ବୁଲବୁଲ୍‌ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌

November 11, 2019, ଓଡ଼ିଶା, , Anupambharat News Bureau


ବୁଲବୁଲ୍‌ କ୍ଷତିଗ୍ରସ୍ତ  ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌
Anupambharat News Bureau
November 11, 2019

ଭୁବନେଶ୍ୱର, ୧୧ ।୧୧(ଅନୁପମ ମିଡିଆ): ସାମ୍ପ୍ରତିକ ବାତ୍ୟା ‘ବୁଲବୁଲ୍‌’ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ୧୮ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାସହ ୨୪ ତାରିଖ ସୁଦ୍ଧା ସହାୟତା ବଣ୍ଟନ ପାଇଁ କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୩୩ ପ୍ରତିଶତ ଫସଲ ହାନି ଘଟିଥିବା ଚାଷୀମାନଙ୍କୁ ହେକଫର ପିଛା ୬ ହଜାର ୮୦୦ ଟଙ୍କା ସହ ସ୍ୱଳ୍ପ ମିଆଦି ଋଣକୁ ଦୀର୍ଘମିଆଦି କରାଯିବ । ଜଳସେଚିତ ଜମିରେ ହେକଫର ପିଛା ୧୩ ହଜାର ୫୦୦ ଟଙ୍କା, ସବୁଦିନିଆ ଫସଲ କ୍ଷୟକ୍ଷତି ପାଇଁ ହେକଫର ପିଛା ୧୮ହଜାର ଟଙ୍କା ଦେବାପାଇଁ ନିର୍ଦ୍ଦେଶରେ କୁହାଯାଇଛି । କ୍ଷତିଗ୍ରସ୍ତ ଜିଲ୍ଲା ମାନଙ୍କରେ ୪୫ ହଜାର ହେକଫର ଜମିରେ ଡେମୋନଷ୍ଟ୍ରେସନ କାର୍ଯ୍ୟକ୍ରମ କରାଯିବ । ଡାଲି ଓ ତୈଳଜାତୀୟ ଫସଲ ନଷ୍ଟ ପାଇଁ ୫୦ ହଜାର ମିନି କିଟ୍‌ ଯୋଗାଇ ଦିଆଯିବ । ୫୦ ପ୍ରତିଶତ ରିହାତି ଦରରେ ଚାଷୀଙ୍କୁ ୩୦୦୦ ସ୍ପ୍ରେୟର ଯୋଗାଇ ଦିଆଯିବ । ବ୍ୟାଟେରୀ ଚାଳିତ ସ୍ପ୍ରେୟର କ୍ଷେତ୍ରରେ ସର୍ବାଧିକ ରିହାତି ୩୮୦୦ ଟଙ୍କା ଏବଂ ହସ୍ତଚାଳିତ ସ୍ପ୍ରେୟର ପାଇଁ ସର୍ବାଧିକ ରିହାତି ୭୫୦ ଟଙ୍କା ମିଳିବ । ପାନ ବରଜର ପୁନରୁଦ୍ଧାର
