ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା,ଅଭିଯୁକ୍ତ ଗିରଫ

October 23, 2019, ଓଡ଼ିଶା, , Anupambharat News Bureau


ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା,ଅଭିଯୁକ୍ତ ଗିରଫ
Anupambharat News Bureau
October 23, 2019

ଚୌଦ୍ୱାର,୨୩ା୧୦(ଅନୁପମ ମିଡିଆ): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ବଣକରଞ୍ଜି ପଂଚାୟତର ଗୋଡଧୁଆ ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରୁ ଘନ ସୋରେନ୍‌ (୬୫)ନାମକ ଜଣେ ବୃଦ୍ଧଙ୍କ ମୃତଦେହକୁ ଚୌଦ୍ୱାର ପୋଲିସ ଚଳିତ ମାସ ୧୪ତାରିଖରେ ଉଦ୍ଧାର କରିଥିଲା ।ଏହାକୁ ଏକ ହତ୍ୟାକାଣ୍ଡ ଭାବେ ଗ୍ରହଣ କରି ପୋଲିସ୍‌ ତଦନ୍ତ ଚଳାଇବା ସହିତ ହତ୍ୟାକାଣ୍ଡର ପର୍ଦ୍ଦା ଫାସ କରିବାରେ ସଫଳ ହୋଇଛି ।ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୁକ୍ତ ସେହି ଗ୍ରାମର ଘନ ଚମ୍ପିଆକୁ ପୋଲିସ ବୁଧବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛି ।ହତ୍ୟାପାଇଁ ସେ ବ୍ୟବହାର କରିଥିବା ଶାବଳକୁ ମଧ୍ୟ ତା ନିକଟରୁ ଜବତ କରାଯାଇଛି । ପୋଲିସ ସୂଚନା ଅନୁଯାୟୀ ଚଳିତ ମାସ ୧୪ ତାରିଖରେ ମୃତ ଘନ ସୋରେନ୍‌ଙ୍କ ପୁଅ ଭଜଗ ସୋରେନ୍‌ ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେଯେ ତାଙ୍କ ବାପା ୧୨ ତାରିଖଦିନ ତାଙ୍କ ଗ୍ରାମ ନିକଟସ୍ଥ ସମଟିକିରା ଗ୍ରାମରେ ଜଣେ ସମ୍ପର୍କିୟଙ୍କ ଘରକୁ ଯାଇ ସଂଧ୍ୟା ସୁଦ୍ଧା ଘରକୁ ଫେରି ନଥିଲେ । ପରଦିନ ସକାଳେ ତାଙ୍କର ମୃତଦେହ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲ ଭିତରେ ପଡ଼ିଥିବା ଜଣେ ଗାଈ ଜଗାଳି ଦେଖିବାକୁ ପାଇଥିଲା ।ଶବର ପାରିପାଶ୍ୱର୍ିକ ସ୍ଥିତିକୁ ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହକରି ଚୌଦ୍ୱାର ପୋଲିସ ୩୯୨/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଘନକୁ ସେହି ଗ୍ରାମର ଘନ ଚାମ୍ପିଆ ହତ୍ୟାକରିଥିବା ତଦନ୍ତରୁ ଜଣା ପଡ଼ିବା ପରେ ତାକୁ ଗିରଫ କରା ଯାଇଥିଲା ।ଅଭିଯୁକ୍ତ ଘନ ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ନିକଟରେ ଦେଇଥିବା ବୟାନ ଅନୁଯାୟୀ ମୃତ ଘନ ସୋରେନ୍‌ ଗ୍ରାମରେ ଗୁଣି ଗାରେଡ଼ି ଓ ତନ୍ତମନ୍ତ୍ର କରୁଥିଲେ ।ଏଥିପାଇଁ ବିଭିନ୍ନ ରୋଗରେ ପୀଡ଼ିତ ଲୋକେ ଝଡ଼ା ଫୁଙ୍କା ପାଇଁ ତାଙ୍କ ପାଖକୁ ଆସୁଥିଲେ ।ଅନ୍ୟପଟେ ଅଭିଯୁକ୍ତ ଘନ ଚମ୍ପିଆଙ୍କ ସ୍ତ୍ରୀ ଦୀର୍ଘ ଦିନ ଧରି ରୋଗାକ୍ରାନ୍ତ ହୋଇ ଥିବାରୁ ସେ ଅନ୍ୟ ଏକ ଗ୍ରାମରୁ ଅନ୍ୟଜଣେ ଗୁଣିଆକୁ ଡାକି ସ୍ତ୍ରୀର ଝଡ଼ାଫୁଙ୍କା କରାଉଥିଲା । ହେଲେ ତା ସ୍ତ୍ରୀ ଭଲ ହେବା ପରିବର୍ତ୍ତ ରୋଗ ଅଧିକରୁ ଅଧିକ ବଢ଼ିବାରେ ଲାଗିଥିଲା । ସେ ବାହାରୁ ଗୁଣିଆ ଡକାଇ ଥିବାରୁ ଘନ ସୋରେନ୍‌ ପ୍ରତିଶୋଧ ପରାୟଣ ହୋଇ ପାଲଟା ଗୁଣିକାରିଥିବାରୁ ସ୍ତ୍ରୀର ରୋଗ ବଢ଼ୁଛି ବୋଲି ସନ୍ଦେହ କରି ସୋରେନ୍‌କୁ ମାରିବା ପାଇଁ ସେ ଯୋଜନା କରିଥିଲା ।୧୨ତାରିଖ ରାତିରେ ସୋରେନ୍‌ ସମ୍ପର୍କିୟ ଘରୁ ଫେରୁଥିବାବେଳେ ରାସ୍ତାରେ ଏକୁଟିଆ ପାଇ ଏକ ଶାବଳରେ ତାକୁ ହତ୍ୟା କରିବା ସହିତ ତା ଶବକୁ ଘୋଷାରି ସେଇ ଜଙ୍ଗଳ ଭିତରେ ଫିଙ୍ଗି ଦେଇଥିଲା ବୋଲି ଘନ ଚମ୍ପିଆ ପୋଲିସ ଆଗରେ ସ୍ୱିକାର କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୌରଶକ୍ତି ସାହାଯ୍ୟରେ କାର୍‌ ଚଳାଇବା କଳା ଶିଖାଉଛନ୍ତି ଜନାର୍ଦ୍ଦନ

ସୌରଶକ୍ତି ସାହାଯ୍ୟରେ କାର୍‌ ଚଳାଇବା କଳା ଶିଖାଉଛନ୍ତି ଜନାର୍ଦ୍ଦନ

Read More...

ସରିଲା ଭୋଟ, ୨୪କୁ ଅପେକ୍ଷା

ସରିଲା ଭୋଟ, ୨୪କୁ ଅପେକ୍ଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page