ଡିଜିଟାଲ ଠକେଇ ୫୦ ପ୍ରତିଶତ ବଢ଼ିଛି

December 11, 2019, ଦେଶ, , Anupambharat News Bureau


ଡିଜିଟାଲ ଠକେଇ ୫୦ ପ୍ରତିଶତ ବଢ଼ିଛି
Anupambharat News Bureau
December 11, 2019

ନୂଆଦିଲ୍ଲୀ: ଦେଶ ଯେଉଁ ମାତ୍ରାରେ ଡିଜିଟାଲ ମୁହାଁ ହେଉଛି ସେହି ମାତ୍ରାରେ ଡିଜିଟାଲ ଠକେଇ ମଧ୍ୟ ବଢ଼ୁଛି । ଗତବର୍ଷ ତୁଳନାରେ ଚଳିତ ଥର ୫୦ ପ୍ରତିଶତ ଡିଜିଟାଲ ଠକେଇ ବଢ଼ିଛି ବୋଲି ସଂସଦକୁ ସରକାର ଅବଗତ କରାଇଛନ୍ତି । ଏହି ୫୦ ପ୍ରତିଶତ ଡିଜିଟାଲ ଠକେଇରୁ ଦିଲ୍ଲୀରେ ସର୍ବାଧିକ ଡିଜିଟାଲ ଠକେଇ ହୋଇଛି । ମୋଟ ଠକେଇର ୨୭ ପ୍ରତିଶତ ଦିଲ୍ଲୀରେ ହୋଇଛି ବୋଲି ସଂସଦରେ ସରକାର କହିଛନ୍ତି । ଏଟିଏମ ଠକେଇ, ନେଟ ବ୍ୟାକିଂ, ଡେବିଟ କାର୍ଡ, କ୍ରେଡିଟ କାର୍ଡରେ ଏହି ସବୁ ଠକେଇ ହୋଇଛି ।
୨୦୧୭-୧୮ରେ ମୋଟ୍‌ ୩୪, ୭୯୧ଟି ଠକେଇ ମାମଲା ରୁଜୁ ହୋଇଥିବା ବେଳେ ଏହାର ପରିମାଣ ଥିଲା ୧୬୯ କୋଟି । ସେହିପରି ୨୦୧୮-୧୯ରେ ମୋଟ୍‌ ୫୨, ୩୦୪ଟି ଠକେଇ ହୋଇଥିବାବେଳେ ଏହାର ପରିମାଣ ୧୪୯ କୋଟି ରହିଛି ।
ସେହିପରି ଚଳିତ ଆର୍ଥିକ ବର୍ଷରେ ଦେଶରେ ଦିଲ୍ଲୀରେ ସର୍ବାଧିକ ଏହି ଡିଜିଟାଲ ଠକେଇ ହୋଇଛି ବୋଲି ଜଣାପଡ଼ିଛି । ମୋଟ୍‌ ୩,୧୬୪ଟି ମାମଲା ଦିଲ୍ଲୀରେ ରୁଜୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨,୭୭୦ଟି, ଉତ୍ତର ପ୍ରଦେଶରେ ୧,୪୪୬ଟି, ପଞ୍ଜାବରେ ୩୯୦ ଏବଂ ଗୁଜରାଟରେ ୩୮୫ଟି ରହିଛି ।
ମାର୍ଚ୍ଚ ୨୦୧୯ ଯାଏ ସମସ୍ତ ଠକେଇ ଅଭିଯୋଗର ତଥ୍ୟ ରଖିବାକୁ ଯାଇ ସରକାର ସଂସଦକୁ କହିଛନ୍ତି, ପୂର୍ବ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ଠକେଇ ସଂଖ୍ୟା ବଢ଼ିଛି । ହେଲେ ଠକେଇର ମୂଲ୍ୟ କମିଛି । ସର୍ବାଧିକ ଠକେଇ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକରେ ହୋଇଛି ବୋଲି ସରକାର କହିଛନ୍ତି ।
ସାରା ଦେଶରେ ମୋଟ୍‌ ଏସବିଆଇର ୫୮ ହଜାର ଏଟିଏମ୍‌ ରହିଛି । ସେଥିମଧ୍ୟରୁ ୨,୪୬୮ଟି ଏଟିଏମରେ ଠକେଇ ହୋଇଛି । ସେହପରି ସାରା ଦେଶରେ ଆଇଡିବିଆଇ ବ୍ୟାଙ୍କର ୩,୭୦୦ ଏଟିଏମ ରହିଛି । ଯେଉଁଥିରୁ ୧,୭୭୮ଟି ଏଟିଏମରେ ଠକେଇ ହୋଇଛି । ୨୦୧୭-୧୯ ମଧ୍ୟରେ ମୋଟ ଠକେଇରୁ ୧୫ ପ୍ରତିଶତ ଠକେଇ ଏହି ଏଟିଏମରୁ ହୋଇଛି । ବ୍ୟାଙ୍କ ଅଫ୍‌ ବରୋଦାରେ ୧,୭୧୭ଟି ଏଟିଏମ୍‌, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ୧,୨୭୦ଟି ଏଟିଏମ୍‌ ଏବଂ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୮୭୧ଟି ଏଟିଏମରେ ଠକେଇ ହୋଇଛି ବୋଲି ସରକାର କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ଘଟଣା  ତଦନ୍ତ କରିବେ ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ଘଟଣା ତଦନ୍ତ କରିବେ ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି

Read More...

ପୁରୀ ଏସ୍‌ପିଙ୍କ ସାମ୍ବାଦିକ ସମ୍ମିଳନୀ  ପୋଲିସ୍‌ କ ୍ୱାର୍ଟରେ ଗଣଧର୍ଷଣ ମାମଲାରେ ଦୁଇ ଗିରଫ: ଗୁମର ଖୋଲିବ

ପୁରୀ ଏସ୍‌ପିଙ୍କ ସାମ୍ବାଦିକ ସମ୍ମିଳନୀ ପୋଲିସ୍‌ କ ୍ୱାର୍ଟରେ ଗଣଧର୍ଷଣ ମାମଲାରେ ଦୁଇ ଗିରଫ: ଗୁମର ଖୋଲିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page