ବାତ୍ୟା ପରେ ଦାଉ ସାଧୁଛି ବିଜୁଳି ବହୁ ଅଞ୍ଚଳ ଅନ୍ଧକାରଛନ୍ନ

November 11, 2019, ଓଡ଼ିଶା, , Anupambharat News Bureau


ବାତ୍ୟା ପରେ ଦାଉ ସାଧୁଛି ବିଜୁଳି ବହୁ ଅଞ୍ଚଳ ଅନ୍ଧକାରଛନ୍ନ
Anupambharat News Bureau
November 11, 2019

ପଟ୍ଟାମୁଣ୍ଡାଇ,୧୧ା୧୧(ଅନୁପମ ମିଡିଆ):ସଂପ୍ରତି ସାମୁଦ୍ରିକ ଝଡବାତ୍ୟା ବୁଲବୁଲ ଯୋଗୁଁ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନାହିଁନଥିବା କ୍ଷତି ଘଟିଛି । ବହୁ କଚାଘର ଭାଙ୍ଗି ଯିବା ସହିତ ଧାନ, ବିରି ଓ ପନିପରିବା ଫସଲହାନି ଘଟିଛି । ଏଭଳି ସ୍ଥିତିରେ ବିଭିନ୍ନ ସୁତ୍ରରୁ ଋଣ ଆଣି ଫସଲ କରିଥିବା ଚାଷୀମାନେ ଭାଙ୍ଗି ପଡିଥିବାବେଳେ ବାସହରା ହୋଇ ଗରିବ ଲୋକମାନେ ବେସାହାରା ହୋଇପଡିଛନ୍ତି । ବାତ୍ୟା ପରେ ନାନା ପ୍ରକାର ଦୂର୍ଦ୍ଦଶାରେ ଥିବା ଚାଷୀ ଓ ଗରିବ ଲୋକମାନେ ଏବେ ବିଜୁଳି ଅଭାବରୁ ଘନ ଅନ୍ଧକାର ମଧ୍ୟରେ ନର୍କଯନ୍ତ୍ରଣା ଭୋଗ କରୁଛନ୍ତି । ବାତ୍ୟା ପରେ ବିଜୁଳି ଦାଉ ସାଧୁଛି ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି । ସାମୁଦ୍ରିକ ଝଡବାତ୍ୟା ବୁଲବୁଲ ଓଡିଶା ଉପକୂଳ ଅତିକ୍ରମ କରିବା ପରେ ପଟ୍ଟାମୁଣ୍ଡାଇ ସହରରେ ବିଦୁ୍ୟତ ଯୋଗାଣ କରାଯାଇଥିଲା । ମାତ୍ର ବାତ୍ୟାର ୩ ଦିନ ପରେ ମଧ୍ୟ ପଟ୍ଟାମୁଣ୍ଡାଇ ବ୍ଲକର ବହୁ ଅଞ୍ଚଳ ବିଜୁଳି ଅଭାବରୁ ଅନ୍ଧକାରାଛନ୍ନ ହୋଇପଡିଛି । ବିଜୁଳି ଯୋଗାଇବା ପାଇଁ ସେସୁ ଓ ଏନଜେନ ଲୁଚକାଳି ଖେଳ ଖେଳୁଥିବା ସାଧାରଣରେ ଅଭିଯୋଗ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକର ଡାମରପୁର, ଶ୍ରୀରାମପୁର, ବଳଭଦ୍ରପୁର, ଶାସନ ଆଦି ପଞ୍ଚାୟତରେ ଅଦ୍ୟାବଧି ବିଦୁ୍ୟତ ସେବା ଯୋଗାଇ ଦିଆଯାଇନାହିଁ । ଯାହାଫଳରେ ଲୋକମାନେ ଘନ ଅନ୍ଧକାର ମଧ୍ୟରେ ଯନ୍ତ୍ରଣା ଭୋଗ କରୁଛନ୍ତି । ଖୁଣ୍ଟ ଆସିଲେ ବିଦୁ୍ୟତ ବ୍ୟବସ୍ଥାକୁ ସୁସଙ୍ଗଠିତ କରାଯିବ ବୋଲି ବିଭାଗୀୟ ଯନ୍ତ୍ରୀଙ୍କ ଉତ୍ତରରେ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ତଥା ବିଭାଗୀୟ କର୍ତ୍ତୃପକ୍ଷ ଅବିଳମ୍ବେ ଅନ୍ଧକାରାଛନ୍ନରେ ଥିବା ଡାମରପୁର, ଶ୍ରୀରାମପୁର, ବଳଭଦ୍ରପୁର ସମେତ ସମସ୍ତ ଅଞ୍ଚଳକୁ ବିଦୁ୍ୟତସେବା ଯୋଗାଇ ଦେବା ପାଇଁ ପଟ୍ଟାମୁଣ୍ଡାଇ ସଂଗ୍ରାମ ସମିତିର ସଭାପତି ନୃସିଂହ ଚରଣ ଆଚାର୍ଯ୍ୟ ଦାବି କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫି’ ବୃଦ୍ଧିକୁ ନେଇ ଜେଏନୟୁ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

ଫି’ ବୃଦ୍ଧିକୁ ନେଇ ଜେଏନୟୁ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

Read More...

କେନ୍ଦୁଝରରେ ଲଜ୍ୟା! ଭାରରେ ବୁହା ହେଲେ ଅସହାୟ ଗର୍ଭବତୀ

କେନ୍ଦୁଝରରେ ଲଜ୍ୟା! ଭାରରେ ବୁହା ହେଲେ ଅସହାୟ ଗର୍ଭବତୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page