ଓଡ଼ିଶାରେ ଆଜି କରୋନା ପଜିଟିଭ ସଂଖ୍ୟା ଚାରିରେ ପହଞ୍ଚିଛି । ପୂର୍ବରୁ ତିନିଜଣଙ୍କ ପାଖରେ ଏହି ସଂକ୍ରମଣ ଦେଖିବାକୁ ମିଳିଥିଲା ବେଳେ ଆଜି ଚତୁର୍ଥଙ୍କ ରକ୍ତ ନମୁନାରେ ପଜିଟିଭ ଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚିତ କରାଯାଇଛି । କରୋନା ପଜିଟିଭ ଥିବା ଯୁବକଙ୍କ ବୟସ ୨୯ ଏବଂ ତାଙ୍କ ଘର ଭଦ୍ରକରେ । ସେ ଦୁବାଇରୁ ଫେରିଥିବା ଜଣାପଡ଼ିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଗତକାଲି ସୁଦ୍ଧା ୪୭୩ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ଆଜି ପରୀକ୍ଷା କରାଯାଇଥିବା ୧୩୭ ନମୁନା ମଧ୍ୟରୁ ଜଣଙ୍କ ପଜିଟିଭ ଥିବା ସୂଚିତ କରାଯାଇଛି ।