ଏସ୍‌ଡିଆର୍‌ ପ୍ରସ୍ତାବକୁ ନେଇ ନିର୍ମଳା ଓ ଶକ୍ତିକାନ୍ତଙ୍କ ମଧ୍ୟରେ ମତଭେଦ

May 27, 2020, ଦେଶ, , Anupambharat News Bureau


ଏସ୍‌ଡିଆର୍‌ ପ୍ରସ୍ତାବକୁ ନେଇ ନିର୍ମଳା ଓ ଶକ୍ତିକାନ୍ତଙ୍କ ମଧ୍ୟରେ ମତଭେଦ
Anupambharat News Bureau
May 27, 2020

ନୂଆଦିଲ୍ଲୀ: ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ଏକ ଯୋଜନାକୁ ନେଇ ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି । କରୋନା ସଙ୍କଟ ବିରୋଧରେ ଲେଇ କରୁଥିବା ଅନୁନ୍ନତ ଓ ବିକାଶଶୀଳ ଦେଶଗୁଡ଼ିକୁ ସହାୟତା ଦେବା ଲାଗି ୫୦,୦୦୦ କୋଟି ଡଲାରର ଏକ ଯୋଜନା ଉପରେ ଆଇଏମ୍‌ଏଫ୍‌ କାର୍ଯ୍ୟ କରୁଛି । ଏହି ପ୍ରସ୍ତାବକୁ ପ୍ରଥମ ଦେଶ ଭାବେ ଆମେରିକା ବିରୋଧ କରିଥିଲା । ଏହା ପରେ ର୍ନିମଳା ମଧ୍ୟ ଆଇଏମ୍‌ଏଫ୍ର ଉକ୍ତ ଯୋଜନା ବିପକ୍ଷରେ ଯୁକ୍ତି ବାଢ଼ିଥିଲେଛ କି;ୁ ଆଶ୍ଚର୍ଯ୍ୟଜନକ ଭାବେ ଶକ୍ତିକାନ୍ତ ସେହି ଯୋଜନାକୁ ସମର୍ଥନ କରିଛନ୍ତି । କିଛି ଦିନ ତଳେ ଡିଜିଟାଲ୍‌ ମାଧ୍ୟମରେ ହୋଇଥିବା ଆଇଏମ୍‌ଏଫ୍‌-ବିଶ୍ୱବ୍ୟାଙ୍କ ବୈଠକରେ ର୍ନିମଳା ଓ ଶକ୍ତିକାନ୍ତ ଭିନ୍ନ ମତ ରଖିଥିଲେ । ଆଇଏମ୍‌ଏଫ୍‌ ପକ୍ଷରୁ ସ୍ପେସିଆଲ ଡ୍ରଇଙ୍ଗ୍‌ ରାଇଟସ୍‌ (ଏସïିଆର୍‌) ଜରିଆରେ ୫୦,୦୦୦ କୋଟି ଡଲାର ବିଭିନ୍ନ ଦେଶକୁ ଜାରି କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି । ଏସïିଆର୍‌ ହେଉଛି ବିଭିନ୍ନ ପ୍ରକାର ଶକ୍ତିଶାଳୀ ମୁଦ୍ରା ଯଥା ଡଲାର, ୟୁରୋ, ୟେନ୍‌ ଏବଂ ୟୁଆନକୁ ନେଇ ଗଠନ କରାଯାଇଥିବା ଏକ ପାଣ୍ଠି । ଏହି ପାଣ୍ଠିରେ ଥିବା କିଛି ଅର୍ଥକୁ ଆଇଏମ୍‌ଏଫ୍‌ ବିଭିନ୍ନ ସଦସ୍ୟ ଦେଶକୁ ଦେବାକୁ ଚାହୁଛି । ଆଇଏମ୍‌ଏଫରେ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ସେମାନଙ୍କ କୋଟା ହିସାବରେ ଏହି ପାଣ୍ଠିର ଭାଗ ମିଳିଥାଏ । ବର୍ତ୍ତମାନ ଏସïିଆରେ ଭାରତର ୧୪୦ କୋଟି ଡଲାର ରହିଛି । କରୋନା ସଙ୍କଟ ପ୍ରଭାବରେ ସାରା ବିଶ୍ୱରେ ଡଲାର ଦାମ୍‌ ବହୁତ ବଢ଼ିଯାଇଥିବା ବେଳେ ଅନ୍ୟ ଦେଶଗୁଡ଼ିକର ମୁଦ୍ରା ଦୁର୍ବଳ ହୋଇପଡ଼ିଛି । ବିନିମୟ ମୁଦ୍ରାକୁ ନେଇ ଯେଉଁ ସଙ୍କଟ ଦେଖାଦେଇଛି