ଅଗଷ୍ଟ ୩୧ ପର୍ଯ୍ୟନ୍ତ ଶୌଚାଳୟ ଫି’ ଛାଡ

May 26, 2020, ଓଡ଼ିଶା, , Anupambharat News Bureau


ଅଗଷ୍ଟ ୩୧ ପର୍ଯ୍ୟନ୍ତ ଶୌଚାଳୟ ଫି’ ଛାଡ
Anupambharat News Bureau
May 26, 2020

ଭୁବନେଶ୍ୱର, ୨୬ା୫(ଅନୁପମମିଡ଼ିଆ): କରୋନା ସଂକ୍ରମଣ ସମୟରେ ଲୋକେ ଯେଭଳି ଅଧିକ ସଂଖ୍ୟାରେ ଶୌଚାଳୟ ବ୍ୟବହାର କରିବେ ସେଥିପାଇଁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସହରାଞ୍ଚଳରେ ଥିବା ଶୌଚାଳୟ ଗୁଡିକ ଲୋକଙ୍କ ଠାରୁ ୟୁଜର୍ସ ଫି ଆଦାୟ ନକରିବାକୁ କୁହାଯାଇଛି । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ଆଜି ଏହି ମର୍ମରେ ରାଜ୍ୟର ୧୧୪ଟି ପୌରସଂସ୍ଥା ଏବଂ ସୁଲଭ ଇଂଟରନାସନାଲକୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଶୌଚାଳୟ ଗୁଡିକରେ ଲୋକଙ୍କ ଠାରୁ ଅର୍ଥ ଆଦାୟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାଥିଭାଥନନ ଏହି ମର୍ମରେ ମହାନଗର ନିଗମର କମିଶନର ଏବଂ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ପତ୍ର ଲେଖିଛନ୍ତି । ସେହିଭଳି ରାଜ୍ୟରେ ସର୍ବାଧିକ ଶୌଚାଳୟ ପରିଚାଳନା ଦାୟିତ୍ୱରେ ଥିବା ସୁଲଭ ଇଂଟରନାସନାଲକୁ ମଧ୍ୟ ଏହି ନିର୍ଦ୍ଦେଶ ପାଳନ ପାଇଁ କୁହାଯାଇଛି ।
ପ୍ରମୁଖ ସଚିବ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ସରକାରଙ୍କର ଏଭଳି ନିଷ୍ପତି କେବଳ ଖୋଲାରେ ମଳତ୍ୟାଗକୁ ରୋକିବା ନୁହେଁ, ବରଂ ଅଧିକରୁ ଅଧିକ ଲୋକଙ୍କୁ ଉନ୍ନତ ପରିମଳ ସୁବିଧା ପ୍ରଦାନ କରିବା ସହିତ ସେମାନଙ୍କର ଜୀବନଧାରଣମାନରେ ଉନ୍ନତି ଆଣିବା । କାରଣ କରୋନା ଏବେ ଦିନ ମଜୁରିଆ ଓ ସହରର ଗଳି କନ୍ଦିରେ ବ୍ୟବସାୟ କରୁଥିବା ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ସେହିଭଳି ସହରାଞ୍ଚଳରେ ଅର୍ବାନ େୱଜ ଏମ୍ପ୍ଲୟମେଂଟ ଇନିସିଏଟିଭ (ୟୁଡବ୍ଲì୍ୟଇଆଇ) ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏହା ଅଧିନରେ ପୌର ସଂସ୍ଥା ଗୁଡିକ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହାତକୁ ନେଇଛନ୍ତି । ଏହା ଦ୍ୱାରା ବର୍ତମାନ ଥିବା ପରିମଳ ବ୍ୟବସ୍ଥା ଉପରେ ଅଧିକ ଚାପ ପଡିବାକୁ ଥିବାରୁ ଗୃହ ଓ ନଗର ଉନ୍ନୟନ ବିଭାଗ ବିଭାଗ ପକ୍ଷରୁ ଆଜି ଏହି ମର୍ମରେ ଶୌଚାଳୟରୁ ଫି ଛାଡ ପାଇଁ ପତ୍ର ଲେଖାଯାଇଛି । ବର୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସହରାଂଚଳରେ ବସବାସ କରୁଥିବା ଲୋକଙ୍କୁ ଉନ୍ନତ ପରିମଳ ବ୍ୟବସ୍ଥା ଯୋଗାଣ ସକାଶେ ସାଧାରଣ ଶୌଚାଳୟ, ଗୋଷ୍ଠି ଶୌଚାଳୟ ଓ ହାଇବ୍ରିଟ ଶୌଚାଳୟ ବ୍ୟବହାର ସହିତ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହା ଉପରୁ ବ୍ୟବହାରିକ ଦେୟ ଛାଡି ପାଇଁ କୁହାଯାଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୧୧,୨୨୭ ଆସନ ବିଶିଷ୍ଟ ଗୋଷ୍ଠୀ ଓ ସାଧାରଣ ଶୌଚାଳୟ ରାଜ୍ୟର ସହରାଞ୍ଚଳରେ ନିର୍ମାଣ ହୋଇଥିବାବେଳେ ଏଠାରେ ବିଭିନ୍ନ ସୁବିଧା ସୁଯୋଗ ଉପଲବ୍ଧ ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଢ଼ିଲା ମଧ୍ୟାହ୍ନ ଭୋଜନ ମୂଲ୍ୟ

ବଢ଼ିଲା ମଧ୍ୟାହ୍ନ ଭୋଜନ ମୂଲ୍ୟ

Read More...

ଯୁକ୍ତ ତିନି-ପିଜି ସେମିଷ୍ଟାର ପରୀକ୍ଷା ବାତିଲ

ଯୁକ୍ତ ତିନି-ପିଜି ସେମିଷ୍ଟାର ପରୀକ୍ଷା ବାତିଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page