ନzା ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ

January 20, 2020, ଦେଶ, , Anupambharat News Bureau


ନzା ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ
Anupambharat News Bureau
January 20, 2020

ନୂଆଦିଲ୍ଲୀ, ୨୦ା୧: ଭାରତୀୟ ଜନତା ପାର୍ଟି (ବିଜେପି)ର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରୂପେ ଦଳର ଅନ୍ୟତମ ବରିଷ୍ଠ ନେତା ଜଗତ ପ୍ରସାଦ ନzା ସୋମବାର ନିଦ୍ୱର୍ନ୍ଦରେ ସର୍ବସମ୍ମତ୍ତି କ୍ରମେ ନିର୍ବାଚିତ ହୋଇଛନ୍ତି । ଦଳ ମଧ୍ୟରେ ଜେପି ନzା ନାମରେ ଖ୍ୟାତ ଏହି ବରିଷ୍ଠ ନେତା ପୂର୍ବରୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରୁଥିଲେ ଏବଂ ଦଳର ଜଣେ ନିରବ ନୀତି ନିର୍ଦ୍ଧାରକ ଭାବେ ଦଳ ମଧ୍ୟରେ ତାଙ୍କର ଯଥେଷ୍ଟ ଖ୍ୟାତି ଓ ସୁନାମ ରହିଥିଲା ।
ଦଳର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରୂପେ ଜଗତ ପ୍ରସାଦ ନzାଙ୍କ ନାମକୁ ବିଦାୟୀ ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ଦଳର ବରିଷ୍ଠ ନେତା ରାଜନାଥ ସିଂହ ଓ ନତୀନ ଗଡ଼କରୀ ପ୍ରସ୍ତାବ କରିବା ପରେ ନzାଙ୍କୁ ନିଦ୍ୱର୍ନ୍ଦରେ ସର୍ବସମତ୍ତି କ୍ରମେ ଦଳର ନୂତନ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା । ଦଳ ମଧ୍ୟରେ ଜଣେ ମିଷ୍ଟଭାଷୀ ଓ ନରମ ସ୍ୱାଭାବର ନେତା ରୂପେ ଜଗତ ପ୍ରସାଦ ନzା ଦଳ ମଧ୍ୟରେ ସମସ୍ତଙ୍କର ପ୍ରିୟ ଥିଲେ । ହିମାଚଳ ପ୍ରଦେଶର ବାସିନ୍ଦା ଥିବା ୫୯ ବର୍ଷ ବୟସ୍କ ଜଗତ ପ୍ରସାଦ ନzା ଛାତ୍ରାବସ୍ଥାରୁ ରାଜନୀତି ପ୍ରତି ଆକୃଷ୍ଟ ରହିବା ସହ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଜଣେ ସଂଗଠକ ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ପରେ ସେ ବିଜେପିରେ ଯୋଗ ଦେବା ସହ ସକ୍ରିୟ ରାଜନୀତିକୁ ଆସିଥିଲେ । ବିଜେପିରେ ଜଣେ ନିରବ ନୀତି ର୍ନିଦ୍ଧାରକ ଭାବେ ନିର୍ବାଚନ କାଳରେ ଦଳ ପାଇଁ ନୀତି ନିର୍ଦ୍ଧାରଣ କରିବା ସହ ଦଳକୁ ସଫଳତା ଦେବାରେ ବେଶ ମାହିର ଥିଲେ ଜଗତ ପ୍ରସାଦ ନzା । ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପ୍ରଧାନମନ୍ତ୍ରିତ୍ୱ କାଳରେ ସେ ତାଙ୍କ କ୍ୟାବିନେଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ତିନି ଆତଙ୍କୀ

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ତିନି ଆତଙ୍କୀ

Read More...

ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ ଫେଲ୍‌ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ : ଗଣଶିକ୍ଷା ମନ୍ତ୍ରୀ

ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ ଫେଲ୍‌ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ : ଗଣଶିକ୍ଷା ମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page