ମେଡିକାଲ ସିଟ୍‌ ନାଁରେ ୬୯ ଲକ୍ଷ ଠକେଇ, ଜଣେ ଗିରଫ

December 03, 2019, ଓଡ଼ିଶା, , Anupambharat News Bureau


ମେଡିକାଲ ସିଟ୍‌ ନାଁରେ  ୬୯ ଲକ୍ଷ ଠକେଇ, ଜଣେ ଗିରଫ
Anupambharat News Bureau
December 03, 2019

କଟକ,୩ା୧୨(ଅନୁପମ ମିଡିଆ): ଭୁବନେଶ୍ୱର କଳିଙ୍ଗ ଇନଷ୍ଟିଚୁ୍ୟଟ୍‌ ଅଫ ମେଡିକାଲ ସାଇନ୍ସ(କିମସ୍‌) ରେ ମ୍ୟାନେଜମେଣଫ କୋଟାରେ ଏମବିବିଏସରେ ନାମ ଲେଖାଇଦେବାର ପ୍ରତିଶ୍ରୁତି ଦେଇ ୬୯ ଲକ୍ଷ ଟଙ୍କା ଠକିନେଇଥିବା ଏକ ଠକକୁ କ୍ରାଇମବ୍ରାଞ୍ଚ ଭୁବନେଶ୍ୱରରୁ ଗିରଫ କରିବା ସହ ତା ନିକଟରୁ ୮ ଲକ୍ଷ ଟଙ୍କାର ୪ଟି ସ୍ଥିାୟୀ ଜମା ଦସ୍ତାବିଜ, ଗୋଟିଏ ଲାପଟପ୍‌ , ଗୋଟିଏ ମୋବାଇଲ ଫୋନ ଜବତ କରିଛି ଓ ଭୁବନେଶ୍ୱର, ପିପିଲି ରୋଡର ସାଇ ଆପାର୍ଟମେଣ୍ଟରେ ତାଙ୍କ ପତ୍ନୀଙ୍କ ନାମରେ ଥିବା ୨୨ ଲକ୍ଷ ଟଙ୍କାର ଏକ ଫ୍ଲାଟ୍‌କୁ ଜବତ କରିଛି । ଗିରଫ ଅଭିଯୁକ୍ତ ପୁରୀ ଜିଲ୍ଲା ନିମାପଡା ଥାନା ଅନ୍ତର୍ଗତ ଭାଟବନ୍ଧର ସୈାମ୍ୟକାନ୍ତ ମହାନ୍ତି(୩୪) ବୋଲି ଜଣାପଡିଛି । କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ ଆସାମ, ସିଲଚର ମେଡିକାଲ କଲେଜରେ ଆସୋସିଏଟ୍‌ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଡା. ସୁଜିତନାଥ ଚୈାଧୁରୀ ୨୦୧୫ ଜୁଲାଇ ପ୍ରଥମ ସପ୍ତାହରେ କିମସ୍‌ରେ ଏମବିବିଏସରେ ତାଙ୍କ ଝିଅର ନାମ ଲେଖା ପାଇଁ ଯୋଗାଯୋଗ କରିବାକୁ ଆସିଥିଲେ । ମ୍ୟାନେଜମେଣ୍ଟ କୋଟାରେ କିମସ୍‌ରେ ନାମ ଲେଖାଇ ଦେବାର ପ୍ରତିଶ୍ରୁତି ଦେବା ପରେଚୈାଧୁରୀ ସୌମ୍ୟକୁ ନଗଦ ୨ ଲକ୍ଷ ଟଙ୍କା ପ୍ରଦାନ କରି ଆସାମ ଫେରି
ଯାଇଥିଲେ । ଏହାପରେ ସେ ୨୦୧୫ ଜୁଲାଇ ମାସରେ ୩ଟି କିସ୍ତିରେ ଚେକ ମାଧ୍ୟମରେ ସୌମ୍ୟଙ୍କ ବ୍ୟାଙ୍କ୍‌ ଖାତାରେ ୫୧ ଲକ୍ଷ ଟଙ୍କା ପଇଠ କରିଥିଲେ । ସୌମ୍ୟ ତାଙ୍କୁ କିମସ୍‌ରେ ତାଙ୍କ ଝିଅର ଗୋଟିଏ ସିଟ୍‌ ପMା ଥିବା କହିଥିଲା । ମାତ୍ର ବିନା ପ୍ରବେଶିକା ପରୀକ୍ଷାରେ ନାମ ଲେଖା ସମ୍ଭବ ନୁହେଁ ବୋଲି ୨୦୧୫ ଅକେଫାବରରେ ରଘୁନାଥ ଓ ସୈାମ୍ୟକାନ୍ତ ତାଙ୍କୁ ଜଣାଇବା ସହ ବାଙ୍ଗାଲୋରର ସପ୍ତଗିରି ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ବାଧ୍ୟ କରାଇଥିଲେ ଏବଂ ପୁନର୍ବାର ସେମାନଙ୍କ ଦାବି ମୁତାବକ ୨୦୧୬ ମେ ରେ ରଘୁନାଥର ବ୍ୟାଙ୍କ୍‌ ଖାତାରେ ୨ ଲକ୍ଷ ଟଙ୍କା ଜମା ଦେଇଥିଲେ । ନାମଲେଖା ପାଇଁ ବାରମ୍ବାର ଆଶ୍ୱାସନା ଦେଉଥିବାରୁ ହତାଶ ହୋଇ ଚୌଧୁରୀ ତାଙ୍କ ଟଙ୍କା ଫେରାଇବାକୁ କହିଥିଲେ । ରଘୁନାଥ ତାଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ୪ଟି ଚେକ୍‌ ପ୍ରଦାନ କରିଥିଲେ ଓ ଗୋଟିଏ ଚେକ୍‌ ବାଉନ୍ସ ହେବାରୁ ସେ ଅନ୍ୟ ଚେକଗୁଡିକୁ ବ୍ୟାଙ୍କରେ ଜମା ଦେଇନଥିଲେ । ଏନେଇ ସେ ରଘୁନାଥ ଓ ସୌମ୍ୟଙ୍କ ସହ ବାରମ୍ବାର ଯୋଗାଯୋଗ କରିବାରୁ ରଘୁନାଥ ୨୦୧୭ ମେ ୨୦ ଓ ଅଗଷ୍ଟ ୧ରେ ତାଙ୍କ ବ୍ୟାଙ୍କ ଖାତାରେ ୫୦ ହଜାର ଟଙ୍କା ଲେଖାଏ ଜମା ଦେବା ପରେ ଉଭୟଙ୍କ ମୋବାଇଲ ଫୋନକୁ ବନ୍ଦ କରିଦେଇଥିଲେ । ଏହାପରେ ଚୌଧୁରୀ ୨୦୧୯ ଜୁନ ୨୪ରେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ । କ୍ରାଇମବ୍ରାଞ୍ଚ ଥାନା ୬୮/୧୯ରେ ଆଇପିସି ୧୨୦(ଖ), ୪୨୦ ଓ ୩୪ରେ ଏକ ମାମଲା ରୁଜୁ କରାଯାଇ ଇନ୍ସପେକଫର ଦେବପ୍ରସାଦ ଦାଶଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ତଦନ୍ତ ସମୟରେ ସୌମ୍ୟକାନ୍ତ, ରଘୁନାଥ ମହାନ୍ତି ଓ ଅନ୍ୟମାନେ ମିଥ୍ୟା ପ୍ରତିୁଶ୍ରୁତି ଦେଇ ୬୯ ଲକ୍ଷ ଟଙ୍କା ଠକେଇ କରିଥିବା ଜଣାପଡିଥିଲା । ତଦନ୍ତକାରୀ ଅଧିକାରୀ ଇନ୍ସପେକଫର ଦାସ , ଇନ୍ସପେକଫର ଅନିଲା ଆନନ୍ଦ, ଏସଆଇ ଆଶିଷ ଦେବ ସାହୁ ପ୍ରମୁଖ ଅଭିଯୁକ୍ତକୁ ଆଜି ଭୁବନେଶ୍ୱରରୁ ଗିରଫ କରି ଏସଡିଜେଏମଙ୍କ ଅଦାଲତରେ ହାଜର କରିଥିବା ବେଳେ ଅଭିଯୁକ୍ତ ସୌମ୍ୟକାନ୍ତଙ୍କ ବିରୋଧରେ ବେଙ୍ଗାଲୁରର ୫ଟି ଓ ଓଡିଶାର ବିଭିନ୍ନ ସ୍ଥାନରେ ମାମଲା ରହିଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୃଥ୍ୱୀ-୨ର  ସଫଳ ପରୀକ୍ଷଣ

ପୃଥ୍ୱୀ-୨ର ସଫଳ ପରୀକ୍ଷଣ

Read More...

 ‘ମଧୁ ଆପ’ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ  ଭିଡିଓ ଦ୍ୱାରା ପାଠ ପଢିବେ ସ୍କୁଲ ଛାତ୍ରଛାତ୍ରୀ

‘ମଧୁ ଆପ’ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ଭିଡିଓ ଦ୍ୱାରା ପାଠ ପଢିବେ ସ୍କୁଲ ଛାତ୍ରଛାତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page