ଭୁବନେଶ୍ୱର, ୨୬ା୪(ଅନୁପମମିଡ଼ିଆ): ରାଜ୍ୟର ଆଉ ଜଣେ କାରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତାଙ୍କ ଘର ଭୁବନେଶ୍ୱର ହୋଇଥିବାବେଳେ ସେ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଜଣକ ବର୍ତ୍ତମାନ ମେଡିକାଲରୁ ଡିସଚାର୍ଜ ହେବେ ନାହିଁ । ତାଙ୍କର ଆଉ କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ ସେ ସେଥିରୁ ଆରୋଗ୍ୟ ଲାଭ ପରେ ହିଁ ଡିସଚାର୍ଜ ହେବେ ।ଏହି ବ୍ୟକ୍ତିଙ୍କୁ ମିଶାଇ ଏ ପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ୩୫ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି । ଉଲ୍ଲେଖ୍ୟଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟରେ ୬୭ଟି ଆକଫିଭ ମାମଲା ଥିବାବେଳେ ଜଣଙ୍କର ମୃତୁ୍ୟ ହୋଇଛି ।