ଏକତାଙ୍କ ମଜା ଉଡ଼ାଇଲେ ଦିଶା

October 26, 2019, ଦେଶ, , Anupambharat News Bureau


ଏକତାଙ୍କ ମଜା ଉଡ଼ାଇଲେ ଦିଶା
Anupambharat News Bureau
October 26, 2019

ମୁମ୍ବାଇ: ବଲିଉଡ୍‌ ଡିଭା ଦିଶା ପଟାନୀ ଡେବ୍ୟୁ ଫିଲ୍ମ ‘ଏମ୍‌.ଏସ୍‌ ଧୋନି’ରୁ ହିଁ ନିଜର ସୌନ୍ଦର୍ଯ୍ୟ ଓ ନିଆରା ଅନ୍ଦାଜରେ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି । ତେବେ ଅନେକ ଦିନ ହେବ ସେ ଫିଲ୍ମରୁ ଦୂରେଇ ରହିଛନ୍ତି । ହେଲେ ସୋଶାଲ୍‌ ମିଡିଆରେ ସବୁବେଳେ ଆକଫିଭ ରହୁଛନ୍ତି । ସେ ସବୁବେଳେ ଏଥିରେ ନିଜ ଫଟୋ ଶେଆର କରନ୍ତି । ନିକଟରେ ଦିଶା ଏକ ଫଟୋ ଶେଆର କରିଛନ୍ତି, ଯେଉଁଥିରେ ତାଙ୍କୁ ଟେଲି କୁଇନ୍‌ ଏକତା କପୁରଙ୍କ ଗେଟ୍‌ଅପ୍‌ରେ ଦେଖିବାକୁ ମିଳିଛି । ସେ ଏକ୍ତାଙ୍କ ଭଳି ଆଙ୍ଗୁଠିରେ ଅନେକ ଗୁଡ଼ିଏ ମୁଦି ପିନ୍ଧିଛନ୍ତି । ତା’ ସହିତ ହାତରେ ବ୍ରେସ୍‌ଲେଟ୍‌ ମଧ୍ୟ ପିନ୍ଧିଛନ୍ତି । ଏହି ଫୋଟୋ ଜରିଆରେ ସେ ଏକ୍ତାଙ୍କୁ ପରିହାସ କରି ଏକ କ୍ୟାପସନ୍‌ ମଧ୍ୟ ଲେଖିଛନ୍ତି, ଯାହା ଖୁବ୍‌ ଭାଇରାଲ୍‌ ହେଉଛି ।
ସେ ଲେଖିଛନ୍ତି, କେଟିନାର ସମସ୍ତଙ୍କୁ ‘ଜୟ ମାତା ଦି’ (ପୂର୍ବରୁ ୟା’ର ନାଁ ଟିନା ଥିଲା, ହେଲେ ଏବେ ଏହା କେଟିନା ହୋଇଯାଇଛି । କାରଣ ଏହା ତାଙ୍କୁ ସୁଟ୍‌ କରୁଛି) । ଏଭଳି ତାଙ୍କୁ ଜ୍ୟୋତିଷ କହିଛନ୍ତି । ହେଲେ ଏତେ ମୁଦି କିଏ ପିନ୍ଧେ । ଦିଶାଙ୍କ ଏହି ପୋଷ୍ଟ୍‌ ଉପରେ ତାଙ୍କ ଫ୍ୟାନ୍ମାନେ ମଧ୍ୟ ଅନେକ କମେଣ୍ଟ କରିଛନ୍ତି । ଏକ୍ତା ମଧ୍ୟ ଦିଶାଙ୍କ ପୋଷ୍ଟକୁ ନିଜ ‘ଇନ୍‌ଷଫାଗ୍ରାମ’ରେ ଶେଆର କରିଛନ୍ତି । ଚର୍ଚ୍ଚା ହେଉଛି ଯେ ଦିଶା ଆଗକୁ ଏକ୍ତାଙ୍କ ବାୟୋପିକ୍‌ରେ ଅଭିନୟ କରିବେ । ଆଉ ଏହା ହେଉଛି, ଫିଲ୍ମରେ ତାଙ୍କର ଫାଷ୍ଟ୍‌ ଲୁକ୍‌ଛ ଏହା ବ୍ୟତୀତ ଆଦିତ୍ୟ ରାୟ କପୁରଙ୍କ ସହ ଫିଲ୍ମ ‘ମଙ୍ଗଲ୍‌’ରେ ମଧ୍ୟ ଦିଶାଙ୍କୁ ଦେଖିବାକୁ ମିଳିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାଷୀଙ୍କ ପେଟକୁ ନାତ ମାରୁଛନ୍ତି ମୋଦି ସରକାର: ପ୍ରିୟଙ୍କା

ଚାଷୀଙ୍କ ପେଟକୁ ନାତ ମାରୁଛନ୍ତି ମୋଦି ସରକାର: ପ୍ରିୟଙ୍କା

Read More...

ଦଳ ଛାଡ଼ିଲେ ତେଜ୍‌ ବାହାଦୁର

ଦଳ ଛାଡ଼ିଲେ ତେଜ୍‌ ବାହାଦୁର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page