ଆମେରିକାରେ ଡେଥ୍‌ ଜୋନ୍‌ ଘୋଷିତ କ୍ରମାଗତ ଦ୍ୱିତୀୟ ଦିନ ଦୁଇ ହଜାର ମୃତୁ୍ୟ

April 09, 2020, ବିଦେଶ, , Anupambharat News Bureau


ଆମେରିକାରେ ଡେଥ୍‌ ଜୋନ୍‌ ଘୋଷିତ  କ୍ରମାଗତ ଦ୍ୱିତୀୟ ଦିନ ଦୁଇ ହଜାର ମୃତୁ୍ୟ
Anupambharat News Bureau
April 09, 2020

ନୁ୍ୟୟର୍କ, ୮ା୪: କରୋନା ଭାଇରସକୁ ନେଇ ଆମେରିକା ଡେଥ୍‌ ଜୋନ ଘୋଷିତ କରିଛି । ଏହି ମହାମାରୀରେ ଏ ପର୍ଯ୍ୟନ୍ତ ଆମେରିକାରେ ସର୍ବାଧିକ ଲୋକଙ୍କ ମୃତୁ୍ୟ ଘଟିଛି । ହପକିନ୍ସ ୟୁନିଭର୍ସିଟି ଅନୁସାରେ କ୍ରମାଗତ ଦ୍ୱିତୀୟ ଦିନରେ ଆମେରିକାରେ ପ୍ରାୟ ୨୦୦୦ ଲୋକଙ୍କ ମୃତୁ୍ୟ ଘଟିଛି । ଏହା ସହିତ ପ୍ରାୟ ୩୧ ହଜାର କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆମେରିକାରେ ଅଦ୍ୟାବଧି ୪ ଲକ୍ଷ ୩୪ ହଜାର ୫୮୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ମହାମାରୀରେ ମୃତକଙ୍କ ସଂଖ୍ୟା ୧୪,୭୭୯କୁ ବୃ୍‌ଦ୍ଧି ଘଟିଛି । ଦେଶର ନୁ୍ୟୟର୍କ ସହର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଏଠାରେ ଏ ପର୍ଯ୍ୟନ୍ତ ୧ ଲକ୍ଷ ୫୧ ହଜାର ୧୭୧ କରୋନା ଭାଇରସ୍‌ ପଜିଟିଭ୍‌ ଚିହ୍ନଟ ହୋଇଛି । ଅନ୍ୟପଟେ ୬,୨୬୮ ଜଣ ପ୍ରାଣହାନୀ ଘଟିଛି । ବୁଧବାର ୧୯୩୧ ଜଣଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି । ଦେଶରେ ଏ ପର୍ଯ୍ୟନ୍ତ ୧୪,୭୭୯ ଜଣଙ୍କ ମୃତୁ୍ୟ ଘଟିଛି । ଏହା ବ୍ୟତୀତ ୯,୨୭୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଦ୍ୱାରା ଜାରି ଏକ ଦୈନିକ ବୁଲେଟିନ୍‌ ଅନୁସାରେ ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୫୩ ହଜାର ୩୬୧ରେ ପହଁଚିଛି । ଏହା ସହିତ ମୃତୁ୍ୟ ସଂଖ୍ୟା ୭୯,୨୩୫କୁ ବୃଦ୍ଧି ଘଟିଛି । ଗତ ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୭୩ ହଜାର ୬୩୯ ବୃ୍‌ଦ୍ଧି ଘଟିଥିବା ବେଳେ ୬,୬୯୫ ଜଣଙ୍କ ମୃତୁ୍ୟ ଘଟିଛି । ଡବ୍ଲ୍ୟୁଏଚଓ କହିଛି ଯେ, ଏ ପର୍ଯ୍ୟନ୍ତ ମୃତୁ୍ୟ ସଂଖ୍ୟାରେ ଗୋଟିଏ ଦିନରେ ଏହା ସବୁଠୁ ବଡ ବୃଦ୍ଧି । ୟୁରୋପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବାର୍ଧିକ ୭ ଲକ୍ଷ ୨୦ ହଜାର ୨୧୯ ରହିଥିବା ବେଳେ ୫୭ ହଜାର ୩୬୯ ଜଣଙ୍କ ମୃତୁ୍ୟ ଘଟି ସାରିଛି । ଉତ୍ତର ଓ ଦକ୍ଷିଣ ଆମେରିକା ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୪ ଲକ୍ଷ ୧୭ ହଜାର ୪୧୬ ରହିଛି । ଏହି ମହାମାରୀରେ ୧୨ ହଜାର ୫୯୭ ଜଣଙ୍କ ମୃତୁ୍ୟ ଘଟି ସାରିଛି । ମୃତୁ୍ୟ ମାମଲାରେ ଏହା ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ପଶ୍ଚିମ ପ୍ରଶାନ୍ତ କ୍ଷେତ୍ର ଚୀନ, ଦକ୍ଷିଣ କୋରିଆ ଓ ଜାପାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୪ ହଜାର ୬୬୭ ରହିଥିବା ବେଳେ ଏପ୍ରିଲ ୩ ସୁ୍‌ଦ୍ଧା ୩,୯୨୨ ଜଣଙ୍କ ମୃତୁ୍ୟ ସହିତ ତୃତୀୟ
ସ୍ଥାନରେ ରହିଛି । ଡବ୍ଳୁୃ୍ୟଏଚଓ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଆମେରିକା କରୋନା ଭାଇରସର ୩ ଲକ୍ଷ ୬୩ ହଜାର ୩୨୧ ଆକ୍ରାନ୍ତଙ୍କ ସହ ଶୀର୍ଷରେ ରହିଛି । ଏହା ପରେ ସ୍ପେନ(୧,୪୦,୫୧୦), ଇଟାଲୀ(୧,୩୫,୫୮୬), ଜର୍ମାନୀ(୧,୦୩,୨୨୮) ଓ ଚୀନ(୮୩,୧୫୭) ରହିଛି । ଉଲ୍ଲେଖଯୋଗ୍ୟ ଗତ ମାର୍ଚ୍ଚ ୧୧ରେ ଡବ୍ଳୁୃ୍ୟଏଚଓ କରୋନା ଭାଇରସକୁ ମହାମାରୀ ଘୋଷିତ କରିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋଟର ଯାନ କର ପୈଠ ଅବଧି ୩୦ ଜୁନକୁ ଘଞ୍ଚିଲା

ମୋଟର ଯାନ କର ପୈଠ ଅବଧି ୩୦ ଜୁନକୁ ଘଞ୍ଚିଲା

Read More...

ସମସ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ,  ସ୍ୱାସ୍ଥ୍ୟଗତ ସମସ୍ୟା, ଗସ୍ତ ବିବରଣୀ ନିଆଯିବ

ସମସ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ, ସ୍ୱାସ୍ଥ୍ୟଗତ ସମସ୍ୟା, ଗସ୍ତ ବିବରଣୀ ନିଆଯିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page