୯୦ ଲକ୍ଷ ଠକେଇ ମାମଲାରେ ଜଣେ ଗିରଫ

November 11, 2019, ଓଡ଼ିଶା, , Anupambharat News Bureau


୯୦ ଲକ୍ଷ ଠକେଇ ମାମଲାରେ ଜଣେ ଗିରଫ
Anupambharat News Bureau
November 11, 2019

ବ୍ରହ୍ମପୁର୧୧ ।୧୧(ଅନୁପମ ମିଡ଼ିଆ): ସ୍ଥାନୀୟ ଜନାନା ହସ୍‌ପିଟାଲ୍‌ ରୋଡରେ ଏକ ଚିଟ୍‌ଫଣ୍ଡ ସଂସ୍ଥା ଦ୍ୱାରା ଶତାଧିକ ଲୋକଙ୍କୁ ଅଧିକ ସୁଧ ଓ କମ୍‌ ଦିନରେ ଦୁଇ ଗୁଣ ଅର୍ଥର ଲୋଭ ଦେଖାଇ ୯୦ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେବା ଅଭିଯୋଗରେ ପୋଲିସ ଆଜି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
୨୦୧୦ ଡ଼ିସେମ୍ବର ମାସରେ ସ୍ଥାନୀୟ ବ୍ରହ୍ମାନଗର ତୃତୀୟ ଲାଇନର ଅମୀୟ କୁମାର ପାଢ଼ୀ ନାମକ ଜଣେ ବ୍ୟକ୍ତି ଜନାନା ହସ୍‌ପିଟାଲ୍‌ ରୋଡ୍‌ରେ ହନିକମ୍ବ୍‌ ହୋଲଡିଂ ଲିମିଟେଡ଼୍‌ ନାମକ ଏକ ସଂସ୍ଥା ଖୋଲି ୨୦୧୦ ଡ଼ିସେମ୍ବରରୁ ୨୦୧୧ ଅକେଫାବର ମଧ୍ୟରେ ବହୁ ଲୋକଙ୍କ ଠାରୁ ଅଧିକ ସୁଧ ତଥା କମ୍‌ ଦିନରେ ଦୁଇ ଗୁଣ ଅର୍ଥର ଲୋଭ ଦେଖାଇ ବହୁ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଆଜି ପ୍ରkାୟ ୭୦ ଜଣ ଜମାକାରୀଙ୍କ ଠାରୁ ୯୦ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ଅଭିଯୋଗ ହେବା ପରେ ବୈଦ୍ୟନାଥପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଏବଂ ଅଭିଯୁକ୍ତକୁ ଗିରଫ କରିଥିବା ବ୍ରହ୍ମପୁର ଏସ୍‌ଡ଼ିପିଓ ବିଷ୍ଣì ପ୍ରସାଦ ପତି ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁଇସ୍‌ ବ୍ୟାଙ୍କରେ ୩୦୦ କୋଟିର ଦାବିଦାର ନାହାନ୍ତି ଖୁବ୍‌ ଶୀଘ୍ର ଅଚଳ ହେବ ଖାତା

ସୁଇସ୍‌ ବ୍ୟାଙ୍କରେ ୩୦୦ କୋଟିର ଦାବିଦାର ନାହାନ୍ତି ଖୁବ୍‌ ଶୀଘ୍ର ଅଚଳ ହେବ ଖାତା

Read More...

ଅଯୋଧ୍ୟା ରାୟ: ଶାନ୍ତିର ସହ ଗ୍ରହଣ କଲା ସାରା ଭାରତ

ଅଯୋଧ୍ୟା ରାୟ: ଶାନ୍ତିର ସହ ଗ୍ରହଣ କଲା ସାରା ଭାରତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page