ଟଳିନି ବିପଦ

March 31, 2020, ଓଡ଼ିଶା, , Anupambharat News Bureau


ଟଳିନି ବିପଦ
Anupambharat News Bureau
March 31, 2020

ଭୁବନେଶ୍ୱର, ୩୧ା୩ (ଅନୁପମମିଡ଼ିଆ): ବିଶ୍ୱର ବିଭିନ୍ନ ଦେଶରେ ଆତଙ୍କ ଖେଳାଇଥିବା କରୋନାର ପ୍ରକୋପ କମିନାହିଁ । ପରିସଂଖ୍ୟାନ ଦୃଷ୍ଟିରୁ ଜନବହୁଳତା ଓ ବର୍ଗ କିମି ପ୍ରତି ଲୋକଙ୍କ ସଂଖ୍ୟାକୁ ନେଇ କରୋନା ପ୍ରଭାବ ବିସ୍ତାର କରୁଛି । ଓଡିଶାର ପୁରୀ , ଭୁବନେଶ୍ୱର , ରାଉରକେଲା , ଜୟପୁର ଆଦି ସ୍ଥାନରେ ଜନସଂଖ୍ୟାର ଘନତ୍ୱ ଅଧିକ ରହିଛି । ଭୁବନେଶ୍ୱର ତୁଳନାରେ ପୁରୀରେ ବର୍ଗକିଲୋମିଟ ପିଛା ଲୋକସଂଖ୍ୟାର ଘନତ୍ୱ ଅଧିକ । ନୁ୍ୟୟର୍କ ସହରର ଲୋକସଂଖ୍ୟାର ଘନତ୍ୱ ସହ ପୁରୀ ସହରର ଲୋକସଂଖ୍ୟାର ଘନତ୍ୱ ସମାନ । ତେଣୁ ସମସ୍ତେ ଲକ୍‌ ଡାଉନ୍‌କୁ ଗୁରୁତ୍ୱ ଦେଇ ଏହାକୁ ପାଳନ କର;ୁ । ଏପର୍ଯ୍ୟନ୍ତ ଲକ୍‌ ଡାଉନ୍‌ କୋହଳ ହେବାର ସମୟ ଆସିନାହିଁ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍‌ -୧୯ ମୁଖ୍ୟ ମୁଖ୍ୟପାତ୍ର ସୁବ୍ରତ୍‌ ବାଗଚୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କରୋନା ଭାଇରସ ସଂକ୍ରମଣ ଓଡ଼ିଶାର ଗ୍ରାମାଞ୍ଚଳ ତୁଳନାରେ ସହରାଂଚଳରେ ଅଧିକ ବ୍ୟାପିବାର ଆଶଙ୍କା ରହିଛି । ଏହାର ମୂଳ କାରଣ ହେଉଛି ସହରାଞ୍ଚଳରେ ଜନସଂଖ୍ୟାର ଘନତ୍ୱ ଅଧିକ । ଏବେ ଓଡ଼ିଶାରେ ମାତ୍ର ୩ ଜଣ ବ୍ୟକ୍ତି କରୋନା ଭାଇରସ ସଂକ୍ରମଣର ଶିକାର ହୋଇଥିବା ବେଳେ ସତର୍କ ନ ରହିଲେ ଏହା ପର୍ଯ୍ୟାୟ କ୍ରମେ ୩ରୁ ୩୦ ହୋଇପାରେ , ପୁଣି ଏହି ସଂଖ୍ୟା ୩୦ରୁ ୩୦୦ ଅଥବା ୩୦୦୦ରେ ପହଞ୍ଚିବା ବଡ଼ କଥା ନୁହେଁ ।
ଓଡ଼ିଶାର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ଆଦି ସହରଗୁଡ଼ିକର ଜନବହୁଳତା ବା ପପୁଲେସନ୍‌ ଡେନ୍ସିଟି ବିଶ୍ୱର ଅନେକ ବଡ଼ ବଡ଼ ସହରର ଲୋକସଂଖ୍ୟାର ଘନତ୍ୱ ସହିତ ସମାନ । ନୁ୍ୟୟର୍କ ସହରର ଲୋକସଂଖ୍ୟାର ଘନତ୍ୱ ସହ ପୁରୀ ସହରର ଲୋକସଂଖ୍ୟାର ଘନତ୍ୱ ସମାନ । ସେହିଭଳି କୋରାପୁଟ ଜିଲ୍ଲାର ଜୟପୁରର ଲୋକସଂଖ୍ୟାର ଘନତ୍ୱ ସହିତ ଇଟାଲୀର ରୋମ ସହରକୁ ତୁଳନା କରାଯାଇପାରିବ । ବାଗଚୀ କହିଛନ୍ତି, ଭାରତୀୟ ମହାନଗରୀ ଜନସଂଖ୍ୟାର ଘନତ୍ୱ ଯୁକ୍ତରାଷ୍ଟ୍ର ଆମେରିକାର ଯେକୌଣସି ସହରର ଘନତ୍ୱଠାରୁ ଅଧିକ । ନ୍ୟୁୟର୍କରେ ବର୍ଗ କିଲୋମିଟର ପିଛା ୧୦ ହଜାର ଲୋକ ରହୁଥିବା ବେଳେ ମୁମ୍ବାଇରେ ୭୦ ହଜାରରୁ ଅଧିକ ଲୋକ ରହୁଛନ୍ତି । ସେହିପରି କୋଲକାତାରେ ୨୦ ହଜାର, ହାଇଦ୍ରାବାଦ ୧୮ ହଜାର ଓ ଦିଲ୍ଲୀରେ ବର୍ଗ କିଲୋମିଟର ପିଛା ୧୨ ହଜାର ଲୋକ ରହୁଛନ୍ତି । ଏଭଳି ସ୍ଥିତିରେ କରୋନାକୁ ମୁକାବିଲା କରିବାକୁ ହେଲେ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌କୁ ମାନ;ୁ । ସାବୁନ୍‌ ରେ ହାତ ଧୁଅ;ୁ । ସଂଗରୋଧରେ ରୁହ;ୁ । କୌଣସି ଅସୁବିଧା ଥିଲେ ୧୦୪ କୁ କଲ୍‌ କର;ୁ ବୋଲି ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନରେ ବାଗଚୀ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଓଡ଼ିଶାରେ  ଚତୁର୍ଥ ପଜିଟିଭ

ଓଡ଼ିଶାରେ ଚତୁର୍ଥ ପଜିଟିଭ

Read More...

ଦେଶରେ ବଢ଼ୁଛି ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା  ଫ ତାବଲିଗ୍‌ ଜମାତ୍‌ରୁ ବଡ଼ ବିପତ୍ତି ଫ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଦେଶରେ ବଢ଼ୁଛି ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ଫ ତାବଲିଗ୍‌ ଜମାତ୍‌ରୁ ବଡ଼ ବିପତ୍ତି ଫ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page