ତାହାକୁ ଦୂର କରିବା ଲାଗି ଆଇଏମ୍‌ଏଫ୍‌ ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ ଏସïିଆର ଜାରି କରି ବିଦେଶୀ ମୁଦ୍ରା ଦେବାକୁ ଚାହୁଛି । ବର୍ତ୍ତମାନ ପରିସ୍ଥିତିରେ ସେହି ପାଣ୍ଠି ଆଣିବା ଲାଗି ର୍ନିମଳା ଚାହୁନାହାନ୍ତି । ତାଙ୍କ ମତ ହେଉଛି ବିନିମୟ ମୁଦ୍ରା ବଜାରରେ ଦେଖାଦେଇଥିବା ଅସ୍ଥିରତା ଦୂର କରିବା ଲାଗି ପ୍ରଥମେ ରିଜର୍ଭ ବ୍ୟାଙ୍କ ପାଖରେ ଥିବା ଭଣ୍ଡାରର ବିଦେଶୀ ମୁଦ୍ରା ବ୍ୟବହାର କରାଯିବା ଉଚିତ ।
ନୂଆ ଏସïିଆର୍‌ ପ୍ରସ୍ତାବକୁ ସେ ବିରୋଧ କରିଥିଲେ । ଅବଶ୍ୟ ଆମେରିକାର ବିରୋଧ ପରେ ଆଇଏମ୍‌ଏଫରେ ଏହି ଯୋଜନା ବନ୍ଦ ହୋଇଯାଇଛି । ଆମେରିକା ପାଖରେ ୧୬.୫୨ ପ୍ରତିଶତର ସର୍ବୋଚ୍ଚ ଭୋଟିଂ କ୍ଷମତା ରହିଛି । ତାହାକୁ ବ୍ୟବହାର କରି ଆଇଏମ୍‌ଏଫରେ ଏହି ଯୋଜନାକୁ ଆମେରିକା ଅଟକାଇ ଦେଇଛି । ମାତ୍ର ଭାରତର ଭୋଟିଂ ଅଧିକାର ହେଉଛି ମାତ୍ର ୨.୬ ପ୍ରତିଶତ । ଆଇଏମ୍‌ଏଫରେ ଯେକେଣସି ନିଷ୍ପତ୍ତି ଲାଗି ୮୫ ପ୍ରତିଶତ ଭୋଟ୍‌ ଦରକାର । ଭାରତର ଭୋଟ୍‌ ଏତେ ଗୁରୁତ୍ୱ ରଖୁନାଥିବା ବେଳେ ତଥାପି ଏହା ଆମେରିକାର ପ୍ରସ୍ତାବକୁ ସମର୍ଥନ କରିବା ଅନ୍ୟ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଚକିତ କରିଥିଲା । ଆଶ୍ଚର୍ଯ୍ୟ ବିଷୟ ହେଉଛି ସେହି ସମାନ ବୈଠକରେ ଏସïିଆର୍‌ ସପକ୍ଷରେ ଶକ୍ତିକାନ୍ତଙ୍କ ଯୁକ୍ତି ଉପସ୍ଥାପନ କରିବା, ସେ କହିଥିଲେ ଏସïିଆର୍‌ ଆବଣ୍ଟନ ସମ୍ପର୍କରେ ଆଇଏମ୍‌ଏଫ୍‌ ବିଚାର କରିବା ଉଚିତ ।
ଏହା ସ୍ୱଳ୍ପ ମିଆଦୀ ନଗଦ ବିନିମୟ ବ୍ୟବସ୍ଥାକୁ ମଧ୍ୟ ବ୍ୟବହାର କରିପାରିବ ବୋଲି ଶକ୍ତିକାନ୍ତ କହିଥିଲେ । ବିଶ୍ୱ ଆର୍ଥିକ ବ୍ୟବସ୍ଥାର ସ୍ଥିରତା ଲାଗି ମିଳିତ ଉଦ୍ୟମ କରିବା ଏବଂ କୋଟାର ସମୀକ୍ଷା ପାଇଁ ଏକ ସମୟ ସୀମା ଧାର୍ଯ୍ୟ କରିବାକୁ ମଧ୍ୟ ସେ ଅନୁରୋଧ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି

Read More...

ଚୀନର ଯୁଦ୍ଧ ପ୍ରସ୍ତୁତି ପ୍ରଶିକ୍ଷଣ ପାଇଁ ସେନାକୁ ନିର୍ଦ୍ଦେଶ

ଚୀନର ଯୁଦ୍ଧ ପ୍ରସ୍ତୁତି ପ୍ରଶିକ୍ଷଣ ପାଇଁ ସେନାକୁ ନିର୍ଦ୍ଦେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page