୨୦୦୨ ଗୁଜରାଟ ଦଙ୍ଗା ମାମଲା ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍‌ ଚିଟ୍‌

December 11, 2019, ଦେଶ, , Anupambharat News Bureau


୨୦୦୨ ଗୁଜରାଟ ଦଙ୍ଗା ମାମଲା ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍‌ ଚିଟ୍‌
Anupambharat News Bureau
December 11, 2019

ଅହମଦାବାଦ: ୨୦୦୨ ମସିହାରେ ହୋଇଥିବା ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (ସେତେବେଳର ମୁଖ୍ୟମନ୍ତ୍ରୀ)ଙ୍କୁ କ୍ଲିନଚିଟ୍‌ ଦେଇଛନ୍ତି ନାନାବତୀ କମିଶନ । ଆଜି ଗୁଜରାଟ ବିଧାନସଭାରେ ଗୃହମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ନାନାବତୀ-ମେହଟା କମିଶନଙ୍କ ଦ୍ୱାରା ହୋଇଥିବା ତଦନ୍ତର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ । ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦଙ୍ଗା ନେଇ ଯେଉଁ ସବୁ ଅଭିଯୋଗ ଆସିଥିଲା ତାହା ତଦନ୍ତ କମିଶନ ଖାରଜ କରିଛନ୍ତି ବୋଲି ସେ କହିଛନ୍ତି । ନାନାବତୀ-ମେହଟା କମିଶନ ତାଙ୍କ ରିପୋର୍ଟରେ କହିଛନ୍ତି, ୨୦୦୨ରେ ଗୋଧ୍ରା ଷ୍ଟେସନରେ ସାବରମତୀ ଏକ୍ସପ୍ରେସ ଛିଡ଼ା ହୋଇଥିଲା । ଏହି ସମୟରେ ଟ୍ରେନରେ ନିଆଁ ଲାଗିଥିଲା । ଏହା ପରେ ରାଜ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ବ୍ୟାପିଥିଲା । ଏହା ସୁଚିନ୍ତିତ ଯୋଜନା ନଥିଲା । ଏହି କମିଶନ ୧୫୦୦ ପୃଷ୍ଠାର ରିପୋର୍ଟ ସରକାରଙ୍କୁ ଦେଇଛିଛ ଯେଉଁଥିରେ କୁହାଯାଇଛି, ଏହି ଦଙ୍ଗା ପାଇଁ ରାଜ୍ୟର ପୂର୍ବତନ ମୋଦି ସରକାରଙ୍କ କୌଣସି ମନ୍ତ୍ରୀ ଦଙ୍ଗାକୁ ଉସକାଇଲାଭଳି କାମ କରି ନାହାନ୍ତି । କିଛି ସ୍ଥାନରେ ପୁଲିସ ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ପୁଲିସ ପାଖରେ ମାନବ ସମ୍ବଳ ଓ ଅସ୍ତ୍ରଶସ୍ତ୍ରର ଅଭାବ ଥିଲା । ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛିଛ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ତଦନ୍ତ କରିବାକୁ ତଦନ୍ତ କମିଶନ କହିଛନ୍ତିଛ ସୂଚନାଯୋଗ୍ୟ, ୨୦୦୨ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ଏହି ଦଙ୍ଗା ହୋଇଥିଲାଛ ଗୋଧ୍ରା ଷ୍ଟେସନରେ ସାବରୀମାଳା ଏକ୍ସପ୍ରେସ ଛିଡ଼ା ହୋଇଥିଲା । ଏହି ସମୟରେ ଟ୍ରେନର ଦୁଇଟି ବଗିରେ ନିଆଁ ଲଗାଯାଇଥିଲା । ଫଳରେ ୫୯ କର ସେବକଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ଗୁଜରାଟରେ ସାମ୍ପ୍ରଦାୟିକ ଦଙ୍ଗା ବ୍ୟାପିଥିଲା । ଏଥିରେ ୧୦୦୦ ଅଳ୍ପ ସଂଖ୍ୟକଙ୍କର ମୃତ୍ୟୁ ଘଟିଥିଲା । ଏହି ଦଙ୍ଗା ପଛରେ ନରେନ୍ଦ୍ର ମୋଦି ସରକାରର ହାତ ରହିଥିବା ଅଭିଯୋଗ ହୋଇଥିଲା । ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଦଙ୍ଗାର ତଦନ୍ତ ପାଇଁ କମିଟି ଗଠନ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍କୁଲ ବସ୍‌ରେ କଟକଣା ଜାରି ନେଇ ତଦାରଖ

ସ୍କୁଲ ବସ୍‌ରେ କଟକଣା ଜାରି ନେଇ ତଦାରଖ

Read More...

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ଘଟଣା  ତଦନ୍ତ କରିବେ ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ଘଟଣା ତଦନ୍ତ କରିବେ ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page