ଉପକୂଳବାସୀଙ୍କୁ ସାପ କାମୁଡ଼ା ଭୟ

May 17, 2019, ଓଡ଼ିଶା, , Anupambharat News Bureau


ଉପକୂଳବାସୀଙ୍କୁ ସାପ କାମୁଡ଼ା ଭୟ
Anupambharat News Bureau
May 17, 2019

ଭଦ୍ରକ, ୧୭ା୫ (ଅନୁପମ ମିଡିଆ): ଭଦ୍ରକ ଭଳି ଏକ ଉପକୂଳବର୍ତ୍ତୀ ଜିଲାରେ ଏବେ ଲୋକଙ୍କୁ ଘାରିଛି ସାପ କାମୁଡା ଭୟ । ସରକାରୀ ଭାବେ ଜିଲାରେ କେବଳ ସାପ କାମୁଡାରେ ବାର୍ଷିକ ୪୦ ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତୁ୍ୟ ଘଟୁଥିବା ବେଳେ ହଜାର ହଜାର ଲୋକ ସାପ କାମୁଡାର ଶୀକାର ହେଉଛନ୍ତି । ବିଶେଷକରି ଗ୍ରାମାଞ୍ଚଳ ଏବଂ ସମୁଦ୍ର ତଟବର୍ତ୍ତୀ ଅଂଚଳରେ ସାପ କାମୁଡା ପ୍ରାର୍ଦୁଭାବ ଦିନକୁ ଦିନ ବଢିବାରେ ଲାଗିଛି । ସରକାରୀ ସୂଚନା ଅନୁଯାୟୀ ଗତ ୨ ବର୍ଷରେ ଜିଲାରେ କେବଳ ସାପ କାମୁଡାରେ ୯୦ ଜଣ ଲୋକଙ୍କର ମୃତୁ୍ୟ ଘଟିଥିବାବେଳେ ୬ ହଜାରରୁ ଉର୍ଦ୍ଧ୍ୱ ଲୋକ ସାପ କାମୁଡାରେ ଆକ୍ରାନ୍ତ ହୋଇ ନିଦାନ ଗ୍ରହଣ କରିଛନ୍ତି । ତେବେ ସରକାରୀ ରିପୋର୍ଟରେ ଜିଲାରେ ଗତ ଦୁଇବର୍ଷରେ ସାପ କାମୁଡା ମୃତୁ୍ୟ ସଂଖ୍ୟା ୯୦ କୁହାଯାଉଥିଲେ ମଧ୍ୟ ବେସରକାରୀ ଭାବେ ଜିଲାରେ ସାପ କାମୁଡା ମୃତୁ୍ୟ ସଂଖ୍ୟା ଶହେ ଟପିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଜିଲା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁଯାୟୀ ଜିଲାରେ ବାର୍ଷିକ ପ୍ରାୟ ୩ ହଜାର ଲୋକ ସାପ କାମୁଡା ଇଞ୍ଜେକସନ ଏଏସ୍‌ଭି (ଆଂଟି ସ୍ନେକ୍‌ ଭେନମ) ଗ୍ରହଣ କରୁଛନ୍ତି । ଏଥିପାଇଁ ଜିଲାକୁ ଏବେ ବାର୍ଷିକ ପ୍ରାୟ ୫୩ ହଜାର ଏସଭିର ଆବଶ୍ୟକତା ପଡୁଛି । ପୂର୍ବରୁ ଜିଲାକୁ ବାର୍ଷିକ ପ୍ରାୟ ୧୫ ରୁ ୨୦ ହଜାର ଏସଭି ଦରକାର ପଡୁଥିବା ବେଳେ ଏବେ ତାହା ତ୍ରିଗୁଡଣିତ ହୋଇଛି । ସେହିଭଳି ପୂର୍ବରୁ ସାପ କାମୁଡାରେ କାଁ ଭାଁ ଲୋକଙ୍କର ମୃତୁ୍ୟ ଘଟୁଥିବାବେଳେ ଏବେ କେବଳ ସାପ କାମୁଡାରେ ବାର୍ଷିକ ୪୫ ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତୁ୍ୟ ଘଟୁଛି । ଏହି ସୂଚନା ଅନୁଯାୟୀ ଗତ ୨୦୧୭ ମସିହାରେ ଜିଲାରେ ୪୭ ଜଣ ଲୋକଙ୍କର ସାପ କାମୁଡାରେ ମୃତୁ୍ୟ ଘଟିଥିବାବେଳେ ଗତବର୍ଷ ତାହା ୪୩ ରେ ସୀମିତ ରହିଛି । ବିଶେଷ କରି ଖରାଦିନ ଏବଂ ବର୍ଷା ଦିନରେ ଜିଲାରେ ସାପ କାମୁଡା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ରହୁଛି ।
ପରିବେଶବିତ୍‌ଙ୍କ ମତରେ ଖରାଦିନରେ ଅତ୍ୟଧିକ ଗରମ ଏବଂ ବର୍ଷାହ ଦିନରେ ସେମାନଙ୍କ ବାସସ୍ଥାନରେ ପାଣି ପଶିଯାଉଥିବା ଯୋଗୁଁ ସେମାନେ ସେମାନଙ୍କ ବାସସ୍ଥାନରେ ରହିନପାରି ପଦାକୁ ବାହାରି ଆସୁଥିବା ଯୋଗୁଁ ଏହି ସମୟରେ ସାପ କାମୁଡା ବୃଦ୍ଧି ପାଉଛି । ତା ଛଡାହ ଦ୍ରୁତ ଜନବସତି ବୃଦ୍ଧି ଯୋଗୁଁ ଜଂଗଲ ଜମି କାଟି ପଦାହ କରିଦିଆଯାଉଥିବା ହେତୁ ସାପମାନେ ସେମାନଙ୍କ ବାସସ୍ଥାନ ହରାଇ ଜନବସତି ଭିତରକୁ ପଶିଆସୁଥିବା ଯୋଗୁଁ ସାଧାରଣ ଲୋକେ ସାପ କାମୁଡାର ଶୀକାର ହେଉଛନ୍ତି । ଜିଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ଜିଲାରେ ବଢି ଚାଲିଥିବା ସାପ କାମୁଡା ଲୋକଙ୍କ ବର୍ଦ୍ଧିତ ସଂଖ୍ୟାକୁ ଦୃଷ୍ଟିରେ ରଖି ଜିଲା ମୁଖ୍ୟ ଚିକିସିାଳୟ ସହିତ ଜିଲାର ୭ଟି ଯାକ ସିଏଚ୍‌ସିରେ ସାପ କାମୁଡା ଇଂଜେକସନ୍‌ ଦିଆଯାଉଥିଲେ ମଧ୍ୟ ଜିଲା ମୁଖ୍ୟ ଚିକିସିାଳୟରେ ସାପ କାମୁଡାହ ଇଂଜେକସନ୍‌ ନେଉଥିବା ରୋଗୀଙ୍କ ସଂଖ୍ୟା ଅଧିକ ବୋଲି କୁହାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋଦିଙ୍କୁ କାନଧରି ଉଠ୍‌ବସ୍‌ କରାଇବାକୁ ଇଚ୍ଛା: ମମତା

ମୋଦିଙ୍କୁ କାନଧରି ଉଠ୍‌ବସ୍‌ କରାଇବାକୁ ଇଚ୍ଛା: ମମତା

Read More...

 ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page