୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

July 02, 2020, ଓଡ଼ିଶା, , Anupambharat News Bureau


୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Anupambharat News Bureau
July 02, 2020

ଭୁବନେଶ୍ୱର , ୨ା୭(ଅନୁପମ ମିଡିଆ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ରାଜ୍ୟର ୧୭ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହି ଜିଲ୍ଲା ଗୁଡିକ ହେଲା କୋରାପୁଟ , ନବରଙ୍ଗପୁର , ରାୟଗଡା, ଗଜପତି,ଗଞ୍ଜାମ, କନ୍ଧମାଳ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି , ବରଗଡ, ଝାରସୁଗୁଡା, ସମ୍ବଲପୁର , ସୁନ୍ଦରଗଡ, କେନ୍ଦୁଝର , ମୟୁରଭଂଜ , ଭଦ୍ରକ ଓ ଯାଜପୁର । ଏହି ସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଚଳିତ ବର୍ଷ ମୌସୁମୀ ବର୍ଷା ଆସି ଯାଇଥିଲେ ମଧ୍ୟ ଏହା ଭାରତର ଉତ୍ତରପୂର୍ବ ଭାଗରେ ନିକଟରେ ପ୍ରବଳ ବର୍ଷା ଯୋଗୁଁ ତାଣ୍ଡବ ସୃଷ୍ଟି କରିଥିଲା ବନ୍ୟା ଯୋଗୁଁ ବହୁ ଅଞ୍ଚଳ ଜଳପ୍ଲାବିତ ହୋଇ ରହିଥିଲା । ସତର୍କ ରହିବାପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 କରୋନା ରୋଗୀଙ୍କୁ ଦିଆଯିବ ପ୍ଲାଜମା ଥେରାପି

କରୋନା ରୋଗୀଙ୍କୁ ଦିଆଯିବ ପ୍ଲାଜମା ଥେରାପି

Read More...

 ୧୩ରୁ ଡିଗ୍ରୀ କଲେଜରେ ଅନ୍‌ଲାଇନ କ୍ଲାସ

୧୩ରୁ ଡିଗ୍ରୀ କଲେଜରେ ଅନ୍‌ଲାଇନ କ୍ଲାସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page