ଆଜିଠୁ ୧୧ ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ

June 06, 2020, ଓଡ଼ିଶା, , Anupambharat News Bureau


ଆଜିଠୁ ୧୧ ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ
Anupambharat News Bureau
June 06, 2020

ଭୁବନେଶ୍ୱର,୫ା୬(ଅନୁପମମିଡ଼ିଆ): ରାଜ୍ୟ ସରକାରଙ୍କ ପୂର୍ବ ଘୋଷିତ ପ୍ରକାରେ ଆସନ୍ତାକାଲିଠାରୁ ୧୧ ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ ଆରମ୍ଭ ହେବ । ରାଜ୍ୟରେ କରୋନା ସଂକ୍ରମଣ ରୋକିବାକୁ ଦୃଷ୍ଟିରେ ରଖି ଅଧିକ ସଂକ୍ରମଣ ହୋଇଥିବା ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ସଟ୍‌ ଡାଉନ୍‌ ନେଇ ସରକାର ଘୋଷଣା କରିଥିଲେ । ୧୧ ଟି ଜିଲ୍ଲା ମଧ୍ୟରେ ଗଞ୍ଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା, କେନ୍ଦ୍ରାପଡା, ଭଦ୍ରକ, ବଲାଙ୍ଗୀର, କଟକ, ଜଗତସିଂହପୁର, ଯାଜପୁର ଓ ବାଲେଶ୍ୱର ରହିଛି । ଆସନ୍ତା ୩୦ ତାରିଖ ଯାଏଁ ଏହି ନିୟମ ସମ୍ପୃକ୍ତ ଜିଲ୍ଲାରେ ବଳବତ୍ତର ରହିବ । ସଟଡାଉନ ବେଳେ କେବଳ ଜରୁରୀ ସେବା ମିଳିବ । ଏହି ସମୟରେ ମେଡିକାଲ୍‌, ଅଗ୍ନିଶମ ବିଭାଗ, ବିଦୁ୍ୟତ୍‌ ବିଭାଗର କାମ ଜାରି ରହିବ । ତେବେ ଜନସାଧାରଣଙ୍କ ଚଳପ୍ରଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ ହେବ । ଜରୁରି ପରିସ୍ଥିତି ବ୍ୟତୀତ କେହି ଘରୁ ବାହାରି ପାରିବେ ନାହିଁ ବୋଲି କୁହାଯାଇଛି । ଏପରିକି ତେଜରାତି ଦୋକାନ ମଧ୍ୟ ବନ୍ଦ ରହିବ ବୋଲି କୁହାଯାଇଛି । କେବଳ ହସ୍ପିଟାଲ ଓ ଔଷଧ ଦୋକାନ ଖୋଲା ରହିପାରିବ । ଅନ୍ୟପକ୍ଷେ ଦୁଇ ଦିନିଆ ସଟଡାଉନକୁ ନେଇ ଆଜି ସମ୍ପୃକ୍ତ ଜିଲ୍ଲା ଗୁଡ଼ିକରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା । ବଜାରରୁ ପରିବା ଏକ ପ୍ରକାର ଗାଏବ ହୋଇଯାଇଥିବା ବେଳେ ବିଭିନ୍ନ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଥିଲା । ସାମଗ୍ରୀ କିଣିବା ଲାଗି ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଲୋକେ ସାମାଜିକ ଦୂରତାକୁ ଭୁଲି ସାମଗ୍ରୀ କ୍ରୟ କରୁଥିବା ଦେଖିବାକୁ ମିଳିଥିଲା । ପ୍ରକାଶଥାଉକି ଚଳିତ ମାସରେ ସରକାର ଆସନ୍ତା ଜୁନ୍‌ ୩୦ ପର୍ଯ୍ୟନ୍ତ ସପ୍ତାହର ଶନି ଓ ରବି ଦୁଇଦିନ ସଟଡାଉନ ଘୋଷଣା କରିଥିଲେ । ଏପରିକି ଏହାକୁ ଅଧିକ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଳଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ମଧ୍ୟ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅକେଫାବର ୪ରେ ସିଭିଲ୍‌ ପ୍ରିଲିମ୍‌ ପରୀକ୍ଷା

ଅକେଫାବର ୪ରେ ସିଭିଲ୍‌ ପ୍ରିଲିମ୍‌ ପରୀକ୍ଷା

Read More...

ଗଜାନନ ବେଶରେ ଚତୁର୍ଦ୍ଧାମୂର୍ତ୍ତି

ଗଜାନନ ବେଶରେ ଚତୁର୍ଦ୍ଧାମୂର୍ତ୍ତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page