ରାଜ୍ୟର ପ୍ରଥମ କରୋନା ସଂକ୍ରମିତ ରୋଗୀ ସୁସ୍ଥ ହୋଇଛନ୍ତି । ତାଙ୍କର କୋବିଡ-୧୯ ରିପୋର୍ଟ ନେଗେଟିଭ ଆସିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ, ରାଜ୍ୟର ପ୍ରଥମ କରୋନା ସଂକ୍ରମିତ ରୋଗୀ ଯାହାଙ୍କର ଚିକିତ୍ସା କ୍ୟାପିଟାଲ ହସ୍ପିିଟାଲରେ ଚାଲିଥିଲା । ସେ ସୁସ୍ଥ ହୋଇଛନ୍ତି ଓ ତାଙ୍କର କୋବିଡ-୧୯ ରିପୋର୍ଟ ନେଗେଟିଭ ଆସିଛି । ତାଙ୍କୁ ହସ୍ପିିଟାଲରୁ ଡିସଚାର୍ଜ କରାଯାଉଛି । ଉଲ୍ଲେଖନୀୟ ଯେ ସେ ଗତ ଛ’ ମାଚ୍ଚରେ ଇଟାଲୀରୁ ଭାରତ ଆସିଥିଲେ ଓ ୧୫ ତାରିଖ ଦିନ ସେ କରୋନା ପଜିଟିଭ ଥିବା ନେଇ ଜଣା ପଡିଥିଲା ।