ଖଣ୍ଡାଧାର ଜଳପ୍ରପାତ କୁଣ୍ଡରେ ବୁଡି ଏମବିଏ ଛାତ୍ରଙ୍କ ମୃତ୍ୟୁ

June 07, 2020, ଓଡ଼ିଶା, କେନ୍ଦୁଝର, Anupambharat News Bureau


ଖଣ୍ଡାଧାର ଜଳପ୍ରପାତ କୁଣ୍ଡରେ ବୁଡି ଏମବିଏ ଛାତ୍ରଙ୍କ ମୃତ୍ୟୁ
Anupambharat News Bureau
June 07, 2020

କେନ୍ଦୁଝର, ୭ା୬: ସରକାର ଲକ୍ଡାଉନ୍କୁ କୋହଳ କରିବା ପରେ ସାଧାରଣ ଜୀବନଯାତ୍ରା ଏକ ପ୍ରକାର ସ୍ୱାଭାବିିକ ହୋଇଛି । ଏହି ସ୍ୱାଭାବିକ ପରେ ପଦାକୁ ଗୋଡ କାଢିଛନ୍ତି ଯୁବ ଗୋଷ୍ଠି । ରବିବାର ଦିନ କେନ୍ଦୁଝର ସହର ଏବଂ ଭୁବନେଶ୍ୱରର ୧୨ଜଣ ସାଙ୍ଗ ପର୍ଯ୍ୟଟନସ୍ଥଳ ଖଣ୍ଡାଧାରକୁ ବୁଲିବାକୁ ଯାଇଥିଲେ । ଜଳପ୍ରପାତରେ ପଥର ଉପରେ ଚଢି ଗାଧୋଉଥିବାବେଳେ ଅସାବଧାନତା ପଥର ଉପରୁ ଖସି ପଡି ଜଳପ୍ରପାତ କୁଣ୍ଡରେ ପଶିଯାଇଥିଲେ । ନିଖୋଜ ସୌରଭଙ୍କୁ ଅନ୍ୟ ସାଙ୍ଗମାନେ ଉଦ୍ଧାର କରିବାକୁ ସାହାସ ନକରିପାରି ପରିବାର ଲୋକଙ୍କୁ ଜଣାଇଥିଲେ । ଘଟଣା ଦିନ ୧୨.୩୦ମିନିଟରେ ହୋଇଥିବାବେଳେ ପରିବାର ଲୋକ ତୁରନ୍ତ ଅଗ୍ନଶମ ବିଭାଗ କେନ୍ଦୁଝରକୁ ଜଣାଇଥିଲେ । ସ୍ଥାନୀୟ ଲୋକେ ମଧ୍ୟ ଏନେଇ ବାଂଶପାଳ ନୟାକୋଟ ପୋଲିିସକୁୁ ଖବର ଦେଇଥିଲେ । କେନ୍ଦୁଝର ଅଗ୍ନିଶମ ବିଭାଗ ଦିନ ୨ଟାରେ ପହଁଚି ନିଖୋଜ ଛାତ୍ରଙ୍କୁ ପାଣି ଭିତରୁ ଉଦ୍ଧାର କରିଥିଲେ । ଯୁବକଙ୍କ ମୃତ ଦେହ ଉଦ୍ଧାର ପରେ ନୟାକୋଟ ପୋଲିସ ବ୍ୟବଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଜଣକ କେନ୍ଦୁଝର ସହରର ଚର୍ଚ୍ଚ ଛକ ନିକଟରେ ରହୁଥିବା ସରୋଜ ମିଶ୍ରଙ୍କ ବଡ ପୁଅ ସୌରଭ ମିଶ୍ର (୨୫)ବୋଲି ଜଣାପଡିଛି । ସରୋଜ ମିଶ୍ର ନିଳାଚଳ ନିଗମ ଲିଃରେ ବରିଷ୍ଠ ଜିଓଲୋଜିଷ୍ଟ ଭାବେ କାମ କରୁଥିବାବେଳେ ସୌରଭ ବାଙ୍ଗାଲୋର ଆଲାଲନ୍ସ ବିଶ୍ୱବିଦ୍ୟାଳୟରେ ଏମବିଏ ପାଠ୍ୟକ୍ରମ ଶେଷ ପରେ ଘରକୁ ଆସିଥିଲେ । ଲକ୍ଡାଉନ ସମୟରେ ରବିବାର ଦିନ କେନ୍ଦୁଝର ଏବଂ ଭୁବନେଶ୍ୱରର କିଛି ସାଙ୍ଗଙ୍କ ସହ ଖଣ୍ଡାଧାର ଜଳପ୍ରପାତ ବୁଲିବାକୁ ଯାଇଥିବାବେଳେ ଏପରି ଅଘଟଣା ଘଟିଥିଲା । ପ୍ରକାଶଯୋଗ୍ୟ ଯେ, ଖଣ୍ଡାଧାର ଜଳପ୍ରପାତରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବାରୁ ବହୁ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁରୁମୁଣ୍ଡା ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନୀୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ପୁରୁମୁଣ୍ଡା ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନୀୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

Read More...

ମହିଳାଙ୍କ ପାଇଁ ନର୍କ ପାଲଟିଛି ମେକ୍ସିକୋ

ମହିଳାଙ୍କ ପାଇଁ ନର୍କ ପାଲଟିଛି ମେକ୍ସିକୋ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page