ମଇ ତୃତୀୟ ସପ୍ତାହରେ ମାଟ୍ରିକ୍‌ ରେଜଲଫ

May 14, 2019, ଓଡ଼ିଶା, , Anupambharat News Bureau


ମଇ ତୃତୀୟ ସପ୍ତାହରେ ମାଟ୍ରିକ୍‌ ରେଜଲଫ
Anupambharat News Bureau
May 14, 2019

ଭୁବନେଶ୍ୱର, ୧୪ ।୫ (ଅନୁପମ ମିଡିଆ): ଚଳିତ ମାସ ତୃତୀୟ ସପ୍ତାହରେ ମାଟ୍ରିକ୍‌ ରେଜଲଫ ପ୍ରକାଶ ପାଇବ । ତେବେ ନିର୍ଦ୍ଦିଷ୍ଟ କେତେ ତାରିଖରେ ପରୀକ୍ଷା ଫଳ ବାହାରିବ, ତାହା ସେ ସ୍ପଷ୍ଟ ହୋଇନାହିଁ । ପୂବରୁ ମଇ ପ୍ରଥମ ସପ୍ତାହରେ ଫଳାଫଳ ବାହାରିବାର ଥିଲା । କିନ୍ତୁବାତ୍ୟା ଯୋଗୁଁ ରେଜଲଫ ବାହାରିବାରେ ବିଳମ୍ବ ହୋଇଛି ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ରାମାଶିଷ ହାଜରା ମଙ୍ଗଳବାର ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ବୋର୍ଡ ପକ୍ଷରୁ ଏପ୍ରିଲ୍‌ ୫ତାରିଖରୁ ମୂଲ୍ୟାୟନ ସରିଥିଲା । ମୂଲ୍ୟାୟନ କେନ୍ଦ୍ରରୁ ଅନଲାଇନରେ ମାର୍କ ପୋଷ୍ଟିଂ କରାଯାଇଥିଲା । ଫଳ ପ୍ରକାଶନ ବିଳମ୍ବ ନକରିବା ପାଇଁ ଦୀର୍ଘ ଉତରମୂଳକ ମୂଲ୍ୟାୟନ ଚାଲିଥିବା ବେଳେ ରାଜ୍ୟ ବାହାରର ଏକ କମ୍ପୁ୍ୟଟର ଫାର୍ମରେ ଓଏମଆର୍‌ ମୂଲ୍ୟାୟନ ମଧ୍ୟ ଚାଲିଥିଲା । ମଇ ପ୍ରଥମ ସପ୍ତାହରେ ଫଳ ପ୍ରକାଶ କରିବାକୁ ସମସ୍ତ ପ୍ରସ୍ତୁତି ଥିଲା । କିନ୍ତୁ ବାତ୍ୟା ଫନି ଯୋଗୁଁ ବିଦୁ୍ୟତ୍‌ ସମସ୍ୟା ପାଇଁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନ ବିଳମ୍ବ ହୋଇଛି । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଫେବୃଆରୀ ୨୨ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହୋଇଥିଲା । ୨୯୫୩ଟି କେନ୍ଦ୍ରରେ ୫ ଲକ୍ଷ ୮୭ ହଜାର ୭୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମାର୍ଚ୍ଚ ୨୫ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିଲା । ଗତବର୍ଷ ମଇ ୭ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶବ ନେବାକୁ ଆସିଲେନି ସମ୍ପର୍କୀୟ, ସତ୍କାର କଲା ପୋଲିସ

ଶବ ନେବାକୁ ଆସିଲେନି ସମ୍ପର୍କୀୟ, ସତ୍କାର କଲା ପୋଲିସ

Read More...

ସୁନ୍ଦରୀ ପାଇଁ ମଇଁଷି ଶିକାର...

ସୁନ୍ଦରୀ ପାଇଁ ମଇଁଷି ଶିକାର...

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page