ନୂଆଦିଲ୍ଲୀ, ୩୦ା୧୨: ଓଡ଼ିଶାରେ ହେନ୍ତାଳ ବନ ବୃଦ୍ଧି ହୋଇଛି ବୋଲି ଭାରତୀୟ ଜଙ୍ଗଲ ରିପୋର୍ଟରେ ଉଲ୍ଲେଖ ରହିଛି । ସୋମବାର କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରକାଶ ଜାବଡ଼େକର ଉନ୍ମୋଚନ କରିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ଗତବର୍ଷ ତୁଳନାରେ ଓଡ଼ିଶାରେ ହେନ୍ତାଳ ବନ ଏରିଆ ବଢ଼ିଛି । ୨୦୧୭ରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୮ କିମି ହେନ୍ତାଳ ବନ ବୃଦ୍ଧି ପାଇଛି । ସମଗ୍ର ଦେଶରେ ହେନ୍ତାଳବନ ବୃଦ୍ଧି କ୍ଷେତ୍ରରେ ଗୁଜୁରାଟ ପ୍ରଥମ, ମହାରାଷ୍ଟ୍ର ଦ୍ୱିତୀୟ ଏବଂ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ସାମଗ୍ରିକ ଭାବେ ଦେଶରେ ୮୦.୭୩ ନିୟୁତ ହେକଫର ଜଙ୍ଗଲ ରହିଛି । ଭାରତର ସମଗ୍ର ଭୂଖଣ୍ଡରେ ଏଥି ମଧ୍ୟରୁ ୨୪.୫୬ ପ୍ରତିଶତ ଜଙ୍ଗଲ ଅଞ୍ଚଳ ରହିଛି । ଗତ ଦୁଇବର୍ଷ ମଧ୍ୟରେ ଭାରତରେ ଜଙ୍ଗଲିଆ ଅଞ୍ଚଳ ୫୧୮୮ ସ୍କୋୟାର କିଲୋମିଟର ହାରରେ ବୃଦ୍ଧି ପାଇଛି ବୋଲି ଭାରତୀୟ ରାଷ୍ଟ୍ର ବନ୍ୟ ତଥ୍ୟ (ଆଇଏସ୍ଏଫ୍ଆର୍ ୨୦୧୯)ରେ ଉଲ୍ଲେଖ କରାଯାଇଛି । କର୍ଣ୍ଣାଟକ ରାଜ୍ୟରେ ସର୍ବାଧିକ ୧୦୨୫ ସ୍କୋୟାର କିଲୋମିଟର ବିସ୍ତୃତ ଅଞ୍ଚଳ ଜଙ୍ଗଲ ରହିଛି । ଦେଶର ବନ୍ୟ ସମ୍ପଦ ଅନୁଯାୟୀ ଏହି ଆଇଏସ୍ଏଫ୍ଆର୍ ଯାହାକି ଦୁଇବର୍ଷରେ ଥରେ ରିପୋର୍ଟ ପ୍ରକାଶ କରାଯାଏ ସେଥିରେ ସ୍ପଷ୍ଟ କରାଯାଇଛି ଯେ ସର୍ଭେକ୍ଷଣ କରି ସମୁଦାୟ ଜଙ୍ଗଲ ଅଞ୍ଚଳର ଚିହ୍ନଟ କରାଯାଇଛି ଜାଭେଡ୍କର ଶନିବାର ସୂଚନା ଦେଇଛନ୍ତି । ଦେଶରେ ଯେଉଁ ୩୯୭୬ ସ୍କୋୟାର
କିଲୋମିଟର ଯାହାକି ୦.୫୬ ପ୍ରତିଶତ ବନ୍ୟ ଅଞ୍ଚଳ ବ୍ୟାପକ ହୋଇଛି । ଏହା ୨୦୧୭ ରିପୋର୍ଟ ଠାରୁ ବୃଦ୍ଧି ପାଇଛି । ୨୦୧୭ରେ ଏହି ଜଙ୍ଗଲ ଅଞ୍ଚଳ ମାସ ୧୨ ସ୍କୋୟାର କିଲୋମିଟର ବ୍ୟାପୃତ ହୋଇଥିଲା । କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବ କେରଳରେ ସର୍ବାଧିକ ଜଙ୍ଗଲ ଅଞ୍ଚଳ ରହିଛି । କର୍ଣ୍ଣାଟକରେ ୧୦୨୫ ସ୍କୋୟାର କିଲୋମିଟର ଘଞ୍ଚ ଜଙ୍ଗଲ ରହିଥିବା ବେଳେ ଆନ୍ଧ୍ରପ୍ରଦେଶରେ ଏହା ୯୯୦ ସ୍କୋୟାର କିଲୋମିଟର ରହିଛି । ଠିକ୍ ସେହିଭଳି କେରଳରେ ୮୨୩ ସ୍କୋୟାର କିଲୋମିଟର ଜଙ୍ଗଲ ରହିଛି ।