ସଂକ୍ରମଣଙ୍କ ସଂଖ୍ୟା ୨୦ ପହଞ୍ଚିଲା

April 03, 2020, ଓଡ଼ିଶା, , Anupambharat News Bureau


ସଂକ୍ରମଣଙ୍କ ସଂଖ୍ୟା ୨୦ ପହଞ୍ଚିଲା
Anupambharat News Bureau
April 03, 2020

ଭୁବନେଶ୍ୱର,୩ ।୪(ଅନୁପମମିଡ଼ିଆ): ଶୁକ୍ରବାର ଗୋଟିଏ ଦିନରେ ଓଡିଶାରେ ୧୫ ଜଣ କରୋନା ଆକା୍ରନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଭୁବନେଶ୍ୱରର ୩ ଜଣ ରହିଥିବା ବେଳେ କଟକର ଜଣେ, ପୁରୀରେ ଜଣେ, ଯାଜପୁରରେ ଜଣେ, ଭଦ୍ରକରେ ଦୁଇ ହୋଇଥିବା ବେଳେ ସୂର୍ଯ୍ୟନଗର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ସ୍ତ୍ରୀ,ଝିଅ ସମେତ ୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍‌ ଅନୁଯାୟୀ, ଓଡ଼ିଶାରେ ଚିହ୍ନଟ ହୋଇଥିବା ୨୦ କରୋନା ରୋଗୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨ ଜଣ ସୁସ୍ଥ ହୋଇସାରିଛନ୍ତି । କେବଳ ରାଜଧାନୀ ଭୁବନେଶ୍ୱରରୁ ୧୭ ଜଣଙ୍କୁ ଚିହ୍ନଟ କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରରେ ଆଉ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ବମିଖାଲର ବୋଲି ଜଣାପଡ଼ିଛି । ଏହି ୩ ଜଣଙ୍କ ମଧ୍ୟରୁ ଜଣେ ଦିଲ୍ଲୀରୁ ଫେରିଥିବା ଜଣାପଡ଼ିଛି । ଏହି ୩ ଆକ୍ରାନ୍ତ ସମ୍ପର୍କରେ ୩ ଭାଇ । ଏହା ସହିତ ସୂର୍ଯ୍ୟନଗର ଅଞ୍ଚଳର ୭ ଏବଂ କଟକ, ପୁରୀ ଏବଂ ଯାଜପୁରରୁ ଜଣେ ଲେଖାଏ ଓ ଭଦ୍ରକରୁ ଦୁଇ ଜଣ ପଜିଟିଭ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି । ଫଳରେ ଶୁକ୍ରବାର ମୋଟ୍‌ ୧୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ସୁସ୍ଥ ହେଲେ ପ୍ରଥମ ସଂକ୍ରମିତ

ସୁସ୍ଥ ହେଲେ ପ୍ରଥମ ସଂକ୍ରମିତ

Read More...

 ଭୁବନେଶ୍ୱର, କଟକ ଓ ଭଦ୍ରକରେ ୪୮ ଘଣ୍ଟିଆ ସଟ୍‌ ଡାଉନ୍‌

ଭୁବନେଶ୍ୱର, କଟକ ଓ ଭଦ୍ରକରେ ୪୮ ଘଣ୍ଟିଆ ସଟ୍‌ ଡାଉନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page