ମୋଦିଙ୍କୁ କାନଧରି ଉଠ୍‌ବସ୍‌ କରାଇବାକୁ ଇଚ୍ଛା: ମମତା

May 17, 2019, ଦେଶ, , Anupambharat News Bureau


ମୋଦିଙ୍କୁ କାନଧରି ଉଠ୍‌ବସ୍‌ କରାଇବାକୁ ଇଚ୍ଛା: ମମତା
Anupambharat News Bureau
May 17, 2019

କୋଲକତା: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ଆଜି ପଶ୍ଚିମବଙ୍ଗ ଅଶାନ୍ତ ହୋଇଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏବଂ ମୋଦି ଯେଉଁ ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୂଆଁ ବୁଲାଇଚାଲିଛନ୍ତି ଏହାକୁ ଠିକ୍‌ କରିବା ପାଇଁ ସେ, ଯେତେବେଳେ ସୁବିଧା ସୂଯୋଗ ମିଳିବ ସେତେବେଳେ ମୋଦିଙ୍କୁ କାନଧରି ବସ୍‌ଉଠ୍‌ କରାଇବି ବୋଲି ଦିଦି ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଜନସାଭରେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ କଡା ସମାଲୋଚନା କରିବା ସହ ତାଙ୍କୁ ଗୁଣ୍ଡା ଓ ଶଇତାନ ବୋଲି କହିଛନ୍ତି ।
ପଶ୍ଚିମବଙ୍ଗରେ ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଅଭିଯାନ ବିଫଳ ହେବ ବୋଲି ଦର୍ଶାଇ ମମତା କହିଥିଲେ ଯେ ବିଜେପିର ଗୁଣ୍ଡା ଗିରିର ଉଚିତ ଜବାବ ଦିଆଯିବ ଏବଂ ଆବଶ୍ୟକ ହେଲେ ସେମାନଙ୍କୁ ଜେଲ୍‌ରେ ପୂରାଇ ଦିଆଯିବ । ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗରେ ତାଙ୍କ ବିରୋଧରେ କେବଳ ମିଛ ହିଁ କହିଚାଲିଛନ୍ତି ଏବ ଏଥିପାଇଁ ସେ କାନଧରି ଉଠ୍‌ବସ୍‌ କରିବା ଉଚିତ୍‌ ବୋଲି ମମତା କହିଛନ୍ତି । ନିର୍ବାଚନ କମିଶନ ରାଜଷର ନିର୍ବାଚନ ପ୍ରଚାରକୁ ଦିନକ ପୂର୍ବରୁ ଶେଷ କରିଦେଇ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ କରିଛନ୍ତି ଏବଂ ବିଜେପିର ଭାଇ ଭଳି କାମ କରିଛନ୍ତି ବୋଲି ମମତା କହିଛନ୍ତି । ବିଦ୍ୟାସାଗରଙ୍କ ଭବ୍ୟ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ ପ୍ରଧାନମନ୍ତ୍ରୀଙ୍କ ବୟାନକୁ ସମାଲୋଚନ କରି ମମତା କହିଛନ୍ତି ଯେ ଏତଦ୍ୱାରା ପଶ୍ଚିମବଙ୍ଗର ୨୦୦ ବର୍ଷ ପୁରୁଣା ଐତିହ୍ୟ ଫେରିବ ନାହିଁ । ବିଜେପିର ଗୁଣ୍ଡାମାନେ ଏହି ପ୍ରତିମୂର୍ତ୍ତିକୁ ଭାଙ୍ଗିଥିବାରୁ ଏଥିପାଇଁ ବିଜେପିର ଅର୍ଥ ଗ୍ରହଣ କରାଯିବ ନାହିଁ ବୋଲି ମମତା କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ରାଲି ପରେ ଆହୁ କାହାରି ର୍ୟାଲି କରାଇ ନଦେବାକୁ ନିର୍ବାଚନ କମିଶନ ଷଡ଼ଯନ୍ତ୍ର କରି ପ୍ରଚାର ଉପରେ ଅଙ୍କୁଶ ଲଗାଇଥିବା ସେ କହିଛନ୍ତି ।
