ବିପିସିଏଲ୍‌ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପିତ ଖରାପ ପାଗ ଯୋଗୁ ଆସିଲେନି ଉପରାଷ୍ଟ୍ରପତି

December 28, 2019, ଓଡ଼ିଶା, , Anupambharat News Bureau


ବିପିସିଏଲ୍‌ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପିତ ଖରାପ ପାଗ ଯୋଗୁ ଆସିଲେନି ଉପରାଷ୍ଟ୍ରପତି
Anupambharat News Bureau
December 28, 2019

ବଲାଙ୍ଗିର, ୨୭ ।୧୨ (ଅନୁପମ ମିଡିଆ): ବଲାଙ୍ଗିରର ବରକାନୀଠାରେ ବିପିସିଏଲ୍‌ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟକୁ ରାଜ୍ୟପାଳ ଗଣେଶୀ ଲାଲ୍‌ ଶୁକ୍ରବାର ରାଷ୍ଟ୍ର ଉର୍ଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାୟୁଡ଼ି ଯୋଗଦେବାର କରିବାକୁ ରହିଥିଲା । ତେବେ ଖରାପ ପାଗ ଯୋଗୁ ସେ ଆସି ପାରିନଥିଲେ । ତେବେ ଏହି ଅବସରରେ ଉପରାଷ୍ଟ୍ରପତି ରାଜଭବନରୁ ଟେଲିଫୋନ ଯୋଗେ ବାର୍ତ୍ତା ଦେଇ ଲୋକାର୍ପିତ ବଟଲି ପ୍ଲାଣ୍ଟ ରାଜ୍ୟରେ ଗ୍ୟାସ ଯୋଗାଇବାରେ ସହାୟକ ହେବ ବୋଲି କହିଥିଲେ । ଏଥିସହିତ
ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଜ୍ଜଳା ଯୋଜନା ପଦକ୍ଷେପ କାରଣରୁ ଦେଶର ଗରିବ, ଆଦିବାସୀ ଅଧ୍ୟୁଷିତ, ପହାଡଆ ଅଞ୍ଚଳରେ ମହିଳାମାନେ ମାଗଣାରେ ଗ୍ୟାସ ପାଇପାରିଛନ୍ତି । ଏହାକୁ ସଫଳତାକୁ କରିବା ଦିଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉପରାଷ୍ଟ୍ରପତି ଧନ୍ୟବାଦ ଜ୍ଞାପନ କରିଛନ୍ତି । ସେହିପରି ପୂର୍ବୋଦୟରୁ ଭାରତ ଉଦୟ ହେବ । ଏକ ଭାରତ, ଶ୍ରେଷ୍ଠ ଭାରତର ଏହା ପ୍ରଥମ ପଦକ୍ଷେପ । ଏହି ପ୍ଲାଣ୍ଟ ଦ୍ୱାରା ନିଯୁକ୍ତି ସୃଷ୍ଟି ହେବ । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଭାରତବର୍ଷର ମା ଭଉଣୀଙ୍କ ଆଖିରୁ ଲୁହ ପୋଛିପାରିଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଅପରପକ୍ଷରେ ବଲାଙ୍ଗିର ବିପିସିଏଲ୍‌ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ପଶ୍ଚିମ ଓଡିଶାର ୧୪ଟି ଜିଲ୍ଲା ଯଥା ବଲାଙ୍ଗିର, ସୋନପୁର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, କଳାହାଣ୍ଡି, ନୂଆପଡା, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ବୌଦ୍ଧ ଇତ୍ୟାଦି ଅଞ୍ଚଳର ଏଲପିଜିର ଆବଶ୍ୟକତାକୁ ପୂରଣ କରିବ । ଆକାଂକ୍ଷୀ ଜିଲ୍ଲା ଭାବେ ପରିଗଣିତ ବଲାଙ୍ଗିର ଅଞ୍ଚଳକୁ ଭାରତବର୍ଷରେ
ଅଗ୍ରଣୀ କରିବାରେ ଏହି ପ୍ଲାଣ୍ଟ ମହତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ବଲାଙ୍ଗିର ବିପିସିଏଲ୍‌ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ପ୍ରଧାନମନ୍ତ୍ରୀଙ୍କ କଲ୍ୟାଣକାରୀ ଯୋଜନା । ଏହା ବାର୍ଷିକ ୪୨ ଲକ୍ଷ ଏଲପିଜି ବଟଲିଂର କ୍ଷମତା ରଖିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହି ପ୍ଲାଣ୍ଟ ଅର୍ଥନୈତିକ ସମ୍ଭାବନା ତିଆରି କରିବ ଓ ଯୁବକଙ୍କୁ ରୋଜଗାର ଦେବ ବୋଲି ସେ ପ୍ରକାଶ କରିଛନ୍ତି । ଏହି ଅବସରରେ ପ୍ରଧାନ ପ୍ଲାଣ୍ଟ ବୁଲି ଦେଖିବା ସହ ପରିଚାଳନା କାର୍ଯ୍ୟ ସମ୍ବନ୍ଧରେ ପଚାରିବୁଝିଥିଲେ । ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ, ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଏବଂ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ସମେତ ବିପିସିଏଲ୍‌ର ଅଧିକାରୀଗଣ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଗତ ୨୦୧୮ ମସିହା ମେ ୨୧ ତାରିଖରେ ଧର୍ମେନ୍ଦ୍ର ପ୍ରଧାନ, ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ, ଥୱରଚାନ୍ଦ ଗେହଲଟ୍‌, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ, ଭାରତ ସରକାର ଏବଂ ପାଟଣାଗଡ ବିଧାୟକ କେଭି ସିଂହଦେଓଙ୍କ ଉପସ୍ଥିତିରେ ଏହି ବଟଲିଂ ପ୍ଲାଂଟର ଭିତିପ୍ରସ୍ତର ସ୍ଥାପନ ହୋଇଥିଲା । ମୋଟ ୧୦୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ଲାଣ୍ଟ ରେକର୍ଡ଼ ୧୯ ମାସରେ ସମ୍ପୂର୍ଣ୍ଣ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିମାନ ଦୁର୍ଘଟଣାରେ ୧୪ ମୃତ

ବିମାନ ଦୁର୍ଘଟଣାରେ ୧୪ ମୃତ

Read More...

 ସଂସଦରେ ନାଗରିକତା ସଂଶୋଧନ ବିଲ୍‌ ପାରିତ ରାଜ୍ୟସଭାରେ ସପକ୍ଷରେ ୧୨୫, ବିପକ୍ଷରେ ୧୦୫

ସଂସଦରେ ନାଗରିକତା ସଂଶୋଧନ ବିଲ୍‌ ପାରିତ ରାଜ୍ୟସଭାରେ ସପକ୍ଷରେ ୧୨୫, ବିପକ୍ଷରେ ୧୦୫

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page