ପାଇଁ ପ୍ରତି ଚାଷୀଙ୍କୁ ୩୦ ୟୁନିଟ୍‌ ପର୍ଯ୍ୟନ୍ତ ୧୫ ହଜାର ଟଙ୍କା ଦିଆଯିବ । ସମ୍ପୂର୍ଣ୍ଣ କ୍ଷତି ଡଙ୍ଗା ପିଛା ୯ ହଜାର ୬୦୦ ଟଙ୍କା ଏବଂ ଆଂଶିକ କ୍ଷତି ପାଇଁ ୪ ହଜାର ୧୦୦ ଟଙ୍କା, ମାଛ ଚାଷୀଙ୍କ ସମ୍ପୂର୍ଣ୍ଣ ନଷ୍ଟ ପାଇଁ ହେକଫର ପିଛା ୧୨ ହଜାର ୨୦୦ ଟଙ୍କା ଏବଂ ଇନପୁଟ ସବସିଡ଼ି ବାବଦରେ ୮ ହଜାର ୨୦୦ ଟଙ୍କା ପ୍ରଦାନ କରାଯିବ । ସମ୍ପୂର୍ଣ୍ଣ ନଷ୍ଟ ଜାଲ ପାଇଁ ୨୬୦୦ ଟଙ୍କା, ଆଂଶିକ ନଷ୍ଟ ପାଇଁ ୨୧୦୦ ଟଙ୍କା ଦିଆଯିବ । ସେହିପରି ୫୦ ୟୁନିଟ୍‌ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଛତୁ ଚାଷୀଙ୍କୁ ୪୦ ହଜାର ଟଙ୍କା ଯୋଗାଇ ଦିଆଯିବ । କ୍ଷୀର ଦେଉଥିବା ଗାଇ ଓ ମଇଁଷି ପ୍ରତି ପ୍ରାଣୀ ପିଛା ୩୦ ହଜାର ଟଙ୍କା ଏବଂ କ୍ଷୀର ଦେଉନଥିବା ପ୍ରାଣୀପ୍ରତି ୨୫ ହଜାର ଟଙ୍କା କ୍ଷତିପୂରଣ ଦିଆଯିବା ସହିତ ବାଛୁରି ପାଇଁ ୧୬ ହଜାର (୬ଟି ପ୍ରାଣୀ ପର୍ଯ୍ୟନ୍ତ), ଛେଳି ମେ„ା ପାଇଁ ୩ ହଜାର ଟଙ୍କା (୩୦ଟି ପ୍ରାଣୀ ପର୍ଯ୍ୟନ୍ତ), କୁକୁଡ଼ା ପାଇଁ ମୁଣ୍ଡପିଛା ୫୦ ଟଙ୍କା (ସର୍ବୋଚ୍ଚ ୫ ହଜାର ଟଙ୍କା) ଦିଆଯିବ । କୌଣସି କ୍ଷେତ୍ରରେ ସବୁଦିନିଆ ଫସଲ ପାଇଁ ଇନପୁଟ୍‌ ସବସିଡ଼ିର ପରିମାଣ ୨୦୦୦ ଟଙ୍କାରୁ କମ୍‌ ଓ ଅନ୍ୟାନ୍ୟ ଫସଲ କ୍ଷେତ୍ରରେ ୧ ହଜାର ଟଙ୍କାରୁ କମ୍‌ ହେବ ନାହିଁ । ୨୦୧୯-୨୦ ପାଇଁ ରବି ଫସଲ ପାଇଁ ୧୦ ହଜାର ପରିବା ମିନିକିଟ୍‌ ପ୍ରଦାନ କରାଯିବ । ରବି ପାଇଁ ତୁରନ୍ତ ଉନ୍ନତ ବିହନ ଓ ଅନ୍ୟ କିଛି ସାମଗ୍ରୀ ଦେବାପାଇଁ ପଦକ୍ଷେପ ନିଆଯିବ । ଫସଲ ବୀମା ଯୋଜନାର ସୁବିଧା ଚାଷୀଙ୍କୁ ଶୀଘ୍ର ଦେବାପାଇଁ ଫସଲ କଟା ପରୀକ୍ଷଣ କରାଯାଇ ବୀମା ପରିମାଣ ଚୂଡ଼ାନ୍ତ କରାଯିବ ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଗୃହରେ ‘ସ୍ମୀତାରାଣୀ’ମୃତୁ୍ୟ ଝଡ଼ ହୋଇ ପାରିଲାନି ପ୍ରଶ୍ନୋତର କାର୍ଯ୍ୟକ୍ରମ ଓ ଶୂନ୍ୟକାଳ

ଗୃହରେ ‘ସ୍ମୀତାରାଣୀ’ମୃତୁ୍ୟ ଝଡ଼ ହୋଇ ପାରିଲାନି ପ୍ରଶ୍ନୋତର କାର୍ଯ୍ୟକ୍ରମ ଓ ଶୂନ୍ୟକାଳ

Read More...

ଦୁଇ ଟ୍ରେନ୍‌ ମୁହାଁମୁହିଁ    ୧୩ ଆହତ

ଦୁଇ ଟ୍ରେନ୍‌ ମୁହାଁମୁହିଁ ୧୩ ଆହତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page