ରାଜ୍ୟରେ ୧୨ଜଣ ସୁସ୍ଥ ହେଲେଣି

April 11, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ ୧୨ଜଣ ସୁସ୍ଥ ହେଲେଣି
Anupambharat News Bureau
April 11, 2020

ଭୁବନେଶ୍ୱର, ୧୧ା୪ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୭ଟି ସକ୍ରିୟ କରୋନା ମାମଲା ରହିଛି । ଏହି ୩୭ ଜଣଙ୍କ ମଧ୍ୟରୁ ଦୁଇ ଜଣ ହସ୍ପିଟାଲ ସପୋର୍ଟରେ ଅଛନ୍ତି । ଅନ୍ୟ ମାନଙ୍କର କୌଣସି ହସ୍ପିଟାଲ ସପୋର୍ଟର ଆବଶ୍ୟକତା ପଡି ନାହିାଁ ତେଣୁ ଖୁବ ଶୀଘ୍ର ଆହୁରି କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି କହିଛନ୍ତି ଏନଏଚଏମର ମିଶନ ନିର୍ଦ୍ଦେଶକ ଶାଲିନୀ ପଣ୍ଡିତ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ଅତ୍ୟନ୍ତ ଖୁସିର ଖବର ଯେ, ରାଜ୍ୟରେ ମୋଟ ୧୦ ଜଣ କରୋନା ରୋଗୀଙ୍କ କରୋନା ରିପୋର୍ଟ ନେଗେଟିଭ ଆସିିଛି । ସେମାନଙ୍କୁ ଡିସଚାର୍ଜ କରାଯାଉଥିବା ସେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ କରୋନା ୬୦ ବର୍ଷରୁ ଅଧିକ ଲୋକ ମାନଙ୍କ ପାଇଁ ଅଧିକ ବିପଦ ଥିବା ବେଳେ ରାଜ୍ୟରେ ମାତ୍ର ୮ ପ୍ରତିଶତ ସଂକ୍ରମିତ ୬୦ ବର୍ଷରୁ ଊର୍ଦ୍ଧ୍ୱ ଅଛନ୍ତି । ଏହା ରାଜ୍ୟ ପାଇଁ ଭଲ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ କୋବିଡ-୧୯ ପରୀକ୍ଷା ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍କୁଲରେ ନମୁନା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜଧାନୀର ପାଞ୍ଚଟି ସ୍କୁଲରେ ମେଡିକାଲ ଟିମ ସନ୍ଦିଗ›ଙ୍କ ଠାରୁ ନମୂନା ସଂଗ୍ରହ କରୁଥିବା ଜଣାପଡିଛିା ରାଜଧାନୀର ଝାରପଡା ପ୍ରାଥମିତ ବିଦ୍ୟାଳୟ,ଚନ୍ଦ୍ରଶେଖରପୁର ସରକାରୀ ହାଇସ୍କୁଲ, ସହୀଦନଗର ସରକାରୀ ହାଇସ୍କୁଲ, ଗଣ୍ଡ ମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲି ହାଇସ୍କୁଲରେ ଏହି ନମୁନା ପରୀକ୍ଷଣ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି । ମେଡିକାଲ ଟିମର ଏପରି ନମୁନା ସଂଗ୍ରହ ପ୍ରକ୍ରିୟା ୧୭ ତାରିଖ ଯାଏ ଚାଲିବ । ଏ ସମ୍ପର୍କରେ ଶୁକ୍ରବାର ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପତ୍ର ଲେଖିଥିଲେ । ଏହି ସମୟରେ ସ୍କୁଲରେ ଦୁଇ ଜଣ ଶିକ୍ଷକ ଜଣେ ସ୍ୱିପର ଓ ଜଣେ ବାଚମ୍ୟାନକୁ ଉପସ୍ଥିତ ରହିବାକୁ କୁହାଯାଇଛି । ସକାଳ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୩ଟାରୁ ୫ଟା ଯାଏ ନମୁନା ସଂଗ୍ରହ କରା ଯିବ ବୋଲି ଜଣାପଡିଛି । ପ୍ରକାଶ ଥାଉକି ରାଜ୍ୟରେ ମୋଟ ୧୦ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି । ଏହି ଦଶ ଜଣଙ୍କର କରୋନା ପରୀକ୍ଷଣ ରିପୋର୍ଟ ନେଗେଟିଊ ଆସିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ କୁହା ଯାଇଛି ଯେ ଯେଉଁ ରୋଗୀ ମାନଙ୍କର ରିପୋର୍ଟ ନେଗେଟିଭ ଆସିଛି ସେଥି ମଧ୍ୟରୁ ଭୂୁବନେଶ୍ୱରର ୫ ଜଣ, ଭଦ୍ରକର ଦୁଇ ଜଣ, କଟକ, ପୁରୀ ଓ ଯାଜପୁରର ଜଣେ ଜଣେ ରୋଗୀ ସାମିଲ ଅଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶରେ ଲକ୍‌ଡ଼ାଉନ୍‌ ୩୦ ଯାଏ ବଢ଼ିବ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଭିଡ଼ିଓ କନଫେରନ୍ସିଂ

ଦେଶରେ ଲକ୍‌ଡ଼ାଉନ୍‌ ୩୦ ଯାଏ ବଢ଼ିବ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଭିଡ଼ିଓ କନଫେରନ୍ସିଂ

Read More...

ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଲା ମହଜୁଦ ରହିଛି ସୁରକ୍ଷା ଉପକରଣ

ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଲା ମହଜୁଦ ରହିଛି ସୁରକ୍ଷା ଉପକରଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page