ପୁଣି ଜଣେ ଓଡ଼ିଆ ହେଲେ ରାଜ୍ୟପାଳ ଗିରିଶ ମୁର୍ମୁ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ

October 25, 2019, ଦେଶ, , Anupambharat News Bureau


 ପୁଣି ଜଣେ ଓଡ଼ିଆ ହେଲେ ରାଜ୍ୟପାଳ ଗିରିଶ ମୁର୍ମୁ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ
Anupambharat News Bureau
October 25, 2019

ନଗର,୨୫ା୧୦: ଓଡ଼ିଶାରେ ଜନ୍ମିତ ତଥା ଗୁଜରାଟ କ୍ୟାଡର ଆଇଏଏସ୍‌ ଗିରୀଶ ଚନ୍ଦ୍ର ମୁର୍ମୁ ଜମ୍ମୁ-କଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି । ସେ ବର୍ତ୍ତମାନ ଅର୍ଥମନ୍ତ୍ରଣାଳୟର (ବ୍ୟୟ)ସଚିବ ଦାୟିତ୍ୱରେ ଅଛନ୍ତି । ଓଡ଼ିଶାର ମୟୁରଭଞ୍ଜ ବେତନଟୀଠାରେ ଜନ୍ମିତ ମୁର୍ମୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତ୍ତୋକୋତ୍ତର ଶିକ୍ଷା ହାସଲ କରିଛନ୍ତି । ଏହାପରେ ସେ ବର୍ମିଂହାମ୍‌ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ । ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସେ ପ୍ରିନ୍ସିପାଲ ସେକ୍ରେଟାରୀ ଦାୟିତ୍ୱ ତୁଲାଇଥିଲେ । ବର୍ତ୍ତମାନ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ୍‌ ଗୋଆ ରାଜ୍ୟପାଳ ଭାବେ ଅବସ୍ଥାପିତ କରାଯାଇଛି । ଅନ୍ୟପକ୍ଷରେ ରାଧାକୃଷ୍ଣ ମାଥୁର ଲଦାଖ ଉପରାଜ୍ୟପାଳ ହେବ । ସେହିଭଳି ପିିଏସ୍‌ ଶ୍ରୀଧରନ୍‌ ପିଲ୍ଲାଇଙ୍କୁ ମିଜୋରାମ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛିା





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚତୁର୍ଦ୍ଧାମୁର୍ତ୍ତିଙ୍କ ନବକଳେବର ଆଦ୍ୟଲିଳାସ୍ଥଳୀ ଅବହେଳିତ

ଚତୁର୍ଦ୍ଧାମୁର୍ତ୍ତିଙ୍କ ନବକଳେବର ଆଦ୍ୟଲିଳାସ୍ଥଳୀ ଅବହେଳିତ

Read More...

ଶୀତକାଳୀନ ଅଧିବେଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି  ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ୍‌

ଶୀତକାଳୀନ ଅଧିବେଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page