ବିଷାକ୍ତ ଗ୍ୟାସ ପ୍ରଭାବରେ ଦୁଇ ନାବାଳିକା ମୃତ

December 28, 2019, ଓଡ଼ିଶା, , Anupambharat News Bureau


ବିଷାକ୍ତ ଗ୍ୟାସ ପ୍ରଭାବରେ ଦୁଇ ନାବାଳିକା ମୃତ
Anupambharat News Bureau
December 28, 2019

ଦିଗପହଣ୍ଡି,୨୭ା୧୨(ଅନୁପମମିଡ଼ିଆ): ଦିଗପହଣ୍ଡି ଥାନା ଅନ୍ତର୍ଗତ ବି.ତୁରୁବୁଡି ଗ୍ରାମରେ ବିଷାକ୍ତ ଗ୍ୟାସ ପ୍ରଭାବରେ ଦୁଇଜଣ ନାବାଳିକାଙ୍କ ମୃତୁ୍ୟ ଘଟିଛି । ଏଥିରେ ଅନ୍ୟ ଜଣେ ନାବାଳିକା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଥିବା ଖବର ମିଳିଛି । ମୃତ ନାବାଳିକା ଦୁଇଜଣଙ୍କ ସମେତ ଗୁରୁତର ଥିବା ନାବାଳିକା ଜଣକ ଗ୍ରାମର ମୋହନ ରେଡିଙ୍କ ନାତୁଣୀ ବୋଲି ଜଣାଯିବା ସହ ସେମାନଙ୍କ ବୟସ ୭ରୁ୧୧ ବର୍ଷ ମଧ୍ୟରେ ହେବ ବୋଲି ମଧ୍ୟ ଜଣାପଡିଛ । ସୂଚନା ପ୍ରକାରେ ମୋହନ ଗତକାଲି କିଛି ଧାନ ମିଲିଂ କରି ଘରକୁ ଚାଉଳ ନେଇ ଆସିଥିଲେ । ଚାଉଳକୁ ପୋକ ନଲାଗିବା ପାଇଁ ସେଥିରେ କୀଟନାଶକ ମିଶା ଯାଇଥିଲା । ରାତିରେ ଚାଉଳ ଥିବା ଘରେ ତିନି ନାତୁଣୀ ମିଶି ଶୋଇଥିଲେ । ରୁଦ୍ଧ କୋଠରୀ ଭିତରେ ସଦ୍ୟ ମିଲିଂ ହୋଇ ଆସିଥିବା ଚାଉଳରୁ ବିଷାକ୍ତ ଗ୍ୟାସ ର୍ନିଗତ ହୋଇ ଥିଲା । ଯଦ୍ୱାରା ସକାଳୁ ପ୍ରଥମେ ଜଣେ ନାବାଳିକାର ମୃତୁ୍ୟ ହୋଇଥିବା ଦେଖାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ମେଡିକାଲ ନିଆଯିବା ବାଟରେ ତା’ର ମୃତୁ୍ୟ ହୋଇଥିବା ଜଣାପଡିଛ । ଏପରିକି
ସେହି ବିଷାକ୍ତ ଚାଉଳକୁ
ଘୁଞ୍ଚାଇବାକୁ ଯାଇ ଗ୍ରାମର କୈଳାସ ଗୌଡ ଏବଂ ଉଆଳି ଗୌଡ ନାମକ ଦୁଇ ଜଣ ବ୍ୟକ୍ତି ଅସୁସ୍ଥ ହୋଇ ପଡିଥିବା ମଧ୍ୟ ଖବର ମିଳିଛ । ସେହି ଗ୍ୟାସ ସାହି ସାରା ବ୍ୟାପି ଯାଇଥିବାରୁ ଗ୍ରାମରେ ଏକ ପ୍ରକାର ଆତଙ୍କ ଖେଳିଯାଇଛ । ଘଟଣା ନେଇ ପୋଲିସ ନିକଟରେ କୌଣସି ସୂଚନା ନଥିବା କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୯୨୨ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ମଞ୍ଜୁର

୯୨୨ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ମଞ୍ଜୁର

Read More...

ବିମାନ ଦୁର୍ଘଟଣାରେ ୧୪ ମୃତ

ବିମାନ ଦୁର୍ଘଟଣାରେ ୧୪ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page