ସମ୍ବଲପୁର ଆରଟିଓ ଅଫିସରୁ ଦଲାଲ ଗିରଫ

December 03, 2019, ଓଡ଼ିଶା, , Anupambharat News Bureau


ସମ୍ବଲପୁର ଆରଟିଓ ଅଫିସରୁ ଦଲାଲ ଗିରଫ
Anupambharat News Bureau
December 03, 2019

ସମ୍ବଲପୁର,୩ା୧୨ (ଅନୁପମ ମିଡିଆ): ରାଜ୍ୟ ସରକାର ଜନସାଧାରଣଙ୍କୁ ଉତ୍ତମ ସେବା ଦେବା ପାଇଁ ମୋ ସରକାର ଯୋଜନା ପ୍ରଣୟନ କରିଛନ୍ତି । ଆରଟିଓ ଅଫିସ ଓ ଚିକିସିାଳୟକୁ ଦଲାଲ ମୁକ୍ତ କରିବାକୁ ଉଦ୍ୟମ କରିଛନ୍ତି । ଏଭଳି ସ୍ଥଳେ ସମ୍ବଲପୁର ଆରଟିଓ ଅଫିସରେ ଯାନବାହାନ ପିକରଣ ନାମରେ ଲୋକଙ୍କୁ ପ୍ରଲୋଭନ ଦେଖାଇ ଟଙ୍କା ଦାବୀ କରୁଥିବା ଅଭିଯୋଗରେ ଶତୃଘନ ବିଭାର ନାମକ ଜଣେ ଯୁବକକୁ ଗିରଫ କରାଯାଇଛି । ଏଥିସହ ଜଣେ ନାବାଳକକୁ ଅଟକ ରଖା ଯାଇଥିବା ଜଣାପଡିଛି । ଏନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି । ଏବାବଦରେ ଟାଉନ ଥାନା ଥାନା ଅଧିକାରୀ ରମେଶ ଦୋରାଙ୍କୁ ପଚାରିବାରୁ ତଦନ୍ତ କରାଯାଉଛି ବୋଲି କହିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଟାଉନ ଥାନା ପୋଲିସ ମଙ୍ଗଳବାର ମଧ୍ୟାହ୍ନରେ ଆରଟିଓ କାର୍ଯ୍ୟାଳୟ ଉପରେ ଚଢଉ କରିଥିଲା । ଚଢଉ ବେଳେ ପିକରଣ ପାଇଁ ଏକାଧିକ ଫର୍ମ ଧରି ଲାଇନ୍‌ରେ ଥିବା କଚେରୀ ଅଞ୍ଚଳର ୨ଜଣଙ୍କୁ ପୋଲିସ ଧରି ଟାଉନ ଥାନାକୁ ଆଣିଛି । ସେମାନଙ୍କ ଠାରୁ ଆରଟିଓ ଅଫିସ୍‌ ସମ୍ପର୍କିତ କାଗଜପତ୍ର, ଟଙ୍କା ଓ ମୋବାଇଲ ଜବତ ହୋଇଛି । ଏହା ପୂର୍ବରୁ ଧନୁପାଲି ଥାନା ତୁରିପଡାର ନାରାୟଣ ଓରାମ ଆରଟିଓ ଅଫିସରେ ଦଲାଲ କରୁଥିବା ଅଭିଯୋଗରେ ଗତ ୧୨ଅକେଫାବରରେ ଗିରଫ ହୋଇଥିଲେ ।
ସେହିପରି ଗତ ୨୬ସେପେଫମ୍ବରରେ ବୁର୍ଲା ବଡ ମେଡିକାଲରୁ ୫ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା । ଏହି ଅଭିଯୋଗରେ ବୁର୍ଲା ଶିଶୁ ୱାର୍ଡ ସମ୍ମୁଖରେ ରହୁଥିବା ଦାରାସିଂହ ଲୁହା, ବିଷ୍ଣୁମନ୍ଦିର ପଡାର ଅଶୋକ ବାଗ, ମହତାବ ନଗରର ଅମିତ କୁମ୍ଭାର, ଢିପପଡାର କୈଳାସ ସୁନା ଓ ବଡବଜାରର ଲାବା ସେଣ୍ଡ୍ରିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ସେମାନଙ୍କ ନାମରେ ୪୦୩/୧୯ ଓ ୪୦୪/୧୯ରେ ୨ଟି ପୃଥକ୍‌ପୃଥକ୍‌ ମାମଲା ରୁଜୁ କରାଯାଇଥିଲା । ଏହାସେ‰ ଚିକିସିାଳୟ ଓ ଆରଟିଓ ଅଫିସ ଦଲାଲ ମୁକ୍ତ ହୋଇପାରିନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରିୟଙ୍କା ହତ୍ୟା ଘଟଣା...... ଦୁଷ୍କର୍ମର ଚିତ୍ର ଦେଖିବାକୁ ଇଣ୍ଟରନେଟ୍‌ରେ ସର୍ଚ୍ଚ କରିଛନ୍ତି ବହୁ ବ୍ୟକ୍ତି

ପ୍ରିୟଙ୍କା ହତ୍ୟା ଘଟଣା...... ଦୁଷ୍କର୍ମର ଚିତ୍ର ଦେଖିବାକୁ ଇଣ୍ଟରନେଟ୍‌ରେ ସର୍ଚ୍ଚ କରିଛନ୍ତି ବହୁ ବ୍ୟକ୍ତି

Read More...

ଭିଜିଲାନ୍ସ ଜାଲରେ ତହସିଲ ମୁଖ୍ୟ କିରାଣୀ

ଭିଜିଲାନ୍ସ ଜାଲରେ ତହସିଲ ମୁଖ୍ୟ କିରାଣୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page