ଭୁବନେଶ୍ୱର ,୯ା୪(ଅନୁପମମିଡ଼ିଆ): କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଭାରତ ସରକାର ତଥା ରାଜ୍ୟ ସରକାର ଜାରି କରିଥିବା ଲକ୍ ଡାଉନ୍ ପରିପ୍ରେକ୍ଷୀରେ ରାଜ୍ୟ ସରକାର ମୋଟର ଯାନ କର ପୈଠ ତାରିଖକୁ ଆଗାମୀ ଜୁନ୍ ୩୦ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ଲକ୍ ଡାଉନ୍ ଯୋଗୁଁ ଯେଉଁ ଷ୍ଟେଜ୍ କ୍ୟାରେଜ୍/କଂଟ୍ରାକଫ କ୍ୟାରେଜ୍ଗୁଡ଼ିକ ଅପ୍ରେଲ୍ ମାସ ପାଇଁ ସେମାନଙ୍କର ମୋଟର ଯାନ ଟିକସ ଓ ଅତିରିକ୍ତ ଟିକସ ଦେଇ ନାହାନ୍ତି ସେଗୁଡ଼ିକ ଏହି ଅବଧି ମଧ୍ୟରେ ଟିକସ ପଇଠ କରିବେ । ସେହିପରି ଯେଉଁ ମାଲ୍ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଅପ୍ରେଲ-ଜୁନ୍ ତ୍ରୈମାସିକ ମୋଟର ଯାନ ଟିକସ ପ୍ରଦାନ କରିନାହାନ୍ତି ସେମାନେ ମଧ୍ୟ ଏହି ଅବଧିରେ ଟିକସ ଦାଖଲ କରବାକୁ କୁହାଯାଇଛି ।
କୋଭିଡ୍-୧୯ ପରିପ୍ରେକ୍ଷୀରେ ଗାଡ଼ି ମାଲିକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ଏହି ଗ୍ରେସ୍ ଅବଧିକୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।