ରାଜ୍ୟରେ ନୂଆ ପଜିଟିଭ୍‌ ୨୫୧, ସୁସ୍ଥ ୧୬୪

July 01, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ ନୂଆ ପଜିଟିଭ୍‌ ୨୫୧, ସୁସ୍ଥ ୧୬୪
Anupambharat News Bureau
July 01, 2020

ଭୁବନେଶ୍ୱର, ୧ା୭(ଅନୁପମମିଡ଼ିଆ): ରାଜ୍ୟରେ ଆଜି ଆଉ ୨୫୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୭୩୧୬କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିିବା ୨୫୧ଜଣଙ୍କ ମଧ୍ୟରୁ ୨୦୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୪୩ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଣ୍ଟାକଫ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଅନ୍ୟପକ୍ଷେ ରାଜ୍ୟରେ ୧୧ ଜିଲ୍ଲାରୁ ଆଉ ୧୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୫୩୫୩କୁ ବୃଦ୍ଧି ପାଇଛି । ଦିଆଯାଇଛି । ଆଜି ଚିହ୍ନଟ କୋରୋନା ଆକ୍ରାନ୍ତ ମାନେ ମୋଟ ୧୯ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ସେହିପରି ପଶ୍ଚିମବଙ୍ଗରୁ ଅମ୍ଫାନ ଡ୍ୟୁଟି ସାରି ଫେରିଥିବା ଜଣେ ଏନଡିଆରଏଫ ଯବାନ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାରେ ସବୁଠାରୁ ଅଧିକ ୧୦୨ ଟି ନୂଆ ମାମଲା ସାମନାକୁ ଆସିଛି । ଅନୁଗୁଳ ଜିଲ୍ଲାରେ ଜଣେ, ବାଲେଶ୍ୱର ଜିଲ୍ଲାରେ୨ ଜଣ, ବରଗଡ ଜିଲ୍ଲାରେ ୧୨ ଜଣ, ବଲାଙ୍ଗୀର ଜିଲ୍ଲାରେ ଚାରି , ତଥା କଟକ ଜିଲ୍ଲାରେ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେବଗଡରେ ୪ ଜଣ, ଗଜପତି ଜିଲ୍ଲାରେ ଆଠ , ଝାରସୁଗୁଡା ଜିଲ୍ଲାରେ ପାଞ୍ଚ, କେନ୍ଦ୍ରାପଡା ଜିଲ୍ଲାରେ ଚାରି, ଖୋର୍ଦ୍ଧା ଜିଲ୍ଲାରେ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମାଲକାନଗିରି ଜିଲ୍ଲାରେ ୧୦ , ମୟୂରଭଞ୍ଜ ଜିଲ୍ଲାରେ ପାଞ୍ଚ, ନୟାଗଡ ଜିଲ୍ଲାରେ ୧୪ , ପୁରୀ ଜିଲ୍ଲାରେ ୧୨ , ସମ୍ବଲପୁର ଜିଲ୍ଲାରେ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ସାତଜଣ ଓ ଯାଜପୁର ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁସ୍ଥଙ୍କ ମଧ୍ୟରେ ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୮ ଜଣ ରହିଛନ୍ତି । ସେହିପରି ଜଗତସିଂହପୁର ୩୧, ବାଲେଶ୍ୱର ୨୬, କଟକରୁ ୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି ଯାଜପୁର ଓ ଖୋର୍ଦ୍ଧାରୁ ୧୨ ଲେଖାଏଁ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରୁ ୩ ଲେଖାଏଁ ସୁସ୍ଥ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିନା ଭକ୍ତରେ ବାହୁଡ଼ିଲେ ମହାବାହୁ

ବିନା ଭକ୍ତରେ ବାହୁଡ଼ିଲେ ମହାବାହୁ

Read More...

ଦେଶରେ ୨୪ ଘଣ୍ଟାରେ ୫୦୭ ମୃତ

ଦେଶରେ ୨୪ ଘଣ୍ଟାରେ ୫୦୭ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page