ଲକ୍‌ ଡାଉନ ଅବଧି ବଢ଼ିବା ଯୋଜନା ନାହିଁ

March 30, 2020, ଓଡ଼ିଶା, , Anupambharat News Bureau


ଲକ୍‌ ଡାଉନ ଅବଧି ବଢ଼ିବା ଯୋଜନା ନାହିଁ
Anupambharat News Bureau
March 30, 2020

ନୂଆଦିଲ୍ଲୀ,୩୦ା୩: କରୋନାର ମୁକାବିଲା ପାଇଁ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍‌ ଜାରି ରହିଛି । ହେଲେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖି ଲକଡାଉନ୍‌ ଅବଧି ଆହୁରି ବଢିବାରେ ବୋଲି କେହି କେହି କହୁଛନ୍ତି । ସର୍ବତ୍ର ଚର୍ଚ୍ଚା ଚାଲିଛି ଯେ ଲକଡାଉନ୍‌ ଅବଧି ତିନି ମାସ ବଢିପାରେ ସେଥିପାଇଁ ସରକାର ତିନି ମାସ ପର୍ଯ୍ୟନ୍ତ ଲୋକଙ୍କୁ ଶସ୍ତାରେ ରାଶନ ସାମଗ୍ରୀ ଯୋଗାଇ ଦେଉଛନ୍ତି । ଏହି ସବୁ ଚର୍ଚ୍ଚା ମଧ୍ୟରେ କ୍ୟାବିନେଟ୍‌ ସଚିବ ରାଜୀବ ଗୌବା ସୋମବାର କହିଛନ୍ତି ଲକଡାଉନର ଅବଧି ଆଗକୁ ବଢାଇବାର କୌଣସି ଯୋଜନା ନାହିଁ । ଦେଶବ୍ୟାପୀ ଲକଡାଉନକୁ ନେଇ ଲୋକଙ୍କ ମନରେ ଉଠୁଥିବା ଅନେକ ପ୍ରକାରର ପ୍ରଶ୍ନ ଓ ସାମାଜିକ ଗଣମାଧ୍ୟମରେ ଚାଲୁଥିବା ଖବରରେ ଏହା କୁହାଯାଉଛି ଯେ, ଲକଡାଉନ୍‌ ଅବଧି ଆହୁରି ବଢିପାରେ । ଏହାକୁ ନେଇ କ୍ୟାବିନେଟ୍‌ ସଚିବ ରାଜୀବ ଗୌବା ସ୍ପଷ୍ଟ କରିଛନ୍ତି ଯେ, ଲକଡାଉନ୍‌ ବଢାଇବା ନେଇ କୌଣସି ବିଚାର ନାହିଁ । ଉଲ୍ଲେଖନୀୟ, ଲକଡାଉନ୍‌ ଏକ ପ୍ରକାରର ଜରୁରୀକାଳୀନ ବ୍ୟବସ୍ଥା । ଯାହାକୁ ଯେ କୌଣସି ପ୍ରକାରର ବିପଦ କିମ୍ବା ମହାମାରୀ ସମୟରେ ସରକାରୀ ଭାବେ ଲାଗୁ କରାଯାଏ । ଏମିତି ସ୍ଥିତିରେ କେବଳ ଜରୁରୀକାଳୀନ ସେବାକୁ ବାଦ୍‌ ଦେଲେ ସବୁ ବନ୍ଦ ରହିଥାଏ । ଦେଶରେ କରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍‌ ଲାଗୁ କରିଛନ୍ତି । ଏହା ମଧ୍ୟରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟପକ୍ଷେ ଭାରତରେ ଏଭଳି କୌଣସି ଗୋଷ୍ଠୀ ସଂକ୍ରମଣର ଚିହ୍ନଟ ହୋଇନାହିଁ ବୋଲି ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବର୍ତ୍ତମାନ ସ୍ଥିତିରେ ଏହାକୁ କମୁ୍ୟନିଟି ଟ୍ରାନ୍‌ସମିସନ୍‌ କୁହାଯିବନାହିଁ । ବର୍ତ୍ତମାନ ସ୍ତରରେ ଏହା ଲୋକାଲ ଟ୍ରାନ୍ସମିଶନ୍‌ ପର୍ଯ୍ୟାୟରେ ରହିଛି ବୋଲି ମେଡ଼ିକାଲ୍‌ ରିସର୍ଚ୍ଚ ପରିଷଦର ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ୍‌ କହିଛନ୍ତି ।
