ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ

November 17, 2019, ଦେଶ, , Anupambharat News Bureau


ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ
Anupambharat News Bureau
November 17, 2019

ନୂଆଦିଲ୍ଲୀ,୧୭ା୧୧: ସୋମବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନରେ ବିଜେପି ନେତୃତ୍ୱାଧିନ ଏନଏଡ଼ିଏ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଣିବ ଲକ୍ଷ୍ୟରେ ରହିଥିବା ବେଳେ ସରକାରଙ୍କୁ ଘେରିବାକୁ ରଣ କୌଶଳ ପ୍ରସ୍ତୁତ କରିଛି ବିରୋଧୀ । ଫଳରେ ଅଧିବେଶନ ସରଗରମ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ଏହି ଅଧିବେଶନ ୧୩ ଡିସେମ୍ବରରେ ଶେଷ ହେବ । ମୋଦି ସରକାରଙ୍କ ପାଇଁ ଏହି ଅଧିବେଶନ ସରୁଖୁରୁରେ ଚଳାଇବା କଷ୍ଟସାଧ୍ୟ ହେବ । ଯେହେତୁ ଏଥର ମଧ୍ୟ ରାଜ୍ୟସଭାରେ ଶିବସେନା ବିରୋଧୀ ଆସନରେ ବସିବ ବୋଲି ନିଷ୍ପତ୍ତି ନେଇଛି । ଏଥିସହ ଚଳିତ ଅଧିବେଶନରେ ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ପ୍ରସଙ୍ଗ କରି ଶାସକ ଦଳକୁ ବିରୋଧୀ ଘେରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ତେବେ ବିରୋଧୀଙ୍କୁ ମନାଇବା ଉଦ୍ୟମରେ ଶନିବାର ଲୋକସଭାର ବାଚସ୍ପତି ଓମ୍‌ ର୍ବିଲା ସର୍ବଦଳୀୟ ବୈଠକ ଡାକିଥିବା ବେଳେ ଆଜି (ରବିବାର) ସଂସଦୀୟ ବ୍ୟପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସର୍ବଦଳୀୟ ବୈଠକ ଡ଼ାକିଥିଲେ । ସେହିପରି ଆଜି ଏନ୍‌ଡିଏର ମଧ୍ୟ ଏକ ବୈଠକ ବସିଛି । ମାନ୍ଦାବସ୍ଥା, ଚାଷୀଙ୍କ ସମସ୍ୟା, ବେରୋଜଗାରୀ ଏବଂ ଜମ୍ମୁ କଶ୍ମୀରର ସ୍ଥିତି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ସଜବାଜ ହୋଇଛନ୍ତି । ସରକାର ଏହି ଅଧିବେଶନରେ ଯେଉଁ ସବୁ ବିଧେୟକ ଆଣିବା ଲକ୍ଷ୍ୟରେ ସରକାର ରହିଛନ୍ତି ସେମାନଙ୍କ ମଧ୍ୟରେ ଦିଲ୍ଲୀରେ ଥିବା ବେଆଇନ କଲୋନୀକୁ ନିୟମ ପରିସରଭୁକ୍ତ କରିବା, ଡାକ୍ତରଙ୍କ ସୁରକ୍ଷା , କର୍ପୋରେଟ ଟ୍ୟାକ୍ସ କମାଇବା ଏବଂ ଇ-ସିଗାରେଟ୍‌ ଉପରେ ବ୍ୟାନ ପ୍ରସଙ୍ଗ ରହିଛି । ଗତ ଅଧିବେଶନର ଅନ୍ତିମ ସମୟରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ବିଧେୟକ ଆସିଥିଲା । ଚଳିତ ଥର ଅଧିବେଶନରେ ଧାରା ୩୭୦ ଉଚ୍ଛେଦ ହେବା ପରେ ସ୍ଥିତି ବାବଦରେ ବିରେଧୀ ସରକାରଙ୍କୁ ଘେରିବେ
ବୋଲି ଜଣାପଡ଼ିଛି । ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍‌, ଅଧୀର ରଞ୍ଜନ ଚୌଧୁରୀ, ବିଏସପି ନେତା ସତୀଶ ଚନ୍ଦ୍ର ମିଶ୍ର, ଟିଏମସି ନେତା ଡାରେକ ଓ ବ୍ରାଏନ, ସୁଦୀପ ବନ୍ଦୋପାଧ୍ୟାୟ, ବିଜେଡି ନେତା ପିନାକୀ ମିଶ୍ର ଇତ୍ୟାଦି ଯୋଗ ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେବେ ବୋବଡେ

ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେବେ ବୋବଡେ

Read More...

‘ଶାନ୍ତି ପାଇଁ ସେବା ଆବଶ୍ୟକ’

‘ଶାନ୍ତି ପାଇଁ ସେବା ଆବଶ୍ୟକ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page