ଦୁଇ ଦିନ ଭିତରେ ଆସିବ ଶୀତ

October 26, 2019, ଓଡ଼ିଶା, , Anupambharat News Bureau


ଦୁଇ ଦିନ ଭିତରେ ଆସିବ ଶୀତ
Anupambharat News Bureau
October 26, 2019

ଭୁବନେଶ୍ୱର, ୨୬ା୧୦ (ଅନୁପମ ମିଡିଆ) : ଏ ବର୍ଷ ମୌସୁମୀ ଡେରିରେ ପ୍ରତ୍ୟାବର୍ତ୍ତନ କଲା । ତା ପ୍ରଭାବରେ ଓଡ଼ିଶାକୁ ଶୀତ ଛୁଇଁ ନଥିଲା । ଯେହେତୁ ଲଘୁଚାପ ଜନିତ ବର୍ଷ ଛାଡ଼ି ଯାଇଛି, ତେଣୁ ନିଶ୍ଚିତ ଭାବେ ପାଗର ପରିବର୍ତ୍ତନ ଘଟିବ । ଆଶା କରୁଛୁ ଯେ ଦୁଇରୁ ତିନି ଦିନ ମଧ୍ୟରେ ଆଶିଂକ ଭାବେ ଶୀତର ପ୍ରଭାବ ପଡ଼ିବ । ଶନିବାର ଦିନ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡୁ୍ୟଟି ଅଫିସର ମଦନମୋହନ ଦାସ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମୌସୁମୀ ବାୟୁ ଓଡ଼ିଶାରୁ ବିଦାୟ ନେଇସାରିଛି । ହେଲେ ଏକ ଲୋପ୍ରେସର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଥିଲା । ବର୍ତ୍ତମାନ ଲଘୁଚାପ ନିଷ୍କ୍ରିୟ ହୋଇ ଯାଇଛି । କେବଳ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୋଟିଏ ଘୂର୍ଣ୍ଣିବଳୟ ରହିଛି । ଦାସ କହିଛନ୍ତି ଯେ ଆଗାମୀ ଏକ ସପ୍ତାହ ଯାଏ କୌଣସି ବାତ୍ୟାର ସୂଚନା ନାହିଁ । ବାତ୍ୟା ନେଇ ଯେଉଁ ପ୍ରଚାର ଚାଲିଛି ତାହା ଠିକ୍‌ ନୁହେଁ । ସୂଚନାଯୋଗ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବୁଧବାର ଓ ଗୁରୁବାର ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଯୋଗୁ ଅନେକ ସ୍ଥାନରେ ସ୍ଥିତି ବେହାଲ୍‌ ହୋଇଯାଇଥିଲା । ତେବେ ଏଥିଯୋଗୁ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନଥିଲା ବୋଲି ଶୁକ୍ରବାର ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା କହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 କୂଅରେ ପଡି ଶିଶୁପୁତ୍ର ମୃତ

କୂଅରେ ପଡି ଶିଶୁପୁତ୍ର ମୃତ

Read More...

ମହାରାଷ୍ଟ୍ରରେ ସରକାର ଗଠନରେ ବିଳମ୍ବ  ୫୦:୫୦ ଫର୍ମୁଲା ଜିଦ୍‌ରେ ଶିବସେନା

ମହାରାଷ୍ଟ୍ରରେ ସରକାର ଗଠନରେ ବିଳମ୍ବ ୫୦:୫୦ ଫର୍ମୁଲା ଜିଦ୍‌ରେ ଶିବସେନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page