ସାଙ୍ଗର ବ୍ୟାଟ୍‌ ମାଡ଼ରେ ନାବାଳକ ମୃତ

April 11, 2020, ଓଡ଼ିଶା, , Anupambharat News Bureau


 ସାଙ୍ଗର ବ୍ୟାଟ୍‌  ମାଡ଼ରେ ନାବାଳକ ମୃତ
Anupambharat News Bureau
April 11, 2020

ହିିଳିକାଟୁ, ୧୧ା୪(ଅନୁପମମିଡ଼ିଆ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଖରିଡ଼ା ଗ୍ରାମରେ ଶନିବାର ପୂର୍ବାହ୍ନରେ ଜଣେ ନାବାଳକ ବନ୍ଧୁଙ୍କ ବ୍ୟାଟ୍‌ ମାଡ଼ରେ ଅନ୍ୟ ଜଣେ ନାବାଳକଙ୍କ ମୃତୁ୍ୟ ଘଟିଛି । ମୃତକ ଜଣକ ସମ୍ପୃକ୍ତ ଗ୍ରାମର କେଶବ ସେଠିଙ୍କ ଏକମାତ୍ର ପୁତ୍ର ବିଭୁ (୧୩) । ସେ ହିଞ୍ଜିଳି ବ୍ଳକ ଶାସନ ଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୯ମ ଶ୍ରେଣୀର ଛାତ୍ର । ନାବାଳକଙ୍କ ଜେଜେ ବାପା ବିଜୟ ସେଠିଙ୍କ ଏତାଲା କ୍ରମେ ହିଞ୍ଜିଳିି ଥାନା ନଂ- ୧୧୩/୨୦ ରେ ଏକ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛି । ଅଭିଯୁକ୍ତ ନାବାଳକଙ୍କୁ ଥାନାରେ ଅଟକ ରଖି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଆସିକା ପୋଲିସ ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି ।ପ୍ରକାଶ ଯେ, ଶନିବାର ସକାଳ ପ୍ରାୟ ସାଢେ ୯ ଘଣ୍ଟା ସମୟରେ ବିଭୁ ଅନ୍ୟ ସାଙ୍ଗ ମାନଙ୍କ ସହ ଗ୍ରାମ ଆମ୍ବ ତୋଟାରେ କ୍ରିକେଟ ଖେଳୁଥିଲେ । ଖେଳ ସମୟରେ କୌଣସି କଥାକୁ କେନ୍ଦ୍ର କରି ଅଭିଯୁକ୍ତ ନାବାଳକ ସହ ବଚସା ହୋଇଥିଲା । ଅଭିଯୁକ୍ତ ନାବାଳକ ସାଙ୍ଗଙ୍କ ବ୍ୟାଟରେ ବିଭୁଙ୍କୁ ଆଘାତ କରିଥିଲେ । ବ୍ୟାଟ୍‌ ମାଡ଼ରେ ମୁଣ୍ଡରେ ଗଭୀର କ୍ଷତ ହେବା ସହ ଚେତାଶୂନ୍ୟ ହୋଇ ଘଟଣା ସ୍ଥଳରେ ପଡ଼ି ଯାଇଥିଲେ । ପରିବାର ଓ ଅନ୍ୟମାନେ ଚେତାଶୂନ୍ୟ ଅବସ୍ଥାରେ
ବିଭୁଙ୍କୁ



ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର, ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ଆସିକା ପୋଲିସ ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନୁ୍ୟ ଦାସ ପହଞ୍ଚଥିଲେ । ପ୍ରକାଶ ଥାଉକି, ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରାଯାଇଛି । ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ନବାହାରିବାକୁ ପ୍ରଶାସନ ପକ୍ଷରୁ ଗାଁ ଗାଁ ବୁଲି ସଚେତନତା କରାଯାଉଥିଲେ ମଧ୍ୟ ଗ୍ରାମାଞ୍ଚଳରେ କଟକଣାକୁ କେହି ଗୁରୁତ୍ୱ ଦେଉନଥିବା ଆଜିର ଘଟଣା ପ୍ରମାଣିତ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଲା ମହଜୁଦ ରହିଛି ସୁରକ୍ଷା ଉପକରଣ

ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଲା ମହଜୁଦ ରହିଛି ସୁରକ୍ଷା ଉପକରଣ

Read More...

ଗୋଟିଏ ଦିନରେ ସୁସ୍ଥ ହେଲେ ୧୦

ଗୋଟିଏ ଦିନରେ ସୁସ୍ଥ ହେଲେ ୧୦

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page