ଭୁବନେଶ୍ୱର, ୧୩ା୪ (ଅନୁପମ ମିଡିଆ): ରାଜ୍ୟରେ କରୋନା ପଜିଟିଭଙ୍କ ମଧ୍ୟରୁ ସୋମବାର ରାତିରେ ଆଉ ପାଞ୍ଚ ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚୀତ କରାଯଇଛି । ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ସମସ୍ତ ସୁସ୍ଥ ଭୁବନେଶ୍ୱରର ବୋଲି ଜଣାପଡିଛି । ରାଜ୍ୟରେ ମୋଟ ୫୫ ଜଣ ପଜିଟିଭଙ୍କ ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ଜଣ ସୁସ୍ଥ ହୋଇଛନ୍ତି ।