୩୧ ଯାଏ ହାଇକୋର୍ଟରେ ତାଲିକାଭୁକ୍ତ ହେବନି ନୂଆ ମାମଲା, କୋର୍ଟ ଅପରାହ୍ନ ୧ଟାରୁ ବନ୍ଦ

March 23, 2020, ଓଡ଼ିଶା, , Anupambharat News Bureau


୩୧ ଯାଏ ହାଇକୋର୍ଟରେ ତାଲିକାଭୁକ୍ତ ହେବନି ନୂଆ ମାମଲା, କୋର୍ଟ ଅପରାହ୍ନ ୧ଟାରୁ ବନ୍ଦ
Anupambharat News Bureau
March 23, 2020

କଟକ/ ଭୁବନେଶ୍ୱର, ୨୩ ।୩(ଅନୁପମମିଡ଼ିଆ): କରୋନାକୁ ନେଇ ହାଇକୋର୍ଟରେ ଅନେକ କଟକଣା ଲଗାଯାଇଛି । ଏକ ନିର୍ଦେଶନାମା ଜାରୀ କରି କୁହାଯାଇଛି ଯେ, ହାଇକୋର୍ଟରେ ଆଗାମୀ ୩୧ ଯାଏ କୌଣସି ନୂଆ ମାମଲା ତାଲିକାଭୁକ୍ତ ହେବ ନାହିଁ । ସେହିପରି ସୋମବାର ପାଇଁ ତାଲିକାଭୁକ୍ତ ଥିବା ମାମଲା ଗୁଡିକୁ ସ୍ଥଗିତ ରଖା ଯାଇଛି । ତେବେ ଅତି ଗୁରୁତ୍ୱପୂର୍ଣ ମାମଲା ଗୁଡିକୁ ବିଚାର ବିଭାଗୀୟ ଡେପୁଟି ରେଜିଷ୍ଟ୍ରାରଙ୍କୁ ଜଣା ଯାଇପାରିବ । ତାଙ୍କ ନିକଟରେ ହ୍ୱାଟସଆପ ଓ ଭିଡିଓ କଲ ଜରିଆରେ ଏହାକୁ ଜଣା ଯାଇପାରିବ ।
ସେହିପରି ଆବଶ୍ୟକତା ଅନୁସାରେ ରୋଟେସନ ଆଧାରରେ କର୍ମଚାରୀଙ୍କୁ ନିୟୋଜନ କରିବାକୁ ନିର୍ଦେଶ ଦିଆ ଯାଇଛି । ଆଜି ଠାରୁ ଆଗାମୀ ୩୧ ତାରିଖ ଯାଏ ଏହି ନିର୍ଦେଶନାମା ଜାରୀ କରିବାକୁ କୁହା ଯାଇଛି । ସେହିପରି ଲକ ଡାଉନ ଘୋଷଣା କରା ଯାଇଥିବା ଜିଲ୍ଲା ଓ ସହର ମାନଙ୍କରେ ଥିବା ଅଦାଲତ ମାନଙ୍କରେ ବିଭିନ୍ନ ମାମଲାର ଶୁଣାଣି କରିବାକୁ ନେଇ ମଧ୍ୟ କଟକଣା ଜାରୀ କରା ଯାଇଛି । ଲକ ଡାଉନ ଘୋଷଣା କରା ଯାଇଥିବା ଜିଲ୍ଲା ଖୋର୍ଦ୍ଧା, କଟକ,ଗଞ୍ଜାମ, କେନ୍ଦ୍ରାପଡା, ଅନୁଗୁଳ ସହିତ ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ଯାଜପୁର ରୋଡ, ଯାଜପୁର ଟାଉନ ଓ ଭଦ୍ରକରେ ଥିବା ଜିଲ୍ଲା ଦୌରାଜଜ ତଥା ନିମ୍ନ ଅଦାଲତ ମାନଙ୍କରେ ମଧ୍ୟାହ୍ନ ୧୨ଟାରୁ ଗୋଟାଏ ଯାଏ ଜରୁରୀ ମାମଲାର ଶୁଣାଣି ହୋଇପାରିବ । କୋର୍ଟ ଅପରାହ୍ନ ୧ଟାରେ ବନ୍ଦ ହେବ । ସେହିପରି ଅନ୍ୟ ଜିଲ୍ଲା ମାନଙ୍କରେ କୋର୍ଟ ସକାଳ ୧୧ଟାରୁ ଗୋଟାଏ ଯାଏ ଚାଲିବ । ଶୁଣାଣି ବେଳେ କୋର୍ଟ ରୁମରେ କେବଳ ଦୁଇ ପକ୍ଷର ଓକିଲ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶନାମାରେ କୁହା ଯାଇଛି । ନିୟମ ଉଲ୍ଲଂଘନକାରୀ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲକ ଡାଉନକୁ କଡା କଡି ଭାବେ କାର୍ଯ୍ୟକାରୀ କରିବା ସହ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହା ଯାଇଛି । ପ୍ରକାଶଥାଉକି କୋର୍ଟ ପରିସରରେ ଆଇନଜୀବୀ ସମେତ ଅନ୍ୟମାନେ ଭିଡ଼ ଜମାଉଥିବାରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଥିବା କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲକ୍‌ ଡାଉନ ଅବଧି ବଢ଼ିବା ଯୋଜନା ନାହିଁ

ଲକ୍‌ ଡାଉନ ଅବଧି ବଢ଼ିବା ଯୋଜନା ନାହିଁ

Read More...

ଦେଶରେ ସଂକ୍ରମିତଙ୍କ ସଂଖ୍ୟାା ୪୧୫କୁ ବୃଦ୍ଧି

ଦେଶରେ ସଂକ୍ରମିତଙ୍କ ସଂଖ୍ୟାା ୪୧୫କୁ ବୃଦ୍ଧି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page