାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପ୍ରବର୍ତ୍ତାଗଲା । ଠଣ ସୁନ୍ଦର ଉକ୍ତ ନର୍ସିଂହୋମରେ ଭର୍ତ୍ତିହେଲେ । ଡାକ୍ତର ପ୍ରେସକ୍ରିପସନ ମଧ୍ୟ ଲେଖିଲେ । ତେବେ ନର୍ସିଂହୋମ ବାବଦ ଚିକିତ୍ସା ବୋଝ ଅଧିକ ବାଧକର ହେଉଥିବାରୁ
ତାଙ୍କୁ ତୁରନ୍ତ ନର୍ସିଂହୋମରୁ ଡିସଚାର୍ଜ କରିବାକୁ ଠଣ ସୁନ୍ଦର ଡାକ୍ତରଙ୍କୁ ଅନୁରୋଧ ଜଣାଇଲେ । ଏହାକୁ ନେଇ ବାକ୍ୟ ବିନିମୟ ମଧ୍ୟ ହେଲା । ଶେଷରେ ନର୍ସିଂହୋମ ପରିଚାଳକ ପରିସ୍ଥିତିକୁ ସମ୍ଭାଳିବା ପାଇଁ ନୀରବ ରହିବାକୁ ପ୍ରବର୍ତ୍ତାଇ ବକେୟା ଦେୟକୁ କାଟି ଦେଇ ଗୁରୁବାର ଡିସଚାର୍ଜ ହେବ ବୋଲି କହିଲେ । ମାତ୍ର ଗୁରୁବାର ଯାଇ ରବିବାର
ହେଲା । ଠଣ ସୁନ୍ଦରଙ୍କ ଯୁବକ ପୁତ୍ର ମୁକେଶ ପ୍ରତିକ୍ରିୟାଶୀଳ ହୋଇ ଡାକ୍ତରଙ୍କୁ ନର୍ସିଂହୋମରେ ହିଁ କଡ଼ା କଥା କହିଲେ । ଏହା ଡାକ୍ତରଙ୍କ ସମ୍ମାନରେ ଆଞ୍ଚ ଆଣିଲା । ସେ ରାଗିଯାଇ ମୁକେଶଙ୍କୁ ଚାପୁଡ଼ା ବଜାଇଲେ । ମୁକେଶ ତୁରନ୍ତ ପ୍ରତିକ୍ରିୟା ବ୍ୟକ୍ତ କଲେନାହିଁ । ମାତ୍ର ଘାଣ୍ଟିଚକଟି ହେଲେ । ମଧ୍ୟାହ୍ନ ବେଳକୁ ସେ ତାଙ୍କ ମାମୁଁ ପୁଅ ଭାଇ ସହିତ ଭିମସାରରେ ପହଞ୍ଚି ନୁ୍ୟରୋସର୍ଜରୀ ବିଭାଗରେ ପ୍ରବେଶ କରି ଉକ୍ତ ଡାକ୍ତରଙ୍କୁ ଭେଟି ସେ ମାରିଲେ କାହିଁକି ବୋଲି ପ୍ରଶ୍ନ କରି ପାଟିତୁଣ୍ଡ କଲେ । ଏହା ଭିମସାରର ଜୁନିୟର ଡାକ୍ତର ଏବଂ ଛାତ୍ର ମହଲରେ ଉତ୍ତେଜନା ସୃଷ୍ଟି କଲା । ସେମାନେ ମୁକେଶକୁ କାବୁ କରିଥିବା ବେଳେ ମାମୁଁ ପୁଅ ଭାଇ ଖସି ଯିବାରେ ସଫଳ ହେଲେ । ଖବର ପାଇ ବରିଷ୍ଠ ପୋଲିସ ଅଧିକାରୀ ଗଣ ସଦଳବଳେ ପହଞ୍ଚିଲେ । ମୁକେଶକୁ ଯାତନା ଦିଆଗଲା । ତାଙ୍କୁ ମାଡ଼ମାରି, ପୋଷାକ ଚିରି, ମୋବାଇଲ କ୍ୟାମେରା ସମ୍ମୁଖରେ କ୍ଷମା ମାଗିବାକୁ ବାଧ୍ୟକରି, କାନ ଧରି ମୁଣ୍ଡିଆ ମାରିବାକୁ କୁହାଗଲା । ମୁକେଶଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଛି । ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଯଦି ସେ ଅପରାଧୀ ତେବେ ବ୍ୟବସ୍ଥା ଅନୁଯାୟୀ ସେ ଦଣ୍ଡିତ ହୋଇଥାନ୍ତେ । କିନ୍ତୁ ସର୍ବସମ୍ମୁଖରେ ତାଙ୍କୁ ଯାତନା ଦିଆଯିବା କେଉଁ ନିୟମର ପରିସରଭୁକ୍ତ? ମୁକେଶଙ୍କୁ କାହା ଆଗରେ କ୍ଷମା ମାଗିବାକ୍‌ୁ କୁହାଗଲା ଯିଏ ଭିମସାରକୁ ଆସିଥିବା ଜଣେ ସାଧାରଣ ରୋଗୀଙ୍କୁ ନର୍ସିଂହୋମକୁ ନେଇ ଚିକିତ୍ସାକଲେ, ଖର୍ଚ୍ଚାନ୍ତ କରାଇଲେ, ରୋଗୀର ଇଚ୍ଛା ବିରୁଦ୍ଧରେ ଅଧିକ ଦିନ ନର୍ସିଂହୋମରେ ଅଟକାଇ ରଖି ଅର୍ଥ ଲୁଟକଲେ ସେ କ୍ଷମା ମାଗିବା ଉଚିତ ନା ତାଙ୍କୁ କ୍ଷମା ମଗାଯିବା ଉଚିତ - ଏହି ପ୍ରଶ୍ନ ଏବେ ଉଠିଛି । ପୋଲିସଙ୍କ ଉପସ୍ଥିତିରେ ନିର୍ଯ୍ୟାତନା ଦିଆଗଲା କିପରି- ଏହା ମଧ୍ୟ ପ୍ରଶ୍ନ । ତେବେ ଠଣ ସୁନ୍ଦର ସାହୁ ଆଜି ଏ ଘଟଣା ନେଇ ଡାକ୍ତରଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ୫୯୬, ୩୨୩, ୩୪୧/୩୪ ଧାରାରେ ମାମଲା ରୁଜୁ କରିଛି । ଏହି ଘଟଣା ନେଇ ଅନୁସନ୍ଧାନ କରାଯିବ ଏବଂ ଯିଏ ଦୋଷୀ ତା’ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁଲାଲ ଏବଂ ସମ୍ବଲପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ କନୱର ବିଶାଳ ସିଂହ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ପ୍ରମୁଖ କହିଛନ୍ତି । ଏଣେ ଓଡ଼ିଶା ମେଡ଼ିକାଲ ଏସୋସିଏସନ‘ଓମ୍‌ସା’ ପକ୍ଷରୁ ମଧ୍ୟ ଏକ ଫ୍ୟାକଫ ଫାଇଣ୍ଡିଂ ଟିମ ପଠାହେବ ବୋଲି କୁହାଯାଇଛି । ଦେଖାଯାଉ ନ୍ୟାୟ କେବେ ମିଳୁଛି!





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସରିଲା ଭୋଟ, ୨୪କୁ ଅପେକ୍ଷା

ସରିଲା ଭୋଟ, ୨୪କୁ ଅପେକ୍ଷା

Read More...

ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତୁ୍ୟ  ତଦନ୍ତ ବାଟବଣା କରୁଛି କିଏ?

ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତୁ୍ୟ ତଦନ୍ତ ବାଟବଣା କରୁଛି କିଏ?

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page