ବିଶ୍ୱରେ କରୋନା ମୃତୁ୍ୟ ସଂଖ୍ୟା ୨ଲକ୍ଷ ଟପିଲା ୟୁହାନ୍‌ ନଗରୀରେ ଆଜି କୌଣସି ପଜିଟିଭ ନାହିଁ

April 26, 2020, ଦେଶ, , Anupambharat News Bureau


ବିଶ୍ୱରେ କରୋନା ମୃତୁ୍ୟ ସଂଖ୍ୟା ୨ଲକ୍ଷ ଟପିଲା ୟୁହାନ୍‌ ନଗରୀରେ ଆଜି କୌଣସି ପଜିଟିଭ ନାହିଁ
Anupambharat News Bureau
April 26, 2020

ନୂଆଦିଲ୍ଲୀ: ଚୀନ୍‌ରୁ ସୃଷ୍ଟି ହୋଇଥିବା ଭୟଙ୍କର ତଥା ଅତ୍ୟଧିକ ମାରାତ୍ମକ କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । ଏହି ଭୂତାଣୁର ସଂକ୍ରମଣରେ ସମଗ୍ର ବିଶ୍ୱରେ ଆଜି ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି । ଏହା ବିଶ୍ୱର ୧୯୩ଟି ରାଷ୍ଟ୍ରକୁ ପ୍ରଭାବିତ କରିଛି । ୨୦୧୯ ଡିସେମ୍ବର ମାସରେ ଚୀନ୍‌ର ୟୁହାନ ନଗରୀରେ ଆରମ୍ଭ ହୋଇଥିବା ଏହି ଭାଇରସ ବିଶ୍ୱରେ ମହାମାରୀ ରୋଗ ସୃଷ୍ଟି କରିଦେଇଛି । ଯେହେତୁ ମୃତକଙ୍କ ସଂଖ୍ୟା କ୍ରମେ ବୃଦ୍ଧି ପାଇ ୨ଲକ୍ଷରୁ ଉର୍ଦ୍ଧ୍ୱକୁ ଟପି ଯାଇଛି । ତେଣୁ ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଏହା ବ୍ୟାପୁଥିବା ଯୋଗୁଁ ପ୍ରତ୍ୟେକ ବ୍ୟକ୍ତି ସତର୍କତା ଅବଲମ୍ବନ କରିବା ଦିଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଜି ପରାମର୍ଶ ଦେଇଛି । ଆଜି ସମଗ୍ର ବିଶ୍ୱରେ ମସ୍‌ଜିଦ୍‌ମାନଙ୍କରେ ଲକ୍ଷାଧିକ ମୁସଲମାନ ସଂପ୍ରଦାୟର ଲୋକମାନେ ଏକା ସାଙ୍ଗରେ ରମ୍‌ଜାନ ମାସର ଦ୍ୱିତୀୟ ଦିନର ପ୍ରାର୍ଥନା ପାଳନ କରିଛନ୍ତି । ତେବେ ସାମାଜିକ ଦୂରତ୍ୱକୁ ବଜାୟ ରଖିବା ସହିତ ଭୋଜିଭାତକୁ ଦୂରେଇ ରଖନ୍ତୁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲìଏଚ୍‌ଓ) ପରାମର୍ଶ ଦେଇଛି । ଇତିମଧ୍ୟରେ ଶ୍ରୀଲଙ୍କା, ବେଲ୍‌ଜିୟମ ଠାରୁ ଆରମ୍ଭ କରି ଯୁକ୍ତରାଷ୍ଟ୍ର ଆମେରିକା ପର୍ଯ୍ୟନ୍ତ କେତେକ ଅଞ୍ଚଳରେ ଆଂଶିକ ଭାବରେ ଲକ୍‌ଡ଼ାଉନ୍‌କୁ କୋହଳ କରାଯାଇଛି । ଆଜିସୁଦ୍ଧା ୨.୮୬ ମିଲିୟନ ସଂଖ୍ୟାକୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ମୃତକଙ୍କ ସଂଖ୍ୟା ୨ଲକ୍ଷ ଟପି ଯାଇଛି । ବିଶ୍ୱରେ ୟୁରୋପୀୟ ରାଷ୍ଟ୍ରମାନଙ୍କରେ ସର୍ବାଧିକ ୧,୨୨,୧୭୧ ସଂଖ୍ୟକ ଲୋକ କରୋନା ରୋଗରେ ପ୍ରାଣ ହରାଇଛନ୍ତି । ଆମେରିକାରେ ସର୍ବାଧିକ ହାରରେ ୫୩,୦୭୦ ସଂଖ୍ୟକ ଲୋକ ପ୍ରାଣ ହରାଇଥିବା ବେଳେ ଇଟାଲୀରେ ୨୬,୩୮୪ ସଂଖ୍ୟକ ଲୋକ ଏହି କରୋନା ରୋଗରେ ପ୍ରାଣ ହରାଇଛନ୍ତି । ଠିକ୍‌ ସେହିଭଳି ଅନ୍ୟ ୟୁରୋପୀୟ ରାଷ୍ଟ୍ର ସ୍ପେନ୍‌ରେ କରୋନା ମୃତକଙ୍କ ସଂଖ୍ୟା ୨୨,୯୦୨ ଥିବାବେଳେ ଫ୍ରାନ୍ସରେ ୨୨,୬୧୪ ସଂଖ୍ୟକ ରହିଛି ଏବଂ ଇଂଲଣ୍ଡରେ କରୋନା ରୋଗରେ ୨୦,୩୧୯ ସଂଖ୍ୟକ ମୃତୁ୍ୟବରଣ କରିଛନ୍ତି । ଏହାମଧ୍ୟ ଡବ୍ଲìଏଚ୍‌ଓ ପକ୍ଷରୁ ସତର୍କ କରାଯାଇଛି ଯେ, ଯେଉଁ ଲୋକମାନେ କରୋନା ପଜିଟିଭରୁ ସୁସ୍ଥ ହୋଇଛନ୍ତି, ସେମାନଙ୍କୁ ପୁଣି ଥରେ ସଂକ୍ରମଣ ହେବାର ଆଶଙ୍କା ରହିଛି । ତେଣୁ ଯେଉଁମାନେ ପ୍ରଭାବିତ ଥିଲେ ସେମାନେ ସମ୍ପୂର୍ଣ୍ଣ ରୂପେ ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ଯେଉଁ କୋଭିଡ଼୍‌-୧୯ରୁ ସୁସ୍ଥ ହୋଇଥିବା ବ୍ୟକ୍ତି ପୁନର୍ବାର ସଂକ୍ରମଣ ନହେବା ପାଇଁ ଆଣ୍ଟିବଡିଜ୍‌ ବା ନିଜକୁ ସୁରକ୍ଷିତଜନିତ ପ୍ରତିଶେଧକ ବ୍ୟବସ୍ଥା ପ୍ରଯୁଜ୍ୟ କି ନୁହେଁ ତାହା ମଧ୍ୟ ଜାଣିବା ଅତ୍ୟାବଶ୍ୟକୀୟ ବୋଲି ଡବ୍ଲìଏଚ୍‌ଓ କହିଛି ।
ଚୀନ୍‌ର ୟୁହାନ୍‌ ନଗରୀରୁ ସୃଷ୍ଟି ହୋଇଥିବା ଏହି କରୋନା ଭାଇରସ ଚୀନ୍‌ରେ ନିୟନ୍ତ୍ରଣ ରହିଛି । ଆଜି ପ୍ରଥମ ଥର ପାଇଁ ଏହାର ସଂକ୍ରମଣ ପରେ ୟୁହାନ ନଗରୀରେ କୌଣସି କୋଭିଡ଼୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇନାହିଁ । ୟୁହାନ୍‌ ନଗରୀରେ କରୋନାର ବ୍ୟାପକତା ଯୋଗୁଁ ୭୬ ଦିନ ପର୍ଯ୍ୟନ୍ତ ଲକ୍‌ଡ଼ାଉନ୍‌ରେ ରହିବା ପରେ ଏପ୍ରିଲ୍‌ ୮ ତାରିଖରେ ଏହି ନଗରୀକୁ ପୁରି ଥରେ ଖୋଲା ଯାଇଥିଲା । ତେବେ ୟୁହାନ୍‌ ନଗରୀରେ ସ୍ୱାସ୍ଥ୍ୟକର୍ମୀଙ୍କ କଠିନ ପରିଶ୍ରମ ଯୋଗୁଁ ସ୍ୱାସ୍ଥ୍ୟସେବାରେ ଉନ୍ନତି ଘଟିଛି ବୋଲି ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ କମିଶନର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି । ହୁବେଇ ପ୍ରଦେଶ ଯାହାର ରାଜଧାନୀ ୟୁହାନ ନଗରୀରେ କୌଣସି ପଜିଟିଭ ନଥିବା ସ୍ପଷ୍ଟ କରାଯାଇଛି । ସୂଚନା ଯେ, ହୁବାଇ ପ୍ରଦେଶରେ ସମୁଦାୟ ୬୮,୧୨୮ ସଂଖ୍ୟକ କୋଭିଡ଼-୧୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ



ମଧ୍ୟରୁ ୫୦,୩୩୩ ସଂଖ୍ୟକ ଲୋକ କେବଳ ୟୁହାନନଗରୀରୁ ହିଁ ଚିହ୍ନଟ ହୋଇଥିଲେ । ଉଲ୍ଲେଖ ଯେ, ଚୀନ୍‌ରୁ ସୃଷ୍ଟି ହୋଇଥିବା ଏହି ଭୂତାଣୁ ଉକ୍ତ ୟୁହାନନଗରୀର ହିଁ କିଛି ପଶୁ ଖାଦ୍ୟରୁ ସଂକ୍ରମଣ ହୋଇଥିଲା ବୋଲି ଚର୍ଚ୍ଚା ଆଲୋଚନା ହେଉଛି । ଚୀନ୍‌ରେ ଇତିମଧ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୨,୬୯୨ ଥିବାବେଳେ ଏଥିରୁ ୪୬୩୨ ସଂଖ୍ୟକ ଲୋକ ପ୍ରାଣ ହରାଇଥିଲେ । ବିଶ୍ୱ ସ୍ତରରେ ଚାପ ପ୍ରୟୋଗ ହେବା ଯୋଗୁଁ ଚୀନ୍‌ ସରକାର ମୃତକଙ୍କ ସଂଖ୍ୟାକୁ ସଂଶୋଧନ କରି ପ୍ରକାଶକରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚିନ୍ତା ବଢ଼ାଇଲା ଯାଜପୁର ଜିଲ୍ଲା

ଚିନ୍ତା ବଢ଼ାଇଲା ଯାଜପୁର ଜିଲ୍ଲା

Read More...

ସୁସ୍ଥ ହେଲେ ଆଉ ଜଣେ

ସୁସ୍ଥ ହେଲେ ଆଉ ଜଣେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page