ଅକେଫାବର ୪ରେ ସିଭିଲ୍‌ ପ୍ରିଲିମ୍‌ ପରୀକ୍ଷା

June 06, 2020, ଦେଶ, , Anupambharat News Bureau


ଅକେଫାବର ୪ରେ ସିଭିଲ୍‌ ପ୍ରିଲିମ୍‌ ପରୀକ୍ଷା
Anupambharat News Bureau
June 06, 2020

ନୂଆଦିଲ୍ଲୀ,୫ା୬: ଚଳିତ ବର୍ଷର ସଭିଲ ସର୍ଭିସ ପ୍ରାରମ୍ଭିକ ପରୀକ୍ଷା (ପ୍ରିଲିମ୍‌) ଆକେଫାବର ୪ରେ ଅନୁଷ୍ଠିତ ହେବ । କେନ୍ଦ୍ର ଜନସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି । ୟୁପିଏସ୍‌ସିର ସଂଶୋଧିତ ବିଜ୍ଞପ୍ତି ଅନୁଯାୟୀ ଏନ୍‌ଡିଏ, ଏନ୍‌ଏ, ସିଭିଲ ସର୍ଭିସେସ୍‌, ଆଇଏଫ୍‌ଏସ୍‌, ଆଇଇଏସ୍‌ ଓ ଆଇଏସ୍‌ଏସ୍‌ ପରୀକ୍ଷା ଗୁଡିକ ଚଳିତବର୍ଷ ବିଭିନ୍ନ ପର୍ଯ୍ୟାୟରେ ପରିଚାଳନା କରାଯିବ । ମୁଖ୍ୟତଃ ୟୁପିଏସ୍‌ସି ସଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ପରୀକ୍ଷା ଚାଳିତ ବର୍ଷ ଆକେଫାବର ୪ ତାରିଖରେ ଅନୁଷ୍ଠିତ ହେବ । ଏବଂ ଏହାର ମୁଖ୍ୟ ପରୀକ୍ଷା ଆସନ୍ତା ବର୍ଷ ଜାନୁଆରୀ ୮ ତାରିଖରେ ପରିଚାଳନା କରାଯିବ ।
ଏହି ସମ୍ପର୍କରେ ୟୁପିଏସ୍‌ସିର େୱବ୍‌ସାଇଟ୍‌ରେ ଅନ୍ୟ ସମସ୍ତ ପରୀକ୍ଷା ସମ୍ପର୍କିତ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । କରୋନା ଭାଇରସ ଯୋଗୁଁ ମଇ ମାସ ୩୧ ତାରିଖରେ ହେବାକୁ ଥିବା ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍‌ ପରୀକ୍ଷାକୁ ବାତିଲ କରାଯାଇଥିଲା । ତେବେ ସାନି ତାରିଖ ଘୋଷଣା ପରେ ପରୀକ୍ଷା ବାତିଲ ନେଇ ଆଶାୟୀଙ୍କ ମଧ୍ୟରେ ଆଶଙ୍କା ଦୂରିଭୂତ ହୋଇଛି ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି । ପ୍ରତିବର୍ଷ ତିନୋଟି ପର୍ଯ୍ୟାୟରେ ସିଭିଲ ସର୍ଭିସ ପରୀକ୍ଷା ହୋଇଥାଏ । ପ୍ରିଲିମ, ମୁଖ୍ୟ ପରୀକ୍ଷା ଓ ସାକ୍ଷାତକାର ହୋଇଥାଏ । ତେବେ କୋଭିଡ଼ ୧୯କୁ ଦୃଷ୍ଟିରେ ରଖି ସିଭିଲ ସର୍ଭିସ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଏହାର ତାରିଖ ଘୋଷଣା କରାଯିବ ବୋଲି ୟୁପିଏସ୍‌ସି ପକ୍ଷରୁ କୁହାଯାଇଥିଲା । ତେବେ ଆଜି ସାନି ତାରିଖ ଘୋଷଣା ପରେ ପରୀକ୍ଷା ଅନୁଷ୍ଠିତ ନେଇ ରହିଥିବା ଅନିଶ୍ଚିତତା ଦୂର ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଶ୍ୱ ପରିବେଶ ଦିବସରେ ଶ୍ରୀ ମେଟାଲିକ୍ସ କାରଖାନାରେ ବୃକ୍ଷରୋପଣ

ବିଶ୍ୱ ପରିବେଶ ଦିବସରେ ଶ୍ରୀ ମେଟାଲିକ୍ସ କାରଖାନାରେ ବୃକ୍ଷରୋପଣ

Read More...

ଆଜିଠୁ ୧୧ ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ

ଆଜିଠୁ ୧୧ ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page