ଭାରତରେ ଏହି କରୋନା ଭାଇରସ୍‌ର ସଂକ୍ରମଣ ବ୍ୟାପୀବାରେ ଲାଗିଛି । ଏଣୁ ଦେଶରେ ୨୧ ଦିନିଆ ଲକ୍‌ଡ଼ାଉନ୍‌ ଘୋଷଣା କରାଯାଇଛି । ଇତିମଧ୍ୟରେ ଏହି ଲକ୍‌ଡ଼ାଉନ୍‌ର ଅବଧି ଏକ ସପ୍ତାହ ବିତି ଯାଇଛି । ଗୁଜୁରାଟ,ପଞ୍ଜାବ ଏବଂ ପଶ୍ଚିମବଙ୍ଗରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ଏହା ସମଗ୍ର ଦେଶ ସହିତ ଉକ୍ତ ରାଜ୍ୟସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ଏହି ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ରାଜ୍ୟ ସହ ଭାରତ ସରକାର ଏକ ହୋଇ ଲକ୍‌ଡ଼ାଉନ୍‌କୁ ପାଳନ କରିବାରେ ଲାଗିଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତରପ୍ରଦେଶରୁ ପ୍ରାପ୍ତ ସୂଚନା ମୁତାବକ ରାଜ୍ୟରେ କୋଭିଡ଼୍‌-୧୯ରେ ପ୍ରଭାବିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଦେଖାଦେଇଛି । ରାଜ୍ୟରେ ଇତିମଧ୍ୟରେ ୨୪ ନୂତନ ପଜେଟିଭ୍‌ ଚିହ୍ନଟ ହୋଇଥିବା ଯୋଗୁଁ ଏଠାରେ ସମୁଦାୟ ପଜେଟିଭ୍‌ ସଂଖ୍ୟା ୯୬କୁ ସ୍ପର୍ଶ କରିଛି ବୋଲି ଉତ୍ତରପ୍ରଦେଶର ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ପକ୍ଷରୁ ଜଣାପଡିଛି । ମିରଟ୍‌ରେ ୧୪ଟି ପଜେଟିଭ୍‌ ଚିହ୍ନଟ ହୋଇଥିବା ବେଳେ ନଏଡ଼ାରେ ୭ ଜଣ ରୋଗୀଙ୍କ ନିକଟରୁ ପଜେଟିଭ୍‌ ନମୁନା ମିଳିଛି । ଆଗ୍ରା, ଲକ୍ଷ୍ମୌ, ବୁଲନ୍ଦ୍‌ସହର ଅଞ୍ଚଳରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ନିକଟରେ କରୋନା ପଜେଟିଭ୍‌ ଥିବା ନମୁନାରୁ ଜଣାପଡିଛି । ମିରଟ୍‌ରେ ୩୫ ଜଣ ଲୋକଙ୍କୁ ଏବଂ ଗାଜିଆବାଦ୍‌ରେ ୨୮ଜଣ ଲୋକଙ୍କୁ କ୍ୱାରାଣ୍ଟାଇନ୍‌ ମଧ୍ୟରେ ରଖା ଯାଇଛି । ତେବେ ରାଜ୍ୟରେ ୧୭ ଜଣ ଲୋକ ସ୍ୱାସ୍ଥ୍ୟବସ୍ଥାରେ ବହୁ ଉନ୍ନତି ଘଟିଛି । ଯଦିଓ ଉତ୍ତରପ୍ରଦେଶରେ ୨୭୦୪ ସଂଖ୍ୟକ ନମୁନା ପରୀକ୍ଷା କରାଯାଇଥିଲା, ସେଥିରୁ ୧୩୪୪କୁ କ୍ୱାରାଣ୍ଟାଇନ୍‌ ମଧ୍ୟରେ ରଖାଯାଇଛି । ଠିକ୍‌ ସେହିଭଳି ସୋମବାର ସନ୍ଧ୍ୟା ସୁଦ୍ଧା