ମାହାଙ୍ଗାର ବହୁମୁଖୀ ଅଟ୍ଟାଳିକା ଠିକାଦାରଙ୍କ କବ୍‌ଜାରେ : ସାଧାରଣରେ ତୀବ୍ର ଅସନ୍ତୋଷ

October 29, 2019, ଓଡ଼ିଶା, , Anupambharat News Bureau


ମାହାଙ୍ଗାର ବହୁମୁଖୀ ଅଟ୍ଟାଳିକା ଠିକାଦାରଙ୍କ କବ୍‌ଜାରେ : ସାଧାରଣରେ ତୀବ୍ର ଅସନ୍ତୋଷ
Anupambharat News Bureau
October 29, 2019

ମାହାଙ୍ଗା ୨୯ା୧୦ (ଅନୁପମ ମିଡିଆ) : ମାହାଙ୍ଗା ବ୍ଲକର ମାହାଙ୍ଗା ଗ୍ରାମରେ ଥିବା ସରକାରୀ ଅର୍ଥରେ ନିର୍ମିତ ବହୁମୁଖୀ ଅଟ୍ଟାଳିକା ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ ହେବ ଜନୈକ ଠିକାଦାରଙ୍କ କବ୍‌ଜାରେ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଯେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହାତପାଣwି ଆର୍ଥିକ ଅନୁଦାନରେ ମାହାଙ୍ଗାର ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀଙ୍କ ପୀଠର ଜମି ଓ ସରକାରୀ ଜମି ଉପରେ ପବିତ୍ର ଜରୀଆ କୂଳରେ ଏହି ବହୁମୁଖୀ ଅଟ୍ଟାଳିକା ନିର୍ମାଣ କରାଯାଇଥିଲା । ନିର୍ମାଣ ପରେ ଏହାକୁ ମାହାଙ୍ଗାର ବିଧାୟକ ପ୍ରତାପ ଜେନା ଓ ତତ୍‌କାଳୀନ ସାଂସଦ ବୈଜୟନ୍ତ ପଣ୍ଡା ଉଦXାଟନ କରିଥିଲେ । କିନ୍ତୁ ଅଟ୍ଟାଳିକା ନିର୍ମାଣ ହେବା ପରେ ଏହାର ସାଧାରଣ ଲକ୍ଷ୍ୟ ଠାରୁ ଏହାକୁ ଦୂରରେ ରଖାଯାଇଥିବା ଅଭିଯୋଗ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ, ବାତ୍ୟା, ବନ୍ୟା, ସମୟରେ ଜନସାଧାରଣରେଙ୍କର ଏହାକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବା ପାଇଁ ଉଦ୍ଦିଷ୍ଟ ଥିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବ୍ୟବହାର ନିମନ୍ତେ ନିର୍ମାଣ କରାଯାଇଥିଲା । କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ ୨୦୧୭ ମସିହାଠାରୁ ଆଜି ପର୍ଯ୍ୟନ୍ତ ଏହି ବହୁମୁଖୀ ଅଟ୍ଟାଳିକାକୁ ମାହାଙ୍ଗା - କଟିକଟା ଓ ନିଶ୍ଚିନ୍ତକୋଇଲି - ଲଳିତଗିରୀ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଜନୈକ ଠିକାଦାର ନିଜ ଅକ୍ତିଆରରେ ରଖିଛନ୍ତି । ବହୁ ଅର୍ଥରେ ନିର୍ମିତ ହୋଇଥିବା ଏହାର କୋଠରୀ ଭିତରେ ବିଭିନ୍ନ ନିର୍ମାଣ ସାମଗ୍ରୀ ରଖିଥିବା ବେଳେ ଏହାକୁ ଠିକାଦାରଙ୍କ କାର୍ଯ୍ୟକରୁଥିବା ଶ୍ରମିକମାନଙ୍କ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରୁଛନ୍ତି । ଅଟ୍ଟାଳିକାର ସମ୍ମୁଖ ଭାଗରେ ଟ୍ରକ, ଟ୍ରାକଫର, ଜେ.ସି.ବି. ପରିତ୍ୟକ୍ତ ନିର୍ମାଣ ସାମଗ୍ରୀ ଆଦି ରଖାଯାଉଛି । ଯାହା ଫଳରେ ସଂପ୍ରତି ନିକଟରେ ଘଟିଯାଇଥିବା ଫନି ବାତ୍ୟାରେ ସ୍ଥାନୀୟ ଅଂଚଳର ଜନସାଧାରଣ ସେଠାରେ ଆଶ୍ରୟ ନେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ମାହେଶ୍ୱରୀଙ୍କ ପୀଠରେ ବିଭିନ୍ନ ସମୟରେ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ସହିତ ବିନୋଦ ବିହାରୀଙ୍କର ଐତିହାସିକ ଚନ୍ଦନଯାତ୍ରା ଅନୁଷ୍ଠିତ ହେଉଥିବା ଯୋଗୁ ବହୁ ଜନସମାଗମ ହୋଇଥାଆନ୍ତି । କିନ୍ତୁ ଏହି ଅଟ୍ଟାଳିକାଟି ଠିକାଦାର କବ୍‌ଜାରେ ଥିବାରୁ ବ୍ୟବହାର ହୋଇପାରୁନଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ସରକାରୀ ଅନୁଦାନରେ ନିର୍ମିତ ହୋଇଥିବା ଏହି ଅଟ୍ଟାଳିକାଟିରେ କିଏ ଓ କାହିଁକି ସଂପୃକ୍ତ ଠିକାଦାରଙ୍କୁ ଦୁଇ ବର୍ଷରୁ ଅଧିକ ସମୟ ହେବ ରଖିବା ପାଇଁ ଅନୁମତି ଦେଇଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଣେ ଠିକାଦାର କିଭଳି ଭାବରେ ଜନସାଧାରଣଙ୍କ ପାଇଁ ଉଦ୍ଧିଷ୍ଟ ଗୃହଟିକୁ ନିଜ ଅକ୍ତିଆରରେ ରଖିଛନ୍ତି ତାହା ଏକ ନିରପେକ୍ଷ ତଦନ୍ତ ନିମନ୍ତେ ସାଧାରଣରେ ଦାବି ହେଉଛି । ଅପରପକ୍ଷରେ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଅନେକାଂଶ ଭାଙ୍ଗିବାକୁ ଲାଗିଲାଣି । ଘର ଭିତରର ଅବସ୍ଥା ମଧ୍ୟ ତର୍ଦୁପ । ଜନସାଧାରଣଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଠିକାଦାରଙ୍କୁ ଏହି ସରକାରୀ ଗୃହରୁ ହଟାଇବା ସହିତ ଗୃହଟିକୁ ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ଛାଡିବା ପାଇଁ ସାଧାରଣରେ ଦୃଢ ଦାବି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟଙ୍କା ପାଇଁ ପର୍ଯ୍ୟଟକଙ୍କୁ ମାଡ଼, ୮ ଆହତ

ଟଙ୍କା ପାଇଁ ପର୍ଯ୍ୟଟକଙ୍କୁ ମାଡ଼, ୮ ଆହତ

Read More...

 କୂଅରେ ପଡି ଶିଶୁପୁତ୍ର ମୃତ

କୂଅରେ ପଡି ଶିଶୁପୁତ୍ର ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page