ଉଲ୍ଲେଖଥାଉକି ଗତ କିଛି ଦିନ ତଳେ ମୋଦିଙ୍କୁ ଦେଶର ସମସ୍ତଙ୍କ ଆଗରେ ଏକ ଶକ୍ତ ଚାପୁଡ଼ା ମାରିବି ତାହା ପରେ ଯାଇ ମୋର ମନ ଶାନ୍ତି ହେବ । ମାଡ଼ ନମାରିବା ପର୍ଯ୍ୟନ୍ତ ସେ ଶାନ୍ତି ରେ ବସିବେ ନାହିଁ ବୋଲି କହିଥିଲେ ମମତା । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଳମୂଳ କଂଗ୍ରେସ (ଟିଏମ୍‌ସି) ମମତା ବାନାର୍ଜୀଙ୍କ ମଧ୍ୟରେ ଚାଲିଥିବା ବୟାନବାଜି କୁ ନେଇ ଟିଏମ୍‌ସି ନେତାମାନଙ୍କୁ ପ୍ରଧାମନ୍ତ୍ରୀ ଢ଼ୋଲବାଜ (ବଳପୂର୍ବକ ଅର୍ଥ ଆଦାୟକାରୀ) ବୋଲି ବୟାନ ଦେବା ପରେ ପ୍ରତିକ୍ରୀୟା ଦେଇ ମମତା କହିଛନ୍ତି ମୋଦିଙ୍କୁ ସମସ୍ତଙ୍କ ଆଗରେ ଚାପୁଡ଼ା ମାରିବି ବୋଲି କହିଥିଲେ । କାରଣ ମୋଦିଙ୍କୁ ଚାପୁଡ଼ା ମାରିବା ପାଇଁ ମୋର ମନ ହେଉଛି । ସେ ଆହୁରୀ କହିଛନ୍ତି ଯେ, ମୁଁ ଏଭଳି ମିଥ୍ୟାବାଦୀ ପ୍ରଧାନମନ୍ତ୍ରୀ କେବେ ଦେଖିନାହିଁ । ଯେ ଦିଲ୍ଲୀରେ ମୋଦି ୫ ବର୍ଷ ହେଲା କ୍ଷମତାରେ ଅଛନ୍ତି । କିନ୍ତୁ ମୁଁ ବେଙ୍ଗଲରେ ବହୁତ ସଂଘର୍ଷ କରିଛି । ମୁଁ ନିଜକୁ ବିକି ରାଜନୀତି କରୁନାହିଁ । ମୁଁ ମୋଦିଙ୍କୁ ଡ଼ରେ ନାହିଁ । ମୋଦିଙ୍କ ଭଳି ମିଥ୍ୟାବାଦୀ ମୁଁ ଆଜି ପର୍ଯ୍ୟନ୍ତ କେବେ ଦେଖିନାହିଁ ।
ଅନ୍ୟପଟେ ବିଜେପି କହିଛି ଯେ, ପରାଜୟ ଭୟରେ ହତkାଶ ହୋଇ ମମତା ମୋତେ ଜେଲ୍‌ରେ ପୁରାଇବାକୁ ଧମକ ଦେଉଛନ୍ତି । ପଶ୍ଚିମବଙ୍ଗରେ ଟିଏମ୍‌ସି ସର୍ବତ ହିଂସାର ରାଜୁତି ଚଳାଇ ରାଜ୍ୟକୁ ନର୍କରେ ପରିଣତ କରିଛି । ଟିଏମ୍‌ସି ସମର୍ଥକଙ୍କ ହିଂସାକୁ ରୋକିବା ପାଇଁ ପୋଲିସ୍‌ ଯଥୋଚିତ ପଦକ୍ଷେପ ନେବା ବଦଳରେ ସେମାନଙ୍କ ସମର୍ତନ କରୁଛି । ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିବା ଟିଏମ୍‌ସି ଗୁଣ୍ଡାମାନଙ୍କ ବିରୋଧରେ ରହିଥିବା ପ୍ରମାଣକୁ ନଷ୍ଠ କରିବା ପାଇଁ ରାଜ୍ୟ ପୋଲିସ ତତ୍ପରତା ଦେଖଇଛନ୍ତି ବୋଲି ମୋଦି କହିଛନ୍ତି । ମୋଦୀଙ୍କୁ ମମତା ଗୁଣ୍ଡା, ଶଇତାନ ଓ ମିଛୁଆ ବୋଳି କହିଥିବାରୁ ଏହାର ଜବାବରେ ସେ ଯେ ମମତା ଶଳୀନତା ଭୁଲି ଗାଳିଗୁଲଜ କରି ଚାଲିଛନ୍ତି । ମୋ ପ୍ରତି ମମତାଙ୍କ ଗାଳି ଯେତିକି ଅଧିକ ହେଉଛି ଲୋକଙ୍କ ଭଲପାଇବା ସେତି ବଢ଼ୁଛି ବୋଲି ମୋଦି କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସବୁ ଧର୍ମରେ ଆତଙ୍କବାଦୀ ଅଛନ୍ତି,  କେହି ବି ପବିତ୍ର ନୁହନ୍ତି: କମଲ ହାସନ

ସବୁ ଧର୍ମରେ ଆତଙ୍କବାଦୀ ଅଛନ୍ତି, କେହି ବି ପବିତ୍ର ନୁହନ୍ତି: କମଲ ହାସନ

Read More...

ଉପକୂଳବାସୀଙ୍କୁ ସାପ କାମୁଡ଼ା ଭୟ

ଉପକୂଳବାସୀଙ୍କୁ ସାପ କାମୁଡ଼ା ଭୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page