ମହିଳା ସରପଞ୍ଚଙ୍କୁ ଆକ୍ରମଣ, ଛ’ କୋର୍ଟ ଚାଲାଣ

May 15, 2019, ଓଡ଼ିଶା, , Anupambharat News Bureau


ମହିଳା ସରପଞ୍ଚଙ୍କୁ ଆକ୍ରମଣ, ଛ’ କୋର୍ଟ ଚାଲାଣ
Anupambharat News Bureau
May 15, 2019

ପୁରୁଷୋତ୍ତମପୁର,୧୫ା୫(ଅନୁପମ ମିଡ଼ିଆ): ପୁରୁଷୋତ୍ତମପୁର ଥାନା ହିଞ୍ଜିଳିକାଟୁ ବ୍ଲକର ନନ୍ଦିକ ପଞ୍ଚାୟତର ମହିଳା ସରପଞ୍ଚ ମାଧୁରୀ ପାଣିଗ୍ରାହୀ ଏବଂ ତାଙ୍କ ସ୍ୱାମୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କୁ ଆକ୍ରମର ମାମଲାରେ ପୋଲିସ ଗତ ସୋମବାର ଦିନ ୬ଜଣଙ୍କୁ ଗିରଫ କରି ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି ।
ଗିରଫ ମାନେ ହେଲେ ମହେଶ୍ୱର ବସନ୍ତି, ବୁଲୁ ବସନ୍ତି, ମୁନା ଜେନା, ଜିତୁନ୍‌ ଜେନା, ପୁଟିଆପଦର ଗ୍ରାମର ଦାଶରଥି ନାହାକ ଓ କାହ୍ନୁ ଗୌଡ଼ । ଏନେଇ ଥାନାରେ କେସ ନଂ ୧୧୨/୧୯ ପ୍ରକାରେ ମାମଲା ରୁଜୁ ହୋଇଥିବା ନେଇ ଏସ୍‌ଆଇ ସୁନୀଲ୍‌ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ପ୍ରକାଶଥାଉ କି ଯେ, ପୁଟିଆପଦର ଓ ନନ୍ଦିକ ଗ୍ରାମ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିବା ପ୍ରକାଶ ପାଇଛି ।
ପୁଟିଆପଦର ଗ୍ରାମରେ ଲାଇଟ୍‌ ଲଗାଇବାକୁ କେନ୍ଦ୍ର କରି ଗତ ୧୧ ତାରିଖ ରାତି ୯ଟାରେ ଗଣ୍ଡଗୋଳ ହୋଇଥିବା ଖବର ପାଇବା ପରେ ଘଟଣାସ୍ଥଳକୁ ପୋଲିସ ଯାଇଥିଲେ ଓ ତା’ପରେ ଘଟଣା ସମ୍ପର୍କେ ଜାଣିଲେ ଯେ, ନନ୍ଦିକ ସରପଞ୍ଚ ମାଧୁରୀ ପାଣିଗ୍ରାହୀଙ୍କ ବାଳକୃଷ୍ଣପୁର ଗ୍ରାମସ୍ଥିତ ବାସଭବନକୁ ୬ଜଣ ଅଭିଯୁକ୍ତ ଓ କିଛି ଅଜଣା ଲୋକ ଯାଇ ସେଠାରେ ସେମାନେ ମାଧୁରୀ ଓ ସ୍ୱାମୀ କୃଷ୍ଣଚନ୍ଦ୍ରଙ୍କୁ ଗାଳିଗୁଲଜ କରି ଫେରି ଆସିଥିଲେ । ପୁଣି ୧୨ ତାରିଖ ରାତିରେ ସେମାନେ ପୁଣି ମାଧୁରୀଙ୍କ ଘରକୁ ଯାଇ ଘରେ ପଶି ଖଣ୍ଡା କାତିରେ ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ । ମାଧୁରୀଙ୍କ ସ୍ୱାମୀ ଓ କିଛି ସମର୍ଥକଙ୍କ ସହ ପୁରୁଷୋତ୍ତମପୁର ଥାନାକୁ ଆସି ଅଭିଯୋଗ କରିବାକୁ ଗାଡ଼ିରେ ଆସୁଥବଲେ ।
ଏହି ସମୟରେ ଅଭିଯୁକ୍ତ ମାନେ ଗାଡ଼ି ଭିତରେ ଥିବା ସରପଞ୍ଚଙ୍କ ସ୍ୱାମୀ ସମେତ ସନ୍ତୋଷ ରାଉତ, ରାଜ ସାହୁ, ତି୍ରନାଥ ଗୌଡ଼ଙ୍କୁ ଟାଣି ଆଣି ନିସ୍ତୁକ ମାଡ଼ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ପରେ ଏତଲା ଦିଆଯିବା ପରେ ଏହାକୁ ଆଧାର କରି ପୋଲିସ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟଚାଲାଣ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ,ପାଞ୍ଚ ଗୁରୁତର

ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ,ପାଞ୍ଚ ଗୁରୁତର

Read More...

ବୁଡ଼ି ଯାଉଛି ମାଟି କାରିଗରୀଙ୍କ କୌଳିକ ବୃତ୍ତି

ବୁଡ଼ି ଯାଉଛି ମାଟି କାରିଗରୀଙ୍କ କୌଳିକ ବୃତ୍ତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page