ଭିଜାଇଲା ବର୍ଷା : ୫ରୁ ଲେଉଟିବ ଶୀତ କୋହଲା ପାଗ, ଜୀବନ ଯାତ୍ରା ପ୍ରଭାବିତ

January 03, 2020, ଓଡ଼ିଶା, , Anupambharat News Bureau


ଭିଜାଇଲା ବର୍ଷା : ୫ରୁ ଲେଉଟିବ ଶୀତ କୋହଲା ପାଗ, ଜୀବନ ଯାତ୍ରା ପ୍ରଭାବିତ
Anupambharat News Bureau
January 03, 2020

ଭୁବନେଶ୍ୱର, ୩ ।୧(ଅନୁପମ ମିଡିଆ): କୋହଲା ପାଗକୁ ଝିପ ଝିପ୍‌ ବର୍ଷା ଆଜି ଦିନ ତମାମ ଲାଗି ରହିଛି । ଏହାକୁ ନେଇ ସମଗ୍ର ରାଜ୍ୟରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଦକ୍ଷିଣ-ପଶ୍ଚିମ ରାଜସ୍ଥାନରୁ ଝାଡ଼ଖଣ୍ଡ ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ଟି ଜିଲ୍ଲାରେ ଘଡଘଡି , ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର । ଏହାକୁ ଦୃଷ୍ଟିରେ ରଖି ୧୩ଟି ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ୟେଲୋୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ଙ୍କୋନାଳ, ଅନୁଗୁଳ, ଭଦ୍ରକ, ବାଲେଶ୍ୱର, ଯାଜପୁର, କୋରାପୁଟ, କଟକ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ ଓ ସୁନ୍ଦରଗଡ଼ । ଏହି ସମୟ ମଧ୍ୟରେ ଏହି ସମସ୍ତ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସହ କୁଆପଥର ପଡ଼ିବାର ମଧ୍ୟ ସମ୍ଭାବନା ମଧ୍ୟ ରହିଛି । ଏହାବାଦ୍‌ ରାଜ୍ୟର କନ୍ଧମାଳ, କୋରାପୁଟ, ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଥିବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ରବିବାର ସକାଳ ୮ଟା ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କେନ୍ଦୁଝର, ଜଗତସିଂହପୁର, ସୁନ୍ଦରଗଡ଼, ଯାଜପୁର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ମଧ୍ୟମ ଧରଣର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଆସନ୍ତା ୫ରୁ ପରେ ରାଜ୍ୟକୁ ପୁଣି ଥରେ ଶୀତ ଲେଉଟିବ । ରାତିର ତାପମାତ୍ରା ଅଧିକାଂଶ ଜିଲ୍ଲାରେ ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଖସିଯିବ ଏବଂ ଘନ କୁହୁଡ଼ି ଦୀର୍ଘ ସମୟ ପର୍ଯ୍ୟନ୍ତ ସମଗ୍ର ରାଜ୍ୟକୁ ଢାଙ୍କି ରଖିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

Read More...

ପୋଲିସ ଇନଫର୍ମର ସନ୍ଦେହ  ଜଣକୁ ଗୁଳିକରି ହତ୍ୟା କଲେ ମାଓବାଦୀ

ପୋଲିସ ଇନଫର୍ମର ସନ୍ଦେହ ଜଣକୁ ଗୁଳିକରି ହତ୍ୟା କଲେ ମାଓବାଦୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page