ଭାଙ୍ଗିଲା ନିର୍ମାଣାଧୀନ ରେଳେୱ ଓଭର ବ୍ରିଜ୍‌୍‌ , ରେଳ ଚଳାଚଳ ବାତିଲ

December 29, 2019, ଓଡ଼ିଶା, , Anupambharat News Bureau


ଭାଙ୍ଗିଲା ନିର୍ମାଣାଧୀନ ରେଳେୱ ଓଭର ବ୍ରିଜ୍‌୍‌ , ରେଳ ଚଳାଚଳ ବାତିଲ
Anupambharat News Bureau
December 29, 2019

ବାଲେଶ୍ୱର,୨୯ା୧୨(ଅନୁପମମିଡ଼ିଆ): ରବିବାର ପ୍ରାୟ ସାଢ଼େ ୧୧ଟାରେ ବାଲେଶ୍ୱରରୁ ଭଦ୍ରକ ଯିବା ବାଟରେ ପଡୁଥିବା ପ୍ରଥମ ରେଳବାଇ ଓଭର ବ୍ରିଜ୍‌ (ସଭାରାମପୁର ଓଭର ବ୍ରିଜ ) ଭାଙ୍ଗି ପଡ଼ଛି । ଫଳରେ ସେ ବାଟେ ଅର୍ନିଦ୍ଦିଷ୍ଟ କାଳଯାଏଁ ସମସ୍ତ ରେଳ ଚଳାଚଳ ବାତିଲ କରାଯାଇଛି । ପ୍ରାୟ ୬୦ ମିଟର୍‌ ଦୀର୍ଘ ସେ ଓଭର ବ୍ରିଜ ୬ଟି ବିମ୍‌୍‌ ଲାଗିବାର ଥିଲା । ଆଜି ଶେଷ ବିମର୍ଟି ଲଗାଯିବା ପରେ ପରେ ପ୍ରଥମ ବିମଟି ତଳକୁ ଖସିପଡ଼ିଲା । ତା’ସହ ତୃତୀୟ ଏବଂ ଚତୁର୍ଥ ଗାଡର୍ର୍‌ ମଧ୍ୟ ବଙ୍କା ହୋଇ ତଳକୁ ଓହଳି ରହିଛି । ଏଥିଯୋଗୁଁ ଉପରେ ଟଣାଯାଇଥିବା ବିଜୁଳି ତାରଗୁଡ଼ିକ ମଧ୍ୟ ଛିଡ଼ିଯାଇ ତଳେ ପଡ଼ିଥିଲା । ତେବେ ଏହି ଘଟଣାରେ କେହି ମୃତହାତ ହୋଇନଥିବା ଜଣାପଡ଼ିଛି । ରେଳ ବିଭାଗର ଇଞ୍ଜିନିୟର୍‌, ମେକାନିକ୍‌, କର୍ମଚାରୀ ଏବଂ ବହୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅବସ୍ଥା ସୁଧାରିବାକୁ ଉଦ୍ୟମ ଚଳାଇଛନ୍ତ । ରେଳପଥ ସାମଗ୍ରୀ ସବୁ ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଥିବାରୁ ଅଘଟଣ ଘଟିବା ଆଶଙ୍କାରେ ବାଲେଶ୍ୱର-ଶୋଭାରାମପୁର ସଡ଼କ ପଥରେ ଯାନବାହାନ ଚଳାଚଳ ବନ୍ଦ ରଖାଯାଇଛ । ତେବେ ବ୍ରିଜ ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ଉକ୍ତ ରାସ୍ତା ଦେଇ କେହି ଚଳପ୍ରଚଳ କରୁନଥିବାରୁ ସେଭଳି କିଛି ଅଘଟଣ ଘଟିନଥିବା କୁହାଯାଇଛି । ତେବେ କିଭଳି ଏହି ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପତ୍ନୀ ଓ ମା’କୁ ମାରଣାନ୍ତକ ଆକ୍ରମଣ : ହାତରେ  କଟୁରୀ ଧରି ଥାନାରେ ପହଞ୍ଚିଲେ ଯୁବକ

ପତ୍ନୀ ଓ ମା’କୁ ମାରଣାନ୍ତକ ଆକ୍ରମଣ : ହାତରେ କଟୁରୀ ଧରି ଥାନାରେ ପହଞ୍ଚିଲେ ଯୁବକ

Read More...

ଶପଥ ନେଲେ ହେମନ୍ତ,  ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ

ଶପଥ ନେଲେ ହେମନ୍ତ, ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page