କର୍ଣ୍ଣାଟକରେ ମଧ୍ୟ କୋଭିଡ଼୍‌-୧୯ ପ୍ରଭାବରେ ପାଞ୍ଚ ଜଣଙ୍କ ଦେହରେ ପଜେଟିଭ୍‌ ଥିବା ଜଣାପଡିଛି । ସମସ୍ତେ ପ୍ରାୟ ଏକ ଫାର୍ମା କମ୍ପାନୀର କର୍ମଚାରୀ ବୋଲି ଜଣାପଡିଛି । ମହିଶୂରର ଏକ ହସ୍ପିଟାଲ୍‌ରେ ଆଇସୋଲେସନ୍‌ ୱାର୍ଡରେ ସମସ୍ତଙ୍କୁ ରଖାଯାଇଛି । ଏହି ପଜେଟିଭ୍‌ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୧୩ ବର୍ଷ ବାଳକ ମଧ୍ୟ ସଂପୃକ୍ତ ଥିବା ଜଣାପଡିଛି । ରାଜସ୍ଥାନର ଯୋଧପୁର ନଗରୀରେ ଇରାନ୍‌ରୁ ଫେରିଥିବା ୬ ଜଣ ବ୍ୟକ୍ତିଙ୍କ ନିକଟରେ ପଜେଟିଭ୍‌ ଥିବା ଆଜି ଚିହ୍ନଟ ହୋଇଛି । ସୂଚନାଥାଉକି ମଧ୍ୟପ୍ରଦେଶରେ ୪ ଜଣ ଲୋକ ଇତିମଧ୍ୟରେ କରୋନା ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଛନ୍ତି । ମାତ୍ର ୧୨ ଦିନ ମଧ୍ୟରେ ଭାରତରେ ୧୦୦ରୁ ୧୦୦୦ରେ ପହଞ୍ଚିବା ଘଟଣା ନିଶ୍ଚିତ ଆଶ୍ଚର୍ଯ୍ୟଜନକ ହୋଇଛି । ଯଦିଓ ପ୍ରଥମେ ୩୯ ଲୋକଙ୍କ ମୃତୁ୍ୟ ହୋଇଥିଲାା ଆଜି ତାହା ୧୦୦୦କୁ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ୧୨ ଦିନ ମଧ୍ୟରେ ଅନ୍ୟ ପ୍ରମୁଖ ପ୍ରଭାବିତ ରାଷ୍ଟ୍ରର ପରିସଂଖ୍ୟାନ ରିପୋର୍ଟକୁ ଦେଖାଯାଏ ତେବେ ୧୨ ଦିନ ମଧ୍ୟରେ ଉକ୍ତ ରାଷ୍ଟ୍ରମାନଙ୍କରେ ୮ହଜାର ଆକ୍ରାନ୍ତ ହୋଇଛନ୍ତି । ଉକ୍ତ ଆକଳନକୁ ଦେଖିଲେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ରହିଛି । ଭାରତରେ ଲକ୍‌ଡ଼ାଉନ୍‌କୁ ଜନସାଧାରଣ ପ୍ରkାୟ ବହୁ ସଂଖ୍ୟାରେ ସମର୍ଥନ କରିଛନ୍ତି । କେନ୍ଦ୍ର ସମେତ ରାଜ୍ୟ ସରକାର ଲକ୍‌ଡ଼ାଉନ୍‌କୁ ସୁପରିଚାଳନ କରିବା ଯୋଗୁଁ ବ୍ୟାପକତାକୁ ନିୟନ୍ତ୍ରଣ କରାଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ୍‌ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାନୁନାହାନ୍ତି ୧୦% ଲୋକ

ମାନୁନାହାନ୍ତି ୧୦% ଲୋକ

Read More...

୩୧ ଯାଏ ହାଇକୋର୍ଟରେ ତାଲିକାଭୁକ୍ତ ହେବନି ନୂଆ ମାମଲା, କୋର୍ଟ ଅପରାହ୍ନ ୧ଟାରୁ ବନ୍ଦ

୩୧ ଯାଏ ହାଇକୋର୍ଟରେ ତାଲିକାଭୁକ୍ତ ହେବନି ନୂଆ ମାମଲା, କୋର୍ଟ ଅପରାହ୍ନ ୧ଟାରୁ ବନ୍ଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page