ମହିଳାଙ୍କ ପାଇଁ ନର୍କ ପାଲଟିଛି ମେକ୍ସିକୋ

June 07, 2020, ବିଦେଶ, , Anupambharat News Bureau


ମହିଳାଙ୍କ ପାଇଁ ନର୍କ ପାଲଟିଛି ମେକ୍ସିକୋ
Anupambharat News Bureau
June 07, 2020

ମେକ୍ସିକୋ: ମେକ୍ସିକୋରେ ମହିଳା ବିରୋଧି ହିଂସା ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ପ୍ରାୟ ୯୮୭ରୁ ଅଧିକ ମହିଳା ଓ ଯୁବତୀଙ୍କୁ ହତ୍ୟା କରାଯାଇ ସାରିଛି । ତେବେ ଏହାରୁ ଦେଶର ରାଷ୍ଟ୍ରପତି ଲୋପେଜ୍‌ ଓବ୍ରୋଡୋର୍‌ ଖଣ୍ଡାନ କରିବା ସହ ମିଛ ବୋଲି କହିଛନ୍ତି ।
ଏହାସହ ଦେଶର ଜରୁରୀକାଳିନ ନମ୍ବରକୁ ଆସୁଥିବା କଲକୁ ମଧ୍ୟ ମିଛ ବୋଲି କହିଛନ୍ତି ରାଷ୍ଟ୍ରପତି । ସରକାରୀ ସୂତ୍ରାନୁସାରେ, ମାର୍ଚ୍ଚରେ ମହିଳାଙ୍କ ବିରୋଧରେ ହିଂସାକୁ ନେଇ ପ୍ରାୟ ୨୬,୧୭୧ କଲ୍‌ ଆସିଥିଲା । ସରକାରୀ ତଥ୍ୟାନୁସାରେ, କରୋନା ସଂକ୍ରମଣ ରୋକିବା ପାଇଁ ମାର୍ଚ୍ଚ ୨୩ରୁ ଲୋକଙ୍କୁ ଘରେ ରହିବାକୁ କୁହାଯାଇଥିଲା । ଏହାପରେ ଦେଶରେ ହତ୍ୟା ମାମଲା ବୃଦ୍ଧି ପାଇଛି । ଏପରିକି ମହିଳା ବିରୋଧି ହିଂସା ମଧ୍ୟ ବଢିଛି । ଏପ୍ରିଲ ମାସରେ ସର୍ବାଧିକ ମହିଳାଙ୍କୁ ହତ୍ୟା କରାଯାଇଛି ।
ଏହି ତଥ୍ୟକୁ କି;ୁ ରାଷ୍ଟ୍ରପତି ଓବ୍ରୋଡର୍‌ ଗ୍ରହଣ କରି ପାରି ନାହାଁନ୍ତି । ହେଲ¬୍‌ ଲାଇନ୍‌ ନମ୍ବରକୁ ଆସୁଥିବା ଜରୁରୀକାଳିନ ଫୋନ କáୁ ସେ ମିଛ ବୋଲି କହିଛନ୍ତି । ତେବେ ଅଧିକାଂଶ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ରିପୋର୍ଟ ମିଳିଛି । ଅନେକ ମହିଳାଙ୍କୁ ହତ୍ୟା କରାଯାଇଥିଲେ ମଧ୍ୟ ତାହାର କୌଣସି କାରଣ ସ୍ପଷ୍ଟ ହୋଇନାହିଁ ।
ମହିଳା ବିରୋଧି ହିଂସା ଉପରେ ଅନୁଧ୍ୟାନ କରୁଥିବା ମାରିଆ ସାଲଗୁଏରୋ କହିଛନ୍ତି ଯେ, ମହିଳାଙ୍କ ପଡୋଶୀ ମାନେ ହିଁ ଜରୁରୀକାଳିନ କଲ୍‌ କରିଥାନ୍ତି । କି;ୁ ସରକାର ସେମାନଙ୍କ ନିକଟରେ ପହଁଚି ଘଟଣାର ତଦନ୍ତ କରିନଥାନ୍ତି । ତେଣୁ ସରକାର ଜରୁରୀକାଳିନ କáୁ ମିଛ ବୋଲି କହୁଛନ୍ତି । ମହିଳାମାନେ ସାହାଯ୍ୟ ପାଇଁ ନିଜେ କଲ୍‌ କରିବାକୁ ଡରିଥାନ୍ତି । ଏପରିକି ସେମାନେ ସତ ମଧ୍ୟ କାହାରି ଆଗରେ ପ୍ରକାଶ କରିନଥାନ୍ତି । ସରକାରୀ ରିପୋର୍ଟରେ ଚଳିତ ବର୍ଷର ପ୍ରଥମ ୪ ମାସରେ ୯୮୭ଜଣ ମହିଳାଙ୍କୁ ହତ୍ୟା କରାଯାଇଛି ।
ଏହା ମଧ୍ୟରୁ ୩୦୮ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ସରକାର ଜାଣିଶୁଣି ଏହି ହତ୍ୟାର କାରଣ ଲୁଚାଉଥିବା ମଧ୍ୟ ଅଭିଯୋଗ ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖଣ୍ଡାଧାର ଜଳପ୍ରପାତ କୁଣ୍ଡରେ ବୁଡି ଏମବିଏ ଛାତ୍ରଙ୍କ ମୃତ୍ୟୁ

ଖଣ୍ଡାଧାର ଜଳପ୍ରପାତ କୁଣ୍ଡରେ ବୁଡି ଏମବିଏ ଛାତ୍ରଙ୍କ ମୃତ୍ୟୁ

Read More...

ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଦେଶର ସମସ୍ତ ସ୍କୁଲ-କଲେଜ ବନ୍ଦ

ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଦେଶର ସମସ୍ତ ସ୍କୁଲ-କଲେଜ ବନ୍ଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page