ଅଚୁ୍ତଙ୍କୁ ସିଏସଆଇ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ୍‌ ପୁରସ୍କାର

January 18, 2020, ଓଡ଼ିଶା, , Anupambharat News Bureau


 ଅଚୁ୍ତଙ୍କୁ ସିଏସଆଇ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ୍‌ ପୁରସ୍କାର
Anupambharat News Bureau
January 18, 2020

ଭୁବନେଶ୍ୱର, ୧୮ ।୧: ଶିକ୍ଷାବିତ, ସମାଜସେବୀ ତଥା କିଟ ଓ କିସ ପ୍ରତିଷ୍ଠାତା ଅଚୁତ ସାମନ୍ତଙ୍କୁ କମ୍ପୁଟର ସୋସାଇଟି ଅଫ ଇଣ୍ଡିଆ (ସିଏସଆଇ) ପକ୍ଷରୁ ଲାଇଫ ଟାଇମ ଆଚିଭମେ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ତିନିଦିନ ଧରି ଚାଲିଥିବା ସିଏସଆଇର ୫୩ତମ ବାର୍ଷିକ ସମ୍ମିଳନୀର ଉଦଯାପନୀ ଉତ୍ସବରେ ଶନିବାର ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏଥିରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଅନମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯାଳୟ ସାଇବର ସୁରକ୍ଷା ପରାମର୍ଶଦାତା ଡ. ଗୁଲସନ ରାୟ, ନାସନାଲ ବୋର୍ଡ ଅଫ ଆକ୍ରିଡିଟେସନର ଅଧ୍ୟକ୍ଷ ପ୍ରଫେସର କେ କେ ଅଗ୍ରୱାଲ, ଆଇଏଫଆଇପିର ଅଧ୍ୟକ୍ଷ ପ୍ରଫେସର ମାଇକ ହି*ି, ସିଏସଆଇ ଇଣ୍ଡଷ୍ଟ୍ରି କମିଟିର ଆବାହାକ ଅଙ୍କୁର ପଟେଲ, ସମ୍ମିଳନୀ କାର୍ଯକ୍ରମ କମିଟି ପ୍ରଫେସର ପି କେ ବେହେରା, ସମ୍ମିଳନୀ କମିଟିର ଅଧ୍ୟକ୍ଷ ଆର କେ ବାସ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ପ୍ରଯୁକ୍ତି ବିଦାର ପ୍ରଚାର ଓ ପ୍ରସାର ଦିଗରେ ଉଲ୍ଲେଖନୀୟ କାର୍ଯ ନିମନ୍ତେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ସିଏସଆଇ ପକ୍ଷରୁ କୁହାଯାଇଛି । ଏହି ସମ୍ମାନ ଗ୍ରହଣ କରି ଶ୍ରୀ ସାମନ୍ତ କହିଛନ୍ତି, ସୂଚନା ଓ ପ୍ରଯୁକ୍ତି ବିଦା ଏବେ ଆମ ପ୍ରତେକଙ୍କ ଜୀବନର ଏକ ଅଙ୍ଗ ପାଲଟିଛି । ପ୍ରତି କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି ବିଦାର ବବହାର ଅପରିହାର୍ଯ ହୋଇପଡ଼ିଛି । ସିଏସଆଇ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବାରୁ ଶ୍ରୀ ସାମନ୍ତ ସିଏସଆଇର କର୍ମର୍କାଙ୍କୁ ଧନବାଦ ଦେଇଛନ୍ତି । ସୂଚନାଯୋଗ, ୨୦୧୪ ମସିହାରେ ଶ୍ରୀ ସାମନ୍ତଙ୍କୁ ସିଏସଆଇ ପକ୍ଷରୁ ସମ୍ମାନସୂଚକ ଫେଲୋସିପ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଓକିଲଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ

ଓକିଲଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ

Read More...

 ବନ୍ଦ ହେବ ଖଣି , ଅନ୍ଧାରରେ ଶ୍ରମିକଙ୍କ ଭବିଷ୍ୟତ

ବନ୍ଦ ହେବ ଖଣି , ଅନ୍ଧାରରେ ଶ୍ରମିକଙ୍କ ଭବିଷ୍ୟତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page