ପିଛା କଲେ ଦୃର୍ବୃତ୍ତ, ଓଲଟିପଡ଼ିଲା ବିଧାୟକଙ୍କ ଗାଡ଼ି

May 15, 2019, ଦେଶ, , Anupambharat News Bureau


ପିଛା କଲେ ଦୃର୍ବୃତ୍ତ, ଓଲଟିପଡ଼ିଲା ବିଧାୟକଙ୍କ ଗାଡ଼ି
Anupambharat News Bureau
May 15, 2019

ରାଏବରେଲୀ:ମଙ୍ଗଳବାର ଉତ୍ତରପ୍ରଦେଶ ରାଏବରେଲୀରେ କିଛି ଦୃର୍ବୃତ୍ତ କଂଗ୍ରେସ ବିଧାୟକ ଅଦିତି ସିଂହଙ୍କ ଗାଡ଼ିର ପିଛା କରିବାପରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିବା ସୂଚନା ମିଳିଛି । ସମ୍ପୃକ୍ତ ଦୁର୍ବୃତ୍ତ ଅଦିତିଙ୍କ ଉପରେ ଆକ୍ରମଣ କରିବା ପାଇଁ ତାଙ୍କର ପିଛା କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଘଟଣାରେ ଡିଜିପି ଆନନ୍ଦ କୁମାର ରାଏବରେଲୀ ଏସ୍‌ପିଙ୍କୁ ରିପୋର୍ଟ ତଲବ କରିଛନ୍ତି । ଏହା ସହିତ ଘଟଣାସ୍ଥଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଅଦିତି ବାହୁବଳୀ ଅଖିଲେଶ ସିଂହଙ୍କ ଝିଅ । ସେ ଆମେରିକାରୁ ପାଠ ସାରିବା ପରେ ୨୦୧୭ ମସିହାରେ ପ୍ରଥମ ଥର ନିର୍ବାଚନ ଲଢ଼ିଥିଲେ । ଏଥିରେ ବୃହତ ବ୍ୟବଧାନରେ ଜିତି ବିଧାୟକ ହୋଇଥିବା ଅଦିତିଙ୍କ ନାମ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ଯୋଡ଼ାହେବା ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଚର୍ଚ୍ଚା ହୋଇଥିଲା ଯେ, ସେ ରାହୁଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ପରେ ଅଦିତି ଏହି ଚର୍ଚ୍ଚାକୁ ଖଣ୍ଡନ କରିବା ସହ ରାହୁଲ ତାଙ୍କ ଭାଇ ପରି ବୋଲି କହିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାଏବରେଲୀ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ଭୋଟିଂ ହେବାର ଥିଲା । ଏହି ଆକ୍ରମଣ ଘଟଣା ଉକ୍ତ ଭୋଟିଂ ସହ ଜଡ଼ିତ ଥିବା ଅଭିଯୋଗ ହୋଇଛି । ତେବେ ଆକ୍ରମଣ କେବଳ ଅଦିତିଙ୍କ ଉପରେ ନୁହେଁ, ଅନ୍ୟ ଜିଲ୍ଲା ପଞ୍ଚାୟତ ସଦସ୍ୟମାନଙ୍କ ଉପରେ ମଧ୍ୟ ଗୁଳିମାଡ଼ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ସଦସ୍ୟମାନଙ୍କ ଉପରେ ଏହି ଦୃର୍ବୃତ୍ତମାନେ ଗୁଳିମାଡ଼ କରିବା ପରେ ସଦର ବିଧାୟକ ଅଦିତି ସିଂହଙ୍କ ପିଛା କରିଥିଲେ । ଏହି ଘଟଣାରେ ବିଜେପିର ଲୋକସଭା ପ୍ରାର୍ଥୀ ଦିନେଶ ସିଂହଙ୍କ ଭାଇ ଅବଧେଶ ସିଂହଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ରାଏ ବରେଲୀରେ କିଛି ଦୃର୍ବୃତ୍ତ କଂଗ୍ରେସ ବିଧାୟକ ଅଦିତି ସିଂହଙ୍କ ଗାଡ଼ିର ପିଛା କରିବାପରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିବା ସୂଚନା ମିଳିଛି । ସମ୍ପୃକ୍ତ ଦୁର୍ବୃତ୍ତ ଅଦିତିଙ୍କ ଉପରେ ଆକ୍ରମଣ କରିବା ପାଇଁ ତାଙ୍କର ପିଛା କରୁଥିବା ମଧ୍ୟ ଅଭିଯୋଗ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜୁନ୍‌ ୪ରେ କେରଳ ଛୁଇଁବ ମୌସୁମୀ

ଜୁନ୍‌ ୪ରେ କେରଳ ଛୁଇଁବ ମୌସୁମୀ

Read More...

ମମତାଙ୍କୁ କ୍ଷମା ମାଗିବାକୁ ବିଜେପି ନେତ୍ରୀଙ୍କୁ ନିର୍ଦ୍ଦେଶ

ମମତାଙ୍କୁ କ୍ଷମା ମାଗିବାକୁ ବିଜେପି ନେତ୍ରୀଙ୍କୁ ନିର୍ଦ୍ଦେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page