ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଲା ମହଜୁଦ ରହିଛି ସୁରକ୍ଷା ଉପକରଣ

April 11, 2020, ଓଡ଼ିଶା, , Anupambharat News Bureau


ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଲା ମହଜୁଦ ରହିଛି ସୁରକ୍ଷା ଉପକରଣ
Anupambharat News Bureau
April 11, 2020

ଭୁବନେଶ୍ୱର, ୧୧ା୪(ଅନୁପମମିଡ଼ିଆ): ରାଜ୍ୟରେ କରୋନା ପଜିଟିଭ ହେବାର ଦୁଇଟି ନୂଆ ମାମଲା ସାମନାକୁ ଆସିଛି । ଏହା ସହ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ମାମଲା ସଂଖ୍ୟା ୫୦ ରେ ପହଞ୍ଚିଛି । ଶୁକ୍ରବାର ରାତ୍ରୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି । ରାଜ୍ୟର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଶୁକ୍ରବାର ରାଜ୍ୟରେ ମୋଟ ୨୯୮ଟି ନମୁନାର ପରୀକ୍ଷଣ କରାଯାଇଥିଲା । ଏଥି ମଧ୍ୟରୁ ୨ଟି ପଜିଟିଭ ଆସିଥିବା ବେଳେ ବଳକା ୨୯୬ଟି ନମୁନା ନେଗେଟିଭ ଆସିଛି । ବର୍ତ୍ତମାନ ଯାଏ ରାଜ୍ୟରେ ମୋଟ ୩୪୯୭ ନମୂନାର ପରୀକ୍ଷଣ କରା ଯାଇଛି । ଶୁକ୍ରବାର ରାତିରେ ଚିହ୍ନଟ ହୋଇଥିବା ଦୁଇଜଣ କୋଭିଡ୍‌ ଆକ୍ରାନ୍ତ ପୂର୍ବରୁ ମଧୁସୂଦନ ନଗରରୁ ଚିହ୍ନଟ ହୋଇଥିବା ରୋଗୀଙ୍କ ନିକଟ ସଂସ୍ପର୍ଶରେ ଆସିଥିଲେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଆଜି ସକାଳ ୯ଟା ସୁଦ୍ଧା ରାଜ୍ୟରେ ୩୫୪୭ଟି ନମୁନା ପରୀକ୍ଷା ପାଇଁ ପଠାଯାଇଛି । ସେଥିମଧ୍ୟରୁ ୫୦ଜଣ ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୧୨ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଜଣେ ରୋଗୀଙ୍କର ମୃତୁ୍ୟ ହୋଇଥିଲା ବେଳେ ୩୭ ଜଣ ଚିକିତ୍ସିତ ହେଉଛନ୍ତି । ଆଜି ୧୩୩ ଜଣ କରୋନା ସନ୍ଦିଗ› ବିଭିନ୍ନ ଚିକିତ୍ସାଳୟରେ ପୃଥକବାସରେ ଅଛନ୍ତି । ସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନମାନଙ୍କରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ବ୍ୟବହାର ପାଇଁ ଆବଶ୍ୟକୀୟ ସୁରକ୍ଷା ଉପକରଣ ମହଜୁଦ ରହିଛି । ସାନିଟାଇଜର, ତିନି ସ୍ତର ବିଶିଷ୍ଟ ସର୍ଜିପାଲ ମାସ୍କ, ଏନ-୯୫ ମାସ୍କ ଓ ଅନ୍ୟାନ୍ୟ ସୁରକ୍ଷା ଉପକରଣମାନ ଯଥେଷ୍ଟ ପରିମାଣରେ ମହଜୁଦ ରହିଥିବା ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ୧୨ଜଣ ସୁସ୍ଥ ହେଲେଣି

ରାଜ୍ୟରେ ୧୨ଜଣ ସୁସ୍ଥ ହେଲେଣି

Read More...

 ସାଙ୍ଗର ବ୍ୟାଟ୍‌  ମାଡ଼ରେ ନାବାଳକ ମୃତ

ସାଙ୍ଗର ବ୍ୟାଟ୍‌ ମାଡ଼ରେ ନାବାଳକ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page